Excuse Me Odisha

ଯାହା କହିବୁ ସତ କହିବୁ

କୋଟି କୋଟି ଟଙ୍କାର କରଜ ମଧ୍ୟ ହୋଇଯିବ ଦୂର । କୌଣସି ଦିନ ହନୁମାନ ମନ୍ଦିରରେ ଚଢ଼ାଇ ଦିଅନ୍ତୁ ଏହି ଜିନିଷ ।

ସେୟାର୍ କରନ୍ତୁ

କରଜ ପୀଡ଼ିତ ଜୀବନ ଖୁବ ଦୁଃଖ ଦାୟକ ହୋଇଥାଏ । ଆପଣ ବି କରଜ କରିଥିଲେ ନିଶ୍ଚିତ ସେଥିରୁ ମୁକ୍ତି ପାଇବାକୁ ଚାହିଁବେ । କରଜମୁକ୍ତ ଜୀବନ ହିଁ ସବୁଠାରୁ ସୁଖର ଜୀବନ ଅଟେ । କରଜ ନେବା ସୁଝିବା କଷ୍ଟକର ହୋଇଥାଏ । କରଜ କାରଣରୁ ମାନ ହାନୀ ଏବଂ ପଇସାର ଅଭାବ ଦେଖା ଦେଇଥାଏ । ଏହାସହିତ ପାରିବାରିକ କଳହ ମଧ୍ୟ ସହିବାକୁ ପଡ଼ିଥାଏ । କରଜ ନେଉଥିବା ବ୍ୟକ୍ତି ନିଜ ପାଇଁ ଏବଂ ନିଜ ପରିବାର ପାଇଁ ସମସ୍ୟା ପାଲଟି ଯାଏ । ତେଣୁ ଧ୍ୟାନ ରଖନ୍ତୁ ଯେପରି ମଙ୍ଗଳବାର ଏବଂ ଶନିବାର ଦିନ କରଜ ନନିଅନ୍ତି । କାରଣ ଏହି ଦିନ ନେଇଥିବା କରଜ ସୁଝିବାକୁ ଅନେକ ସମସ୍ୟା ହୋଇଥାଏ । ଶନିବାର ନିଆଯାଇଥିବା କରଜ କେବେ ସମାପ୍ତ ହିଁ ହୋଇ ନଥାଏ ।

ଆଠ ଅଙ୍କ ଶନିଙ୍କର ମାନା ଯାଇଥାଏ । ତେଣୁ ୮ , ୧୮ ଏବଂ ୨୬ ତାରିଖରେ କେବେ କରଜ ନିଅନ୍ତୁ ନାହିଁ । ଏହି ତାରିଖରେ ନିଆଯାଇଥିବା କରଜ ଜୀବନରେ ସମସ୍ୟା ବଢ଼ାଇ ଥାଏ । କରଜ ନେବାକୁ ଚାହୁଁଥିଲେ ସୋମବାର , ବୁଧବାର ଏବଂ ଗୁରୁବାର ନେଇ ପାରିବେ । ଏହାକୁ ସୁଝିବାରେ କୌଣସି ବଡ଼ ସମସ୍ୟା ଆସେ ନାହିଁ । କରଜରେ ନେବା ସମୟରେ ହସ୍ତାକ୍ଷର କରିବା ସମୟରେ ସର୍ବଦା ଈଶ୍ୱରଙ୍କୁ ସ୍ମରଣ କରନ୍ତୁ । କରଜରୁ ମୁକ୍ତ ହେବା ସହଜ ନୁହେଁ କିନ୍ତୁ କଠିନ ମଧ୍ୟ ନୁହେଁ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ କହିବୁ ଯାହା ଆପଣଙ୍କୁ କରଜ ସୁଝିବାରେ କିମ୍ବା କରଜରୁ ମୁକ୍ତ ହେବାରେ ସହାୟତା କରିବ ।

୧ . ଏଥିପାଇଁ ଏକ ଭଲ ପାନ ପତ୍ର ନିଅନ୍ତୁ । ବର୍ତ୍ତମାନ ଏହି ପତ୍ର ଉପରେ ଦୁଇଟି ଲବଙ୍ଗ ଏବଂ ଗୋଟିଏ ଅଳେଇଚ ରଖନ୍ତୁ । ତାପରେ ଏହି ପାନ ପତ୍ରକୁ ମୋଡି ନିଅନ୍ତୁ ଏବଂ ମଙ୍ଗଳବାର ଦିନ ସକାଳୁ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ପରିଧାନ କରି ହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ଏହି ପାନ ପୁଡ଼ିଆ ଅର୍ପିତ କରିଦିଅନ୍ତୁ । ଏହି ଉପାୟ ଲଗାତାର ୩ ମାସ ପର୍ଯ୍ୟନ୍ତ କରନ୍ତୁ । ପ୍ରତ୍ୟେକ ମଙ୍ଗଳବାର ଏହି ଉପାୟ କରନ୍ତୁ । ଯଦି କୌଣସି ମଙ୍ଗଳବାର ଆପଣ ସ୍ୱୟଂ ଯାଇପାରୁ ନାହାଁନ୍ତି ତେବେ ଆପଣଙ୍କ ପରିବର୍ତ୍ତେ ଅନ୍ୟ କେହି ମଧ୍ୟ ଯାଇ ପାରିବେ । ଏହିଦିନ ତାମସିକ ପଦାର୍ଥର ସେବନ କରନ୍ତୁ ନାହିଁ । ସାତ୍ଵିକତା ବଜାୟ ରଖନ୍ତୁ । ଖୁବଶୀଘ୍ର କରଜ ସୁଝିବାର ରାସ୍ତା ନଜର ଆସିବ । ଆପଣ ଋଣମୁକ୍ତ ହୋଇଯିବେ ।

୨ . ଅନେକ ସମୟରେ ଏପରି ହୋଇଥାଏ ଯେ କରଜ ନେବା ପରେ ସମସ୍ୟା ବହୁତ ଅଧିକ ବଢ଼ିଯାଏ । ଆମଦାନୀ କରଜ ଠାରୁ ଖୁବ କମ ହୋଇଯାଏ । ଏହାବ୍ୟତୀତ ଅନ୍ୟାନ୍ୟ କାମରେ ମଧ୍ୟ ସମସ୍ୟା ଦେଖାଦିଏ । ଶୁଭ କାର୍ଯ୍ୟରେ ବାଧା ଆସିଥାଏ । ବ୍ୟବସାୟ ହଠାତ ବନ୍ଦ ହୋଇଯାଏ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଏକ ଗୋଟା ପାନ ପତ୍ର ନିଅନ୍ତୁ । ଏହାର ଚିକ୍କଣ ଭାଗକୁ ତଳକୁ ରଖନ୍ତୁ ଏବଂ ଖଦଡିଆ ଅଂଶକୁ ଉପରକୁ ରଖନ୍ତୁ । ଏହାପରେ ସେହି ପାନ ପତ୍ର ଉପରେ ଦୁଇଟି ଲବଙ୍ଗ ରଖନ୍ତୁ ଏବଂ ସାବଧାନତାର ସହିତ ପାନ ପତ୍ରକୁ ଉଠାଇ ପ୍ରବାହିତ ପାଣିରେ ଭସାଇ ଦିଅନ୍ତୁ । ହାତ ଯୋଡ଼ି ଈଶ୍ୱରଙ୍କୁ ସମସ୍ୟା ବିଷୟରେ କୁହନ୍ତୁ । ସେହି ପତ୍ର ଆପଣଙ୍କ ସମସ୍ୟାକୁ ନିଜ ସହିତ ପ୍ରବାହିତ କରି ନେଇଯିବ । ତାପରେ ଆପଣ ଆଉ ପଛକୁ ନବୁଲି ସିଧା ଘରକୁ ପଳାଇ ଆସନ୍ତୁ । ଅଳ୍ପ ଦିନ ମଧ୍ୟରେ ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବ ।

୩ . ଯଦି ଜୀବନରେ ଅନବରତ କରଜ ବଢ଼ି ବଢ଼ି ଚାଲିଛି ତେବେ ନବରାତ୍ରୀ ସମୟରେ ପାନ ପତ୍ରରେ ପ୍ରତ୍ୟେକ ଦିନ ମାତା ଦୁର୍ଗାଙ୍କୁ ରିମ ଲେଖି ଅର୍ପିତ କରନ୍ତୁ । ନବମ ଦିନ ସେହି ପାନ ପତ୍ରକୁ ନିଜ ସିନ୍ଧୁକରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ କରଜ ଜନିତ ସମସ୍ୟା ଦୂର ହୋଇଯିବ ।

୪ . ଆଉ ଏକ ଉପାୟ ଅନୁଯାୟୀ ଆପଣ ରାତ୍ରି ସମୟରେ ଏକାକୀ ଏକ ଆସନ ପକାଇ ଶ୍ରୀହନୁମାନଙ୍କ ସାମ୍ନାରେ ବସି ଯାଆନ୍ତୁ । ଦୀପ ପ୍ରଜ୍ଜ୍ୱଳନ କରନ୍ତୁ ଏବଂ ନାଲି ଫୁଲ ଅର୍ପଣ କରନ୍ତୁ । ଏବଂ ୧୧ ଥର ହନୁମାନ ଚାଲିଶା ପାଠ କରନ୍ତୁ । ଏହି ଉପାୟକୁ ନିୟମିତ ଭାବରେ ଆପଣଙ୍କୁ ୧୧ ଟି ମଙ୍ଗଳବାର କରିବାକୁ ପଡ଼ିବ । ପ୍ରତ୍ୟେକ ମଙ୍ଗଳବାର ରାତି ୧୧ ରୁ ୧୨ ମଧ୍ୟରେ ହିଁ ଏହି ଉପାୟକୁ କରନ୍ତୁ । ଦେଖିବେ ଅଳ୍ପ ଦିନ ମଧ୍ୟରେ ସବୁ ସମସ୍ୟା ଦୂରେଇ ଯିବ । କରଜ ସମସ୍ୟା ହୋଇଥିଲେ ତାହା ମଧ୍ୟ ଠିକ ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *