Excuse Me Odisha

ଯାହା କହିବୁ ସତ କହିବୁ

ଫେବୃଆରୀ ୬ ମାଘ ମାସର ପ୍ରଥମ ଏକାଦଶୀରେ ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଗୁପ୍ତ ଜିନିଷ । ସବୁ ଦୁଃଖ ହେବ ଦୂର ।

ସେୟାର୍ କରନ୍ତୁ

ଚଳିତ ବର୍ଷର ମାଘ ମାସର ପ୍ରଥମ ଏକାଦଶୀ ଉଦୟା ତିଥି ଫେବୃଆରୀ ୬ ରେ ପାଳନ କରାଯିବ । ଏକ ପ୍ରାଚୀନ କଥାରେ ଏକାଦଶୀର ଉଲ୍ଲେଖ ମିଳିଥାଏ । ଏକାଦଶୀ ହେଉ କିମ୍ବା ପୂର୍ଣ୍ଣିମା ଗାଈର ସେବା କରିବାର ନିୟମ ରହିଛି । ଏହିଦିନ ଗୋମାତାଙ୍କୁ କିଛି ନା କିଛି ନିହାତି ଖୁଆଇବା ଆବଶ୍ୟକ । ଏହିଦିନଟି ମଙ୍ଗଳବାର ପଡୁଛି ତେଣୁ ଭଗବାନ ହନୁମାନଙ୍କର ଏକ ଉପାୟ ଅନୁଯାୟୀ ପାଞ୍ଚଟି ପାନ ପତ୍ରରେ ମହୁରେ ଶ୍ରୀ ରାମ ଲେଖି ହନୁମାନଙ୍କୁ ଚଢ଼ାଇ ଦିଅନ୍ତୁ । ଏହାଦ୍ବାରା ଅଖଣ୍ଡ ସୌଭଗ୍ୟ ପ୍ରାପ୍ତ ହେବ । ଥାଏ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖା କରିବାକୁ ଦ୍ୱାରକାକୁ ତାଙ୍କର ଜଣେ ସଖା ଆସିଥିଲେ । ନିଜର ଦୁଃଖ ଜୀବନ ବିଷୟରେ ସଖା କୃଷ୍ଣଙ୍କୁ ଜଣାଇ ଦାରିଦ୍ର୍ୟତା ଦୂର କରିବାର ଉପାୟ ବିଷୟରେ ପଚାରିଲେ । ଏହା ଶୁଣି ଶ୍ରୀକୃଷ୍ଣ କହନ୍ତି ଯେ ନିଜ ସଖାର ଦୁର୍ଦଶା ଏବଂ ତାହାର କାରଣ ବିଷୟରେ ଜାଣିଛନ୍ତି ।

ଆଉ ଏହା ମଧ୍ୟ ଜାଣିଛନ୍ତି ଯେ ତାଙ୍କ ସଖାକୁ ସେ ଧନ ସମ୍ପତ୍ତି ଦେଲେ ମଧ୍ୟ ସେ ଗ୍ରହଣ କରିବେ ନାହିଁ । କେବଳ ସେ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ସବୁବେଳେ ତାଙ୍କ ପରିବାର ଉପରେ ରହୁ ବୋଲି ସେହି ଅନୁରୋଧ କରିବାକୁ ଆସିଛନ୍ତି । ଏହାପରେ ଉପାୟ କହିବେ କହି ନିଜ ସଖାଙ୍କୁ ଏକ କାହାଣୀ ମଧ୍ୟ ଶୁଣାଇଛନ୍ତି । କାହାଣୀ ଅନୁଯାୟୀ ପୂର୍ବ କାଳରେ ମଧ୍ୟ ଦେଶରେ ପୁଷ୍ପରାଜ ନାମକ ଯାଏ ଅତ୍ୟନ୍ତ ଧନୀ ସେଠ ରହୁଥିଲେ । ସ୍ତ୍ରୀ ଲୀଳାବତୀ ଖୁବ ସୁନ୍ଦର ଥିଲେ । ସେଠର ଦୁଇ ପୁଅ ତାଙ୍କୁ କାମରେ ସାହାଯ୍ୟ କରୁଥିଲେ କିନ୍ତୁ ସେଠ ଖୁବ ଲୋଭୀ ଥିଲା ଏବଂ ଲୋକଙ୍କୁ ଠକି ଟଙ୍କା ରୋଜଗାର କରୁଥିଲେ । କିନ୍ତୁ ଏତେ ଧନ ରହିବା ସତ୍ତ୍ୱେବି ଚାରି ଭାଗରୁ ଏକ ଭାଗ ଦାନ କରୁ ନଥିବାରୁ ସେ ପୁଣ୍ୟ ଅର୍ଜନ କରି ପାରୁ ନଥିଲେ ।

କିନ୍ତୁ ଏହି ଚିନ୍ତା କାରଣରୁ ତାଙ୍କର ଶରୀର ଅସୁସ୍ଥ ହେଲା ଏବଂ କାମ ନକରି ପାରିବାରୁ ଘରର ପରିସ୍ଥିତି ଖରାପ ହେଲା ଏବଂ ପୁଅ ମାନେ ବିଲରେ କାମ କରିବାରେ ଲାଗିଲେ । ସେଠ ର ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାରେ ଲାଗିଲା । ଥରେ ଭଗବାନ ଶ୍ରୀକୃଷ୍ଣ ଜଣେ ସାଧୁଙ୍କ ରୂପ ନେଇ ସେଠଙ୍କ ଘରକୁ ଆସି ଖାଇବାକୁ ମାଗିଲେ । ସେଠ ଙ୍କ ସ୍ତ୍ରୀ ଅତ୍ୟନ୍ତ ଦୟାଳୁ ଥିଲେ ଏବଂ ସେ ସାଧୁଙ୍କୁ ଘର ଭିତରକୁ ନେଇ ଭୋଜନ କରିବାକୁ ଦେଲେ । ଏଥିରେ ଖୁସି ହୋଇ ସାଧୁ ଜଣକ ସେଠ ଙ୍କ ସ୍ତ୍ରୀଙ୍କୁ ବର ମାଗିବାକୁ କହିଲେ । ଏହାପାରେ ଲୀଳାବତୀ ନିଜର ଦୁଃଖ କଥା କହି ସେଥିରୁ ବର୍ତ୍ତିବା ପାଇଁ ଉପାୟ ବିଷୟରେ ପଚାରିଲା । ସାଧୁ ଜଣକ ତାଙ୍କର ଏଭଳି ଅବସ୍ଥା ତାଙ୍କ ସ୍ୱାମୀଙ୍କ କାରଣରୁ ହୋଇଛି ବୋଲି କହିଲେ ଏବଂ କହିଲେ ଯେ ତାଙ୍କ ସ୍ୱାମୀ ଯେହେତୁ ଦାନ କରୁ ନାହାଁନ୍ତି ତେଣୁ ଏଭଳି ଦୁର୍ଦଶା ହୋଇଛି ।

ଉପାୟ ଅନୁଯାୟୀ ସାଧୁ ଜଣକ ତାଙ୍କୁ କାମଧେନୁ ଗାଈ ପାଖକୁ ଯିବାକୁ କହିଲେ । କିମ୍ବା ଗୋଟିଏ ଗାଈ ଆଣି ଘରେ ରଖି ଗୋଟିଏ ଜିନିଷ ପ୍ରତ୍ୟେକ ଦିନ ଖାଇବାକୁ ଦେବାକୁ କହିଲେ । ଯାହାଦ୍ୱାରା ସବୁ ସମସ୍ୟା ଏବଂ ଦୁଃଖ ଦୂର ହୋଇଯିବ ବୋଲି କହିଲେ । ସେଠଙ୍କ ସ୍ତ୍ରୀ ସାଧୁଙ୍କ କହିବା ଭଳି ପ୍ରତ୍ୟେକ ଦିନ ଯାଇ ଗୋମତାଙ୍କୁ ଖୁଆଇବାକୁ ଲାଗିଲେ । କିଛିଦିନ ପରେ ସେଠଙ୍କ ଘରୁ ଚୋରି ହୋଇଥିବା ସବୁ ଧନକୁ ରାଜାଙ୍କ ସିପାହୀ ଖୋଜି ବାହାର କଲେ । ଧୀରେ ଧୀରେ ସେଠ ଭଲ ହେଲେ ଏବଂ ନିଜ ସେଠଙ୍କ ସହିତ ଗୋଶାଳାକୁ ଯିବାକୁ ଲାଗିଲେ । ଧୀରେ ଧୀରେ ସେ ସୁସ୍ଥ ହେବା ସହିତ ସବୁ ଧନ ସମ୍ପତ୍ତି ଫେରି ପାଇଲେ । ଗୋମତାଙ୍କ ଠାରୁ ମିଳୁଥିବା ପଛ ଗବ୍ୟ ସବୁ ରୋଗର ନିରାକରଣ ଅଟେ ।

ସଂସାରରେ ସବୁ ମାଙ୍ଗଳିକ କାର୍ଯ୍ୟ ଗୋବରରୁ ହୋଇଥାଏ । ଗୋମାତାଙ୍କ ଶରୀରରେ ତେତିଶ କୋଟି ଦେବଦେବୀଙ୍କ ବାସ ହୋଇଥାଏ । ଏହାକୁ କାମଧେନୁ ମାତା ମଧ୍ୟ କୁହାଯାଏ । ଗାଈର ଦର୍ଶନ ମାତ୍ରେ ହଜାରେ ପାପ ନଷ୍ଟ ହୋଇଯାଏ । ଗାଈ ଉପରେ ଅତ୍ୟାଚାର କରିବା ଉଚିତ ନୁହେଁ । ଗୋମୂତ୍ର ଅତ୍ୟନ୍ତ ପବିତ୍ର ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଏହାକୁ ସିଞ୍ଚିଲେ ପରିବେଶରେ ବାତାବରଣ ଶୁଦ୍ଧ ହୋଇଥାଏ । ଗ୍ରହ ଜନିତ ସମସ୍ୟା ଥିଲେ ଗାଈକୁ ଗୁରୁବାର ଦିନ ସବୁଜ ଚାରା ଖୁଆନ୍ତୁ । ମଙ୍ଗଳ ଗ୍ରହ ଦୋଷ ଥିଲେ ସେଥିରେ ନାଲି ରଙ୍ଗ ମିଶାଇ କିମ୍ବା ଗୁଡ଼ ଏବଂ ଚଣା ଅର୍ପଣ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *