Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତ୍ୟେକ ଦିନ ସକାଳୁ ଜଲଦି ଖାଦ୍ୟ ପ୍ରସ୍ତୁତ କରୁଥିବା ମହିଳା ନିଶ୍ଚୟ ଜାଣି ନିଅନ୍ତୁ କିଛି ଖାସ ନିୟମ ।

ସେୟାର୍ କରନ୍ତୁ

ମନୁଷ୍ୟ ଧାରଣ କରୁଥିବା କୌଣସି ଖାଦ୍ୟର ସିଧାସଳଖ ପ୍ରଭାବ ତାର ଶରୀର ଉପରେ , ବ୍ୟବହାର ଏବଂ ଆଚରଣ ଉପରେ ମଧ୍ୟ ପଡ଼ିଥାଏ । ଖାଦ୍ୟ ପ୍ରସ୍ତୁତି ଠାରୁ ଆରମ୍ଭ କରି , କେମିତି ଖାଇବା ଉଚିତ ଏବଂ ଖାଇବା ସମୟରେ କେଉଁ ନିୟମ ପାଳନ କରିବା ଉଚିତ ସେହିସବୁ ପ୍ରତି ଧ୍ୟାନ ଦେବା ଉଚିତ । ଏହିସବୁ ବିଷୟରେ ଆମ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା କରାଯାଇଛି । ସେଥିରେ ଏହା ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ଖାଦ୍ୟ ପ୍ରସ୍ତୁତ କରୁଥିବା ବ୍ୟକ୍ତି ମଧ୍ୟ କିଛି ନିୟମ ପାଳନ କରିବା ଜରୁରୀ ହୋଇଥାଏ । ତେବେ ଚାଲନ୍ତୁ ସେହିସବୁ ନିୟମ ଗୁଡ଼ିକ ବିଷୟରେ ଜାଣିନେବା । ମହିଳା ମାନେ ସାଧରଣତଃ ସେହି ସବୁ ନିୟମ ପାଳନ କରି ଖାଦ୍ୟ ପ୍ରସ୍ତୁତ କରିବା ଉଚିତ । ଯାହାଦ୍ୱାରା ପୁରା ପରିବାରରେ ଖୁସିର ବାତାବରଣ ରହିବ ।

ଘରର ମହିଳା ମାନେ ସକାଳୁ ଶୀଘ୍ର ଉଠି ଖାଦ୍ୟ ପ୍ରସ୍ତୁତ କରନେବା ଉଚିତ । ତାହାକୁ ଆଜି ଆମେ ଏକ କାହାଣୀ ମାଧ୍ୟମରେ କହିବୁ । ଅନେକ ଦିନ ତଳେ ଗୋଟିଏ ଗାଁରେ ରମେଶ ନାମକ ଜଣେ ବ୍ୟକ୍ତି ରହୁଥିଲେ । ସେ ମାଟିରେ ସବୁ ଜିନିଷ ଗଢ଼ି ପାରୁଥିଲା ଏବଂ ସେଥିରେ ବେଶ ଭଲ ରୋଜଗାର ମଧ୍ୟ କରୁଥିଲା । ନିଜ ପରିବାର ପାଇଁ ଏକ ଘର ମଧ୍ୟ ବନାଇ ଦେଇଥିଲା । କିନ୍ତୁ ବାପା ମା’ଙ୍କ ମୃତ୍ୟୁ ପରେ ସେ ଏତେ ବଡ଼ ଘରେ ଏକୁଟିଆ ରହୁଥିଲା । ତେଣୁ ତାର ପିଉସୀ ଏସବୁ ଦେଖି ଦୁଃଖୀ ହୋଇ ନିଜ ବନ୍ଧୁ ଭିତରେ ଜଣେ ଶାନ୍ତି ନାମକ ଝିଅ ସହିତ ରମେଶର ବିବାହ କରାଇ ଦେଲେ । କିନ୍ତୁ ଶାନ୍ତି ଖୁବ ଅଳସୁଆ ଥିଲା ଏବଂ ସକାଳୁ ବିଳମ୍ବରେ ଉଠି ବିନା ଇଚ୍ଛାରେ ରୋଷେଇ କରି ପୁଣି ସନ୍ଧ୍ୟା ପର୍ଯ୍ୟନ୍ତ ଶୋଇ ରହୁଥିଲା ।

ଯାହା ରମେଶକୁ ପସନ୍ଦ ନଥିଲା । ସେତେବେଳେ ଘର ଯେମିତି ପରିଷ୍କାର ରହୁଥିଲା ତାହା ଆଉ ରହିଲାନି । ଯେଉଁ କାରଣରୁ ରମେଶ ମଧ୍ୟ ବିରକ୍ତ ହୋଇ ଯାଉଥିଲା । ରମେଶ ଯେତେ ବୁଝାଇଲେ ମଧ୍ୟ ଶାନ୍ତି ବୁଝୁ ନଥିଲା । ବିଳମ୍ବରେ ଖାଦ୍ୟ ହେଉଥିବାରୁ ରମେଶ ଠିକ ସମୟରେ କାମକୁ ଯାଇ ପାରୁ ନଥିଲା । ଧୀରେ ଧୀରେ ଆମଦାନୀ କମିବାରୁ ଅଭାବ ମଧ୍ୟ ଲାଗିଲା । ଟଙ୍କା ଅଭାବ କାରଣରୁ ପ୍ରତ୍ୟେକ ଦିନ ଶାନ୍ତି ଏବାଂ ରମେଶର ଝଗଡ଼ା ହେଲା । କୌଣସି ସୂତ୍ରରୁ ଖବର ପାଇ ପିଉସୀ ଦେଖିବାକୁ ଆସିଲେ ଏବଂ ସେତେବେଳେ ରମେଶ ଏବଂ ଶାନ୍ତି ଅଭାବ କାରଣରୁ ତାଙ୍କର ଉଚିତ ସତ୍କାର କରି ନପାରି ଖୁବ ଲଜ୍ଜିତ ହେଲେ । ଏପଟେ ଶାନ୍ତି ରମେଶ ନାମରେ ମିଛ ସତ ପିଉସୀଙ୍କୁ କହିଲା ।

କିନ୍ତୁ ପିଉସୀ ଠିକ ଭାବରେ ଜାଣିଥିଲେ ଯେ ଭୁଲ ବାସ୍ତବରେ କାହାର ? ଆଗାମୀ ଦିନ ଠାରୁ ପିଉସୀ ଶାନ୍ତିକୁ ସବକ ଶିଖାଇବାକୁ ଚିନ୍ତା କଲେ ଏବଂ ସକାଳୁ ଜଲଦି ଉଠାଇ ଘର ସଫା , ଠାକୁର ପୂଜା ଏବଂ ରୋଷେଇ କରିବାକୁ କହିଲେ ।ଶାନ୍ତି ମଧ୍ୟ ମନା କରି ପାରିଲା ନାହିଁ । ଠାକୁର ପୂଜା କରିବା ପରେ ଶାନ୍ତିର ଆଳସ୍ୟ ମଧ୍ୟ ଯେମିତି ଦୂରେଇ ଗଲା । ରମେଶ ନିଦରୁ ଉଠି ଏସବୁ ଦେଖି ଖୁବ ଖୁସି ହୋଇଗଲା । ସେ ନିଜ ନିତ୍ୟକର୍ମ ସାରିବା ପରେ ଯେତେବେଳେ ଶାନ୍ତି ଖାଦ୍ୟ ପାତ୍ର ଧରି ରମେଶ ଆଡ଼କୁ ଆସିଲା ରମେଶ ତାର ପରିବର୍ତ୍ତନ ସ୍ଵଭାବ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ବିବାହ ପରେ ପ୍ରଥମ ଥର ପାଇଁ ସେମାନେ ଖୁସିରେ ଥିଲେ । ଯେଉଁ କାରଣରୁ ଶାନ୍ତି ମଧ୍ୟ ନିଜର ସବୁ ଭୁଲ ବୁଝି ପାରିଲା ।

ବିବାହ ପରେ ପରେ ପ୍ରଥମ ଥର ପାଇଁ ରମେଶ ଭଲ ଭାବରେ ଭୋଜନ କରି ଘରୁ ବାହାରି ଯାଇଥିଲା । ଖାଦ୍ୟ ମଧ୍ୟ ଭଲ ଥିବାରୁ ଦିନ ସାରା ତାର କାମ ମଧ୍ୟ ଭଲରେ ଗଲା । ସେଦିନ ରୋଜଗାର ଭଲ ହେଲା ଏବଂ ସେ ଖୁସିରେ ଘରକୁ ଫେରି ଆସିଲା । ଶାନ୍ତି ନିଜର ଭୁଲ ବୁଝି ପାରି ନିଜ ପିଉସୀ କହିଥିବା ରାସ୍ତାରେ ଚାଲିବାକୁ ଲାଗିଲା । ତାଙ୍କର ପୂର୍ବ ସୁଖ ସମୃଦ୍ଧି ମଧ୍ୟ ଫେରି ଆସିଲା । ତେଣୁ ଆପଣ ମଧ୍ୟ ମନେ ରଖନ୍ତୁ ଯେ ରୋଷେଇ ଘରୁ ହିଁ ଘରର ଭାଗ୍ୟ ଉଦୟ ହୋଇଥାଏ । ସ୍ତ୍ରୀ ଘରକୁ ଯେମିତି ରଖିଥାଏ ସେହି ଅନୁଯାୟୀ ପୁରା ଘରର ଭାଗ୍ୟ ବଜାୟ ରହିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *