Excuse Me Odisha

ଯାହା କହିବୁ ସତ କହିବୁ

ଯମରାଜ ବୁଝାଇଛନ୍ତି ଯେ ଖରାପ ଲୋକ ଏବଂ ପାପୀ ଲୋକ କାହିଁକି ରହିଥାନ୍ତି ସୁଖରେ । ଗୋଟିଏ କାହାଣୀ ମାଧ୍ୟମରେ ଜାଣନ୍ତୁ କାରଣ ।

ସେୟାର୍ କରନ୍ତୁ

ପାପୀ ଲୋକ ମାନେ ଖୁବ ଭଲରେ ରହୁଥିବା ବେଳେ ଭଲ ଲୋକମାନେ ସବୁବେଳେ କଷ୍ଟରେ ରହିଥାନ୍ତି । ଏହାର କାରଣ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଏହାକୁ ଆଜି ଆମେ ଏକ କାହାଣୀ ମାଧ୍ୟମରେ କହିବୁ । ଗୋଟିଏ ନଗରରେ ଜଣେ ବିଧବା ମହିଳା ନିଜର ତିନି ଝିଅ ସହିତ ରହୁଥିଲେ । କିନ୍ତୁ ସ୍ୱାମୀର ମୃତ୍ୟୁ ପରେ ସେ ଖୁବ କଷ୍ଟରେ ନିଜର ତିନି ଝିଅକୁ ପାଳୁଥିଲା । ଏହି ଚିନ୍ତାରେ ତାର ସ୍ୱାସ୍ଥ୍ୟ ଖରାପ ହେବାରୁ ତାର ମୃତ୍ୟୁ ସମୟ ମଧ୍ୟ ନିକଟତର ହୋଇଗଲା । ଯମରାଜଙ୍କ ଦୂତ ଯେତେବେଳେ ମହିଳାଙ୍କ ଜୀବନ ହରଣ କରିବାକୁ ଆସିଲେ ସେତେବେଳେ ତିନି ଝିଅକୁ ନିଜ ମା ପାଖରେ ନସି4କାନ୍ଦୁଥିବାର ଦେଖି ସେ ଦୁଃଖୀ ହୋଇଗଲେ ଏବଂ ଜୀବନ ହରଣ ନକରି ଯମପୁରକୁ ଫେରିଗଲେ ।

ସେଠାରେ ଯମରାଜ ପ୍ରଶ୍ନ କରିବାରୁ ସେ କହିଲେ ଯେ ତିନି ଝିଅଙ୍କ ଦୁଃଖ ଦେଖି ନପାରି ସେ ଏମିତି କଲେ । ଏହାପରେ ଯମରାଜ ବୁଝାଇ କହିଲେ ଯେ ପୃଥିବୀରେ ଥିବା ସବୁ ଜୀବଜନ୍ତୁଙ୍କ ମୃତ୍ୟୁ ନିର୍ଦିଷ୍ଟ ସମୟରେ ହୋଇଥାଏ ଏବଂ ତାଙ୍କ ଭାଗ୍ୟ ଲେଖା ହୋଇ ରହିଥାଏ । କେହିବି ଚାହିଁଲେ କାହାରି ମୃତ୍ୟୁ ଅଟକାଇ ପାରିବେ ନାହିଁ କିମ୍ବା କାହାକୁ ଜୀବନ ଦାନ ଦେଇ ପାରିବେ ନାହିଁ । ତେଣୁ ଦୂତର ଭୁଲ ଥିବା କହି ଯମରାଜ ଦଣ୍ଡ ଆକାରରେ ତାଙ୍କୁ ପୃଥିବୀରେ ଜନ୍ମ ଦେଲେ । ଏଥିରୁ ମୁକ୍ତି ପାଇବାକୁ ହେଲେ ଦୂତ ଯଦି ନିଜର ମୁର୍ଖତା ଉପରେ ତିନି ଥର ହସିଦିଏ ତେବେ ତାର ମୁକ୍ତି ହୋଇଯିବ ବୋଲି କହିଲେ । ପୃଥିବୀରେ ଯିଏ ଜନ୍ମ ହୁଏ ସେ ନଗ୍ନ ହୋଇ ଜନ୍ମ ହୋଇଥାଏ । ତେଣୁ ଏହି ଦୂତ ମଧ୍ୟ ସେହିଭଳି ଏକ ରାସ୍ତା କଡ଼ରେ ଶୀତରେ ପଡ଼ି ରହିଥିଲା ।

ରାସ୍ତାରେ ନିଜ ପିଲାଙ୍କ ପାଇଁ ପୋଷାକ ଆଣିବାକୁ ଯାଉଥିବା ମୋଚି ଦୂତଙ୍କୁ ଦେଖି ଦୟା ହେଲା ଏବଂ ତାଙ୍କୁ ପୋଷାକ ଏବଂ କମ୍ବଳ କିଣି ଦେଇଦେଲେ । ତାଙ୍କର ରହିବାର ଘର ନଥିବାରୁ ତାଙ୍କୁ ସାଙ୍ଗରେ ନିଜ ଘରକୁ ନେଇଗଲେ । ଘରେ ପହଞ୍ଚୁ ପହଞ୍ଚୁ ପତ୍ନୀ ପିଲାଙ୍କ ପାଇଁ ପୋଷାକ ଆଣିନଥିବା ଏବଂ ଓଲଟା ଜଣେ ବ୍ୟକ୍ତିଙ୍କୁ ଘରକୁ ଆଣିଥିବାର ଦେଖି ଚିତ୍କାର କରିବାରେ ଲାଗିଲା । ଯାହାକୁ ଦେଖି ଦୂତ ଖୁବଜୋରରେ ହସିବାରେ ଲାଗିଲେ । କାରଣ ପଚାରିବାରୁ ଦୂତ କିଛିବି କହି ନଥିଲା । ମୋଚି ପାଖରେ ରହି ଜୋତା ତିଆରି କୌଶଳ ଶିଖିଯିବା ପରେ ଖୁବ ରୋଜଗାର କଲା ଏବଂ ଜୋତା ଏତେ ସୁନ୍ଦର ତିଆରି କରୁଥିଲେ ଯେ ରାଜା ମହାରାଜା ମଧ୍ୟ ଅର୍ଡର ଦେଇ ଜୋତା ବନାଉ ଥିଲେ । ଏମିତି ମୋଚି ମଧ୍ୟ ଖୁବ ଧନବାନ ହୋଇଗଲା ।

ଥରେ ରାଜାଙ୍କର ଜଣେ ଶ୍ରମିକ ଏକ ଚମଡ଼ା ନେଇ ମୋଚି ପାଖକୁ ଆସି ସେହି ଚମଡ଼ାରେ ଜୋତା ବନାଇବାକୁ କହିଲା । ଯାହାକୁ ରାଜା ଧାରଣ କରିବେ । ମୋଚି ମଧ୍ୟ ଯମଦୂତଙ୍କୁ ସବୁକଥା ବୁଝାଇ ଏକ ଯୋଡ଼ା ଜୋତା ବନାଇବାକୁ କହିଲା । ଏତେ ବୁଝାଇବା ସତ୍ତ୍ୱେବି ଯମଦୂତ ଜୋତା ନବନାଇ ଚପଲ ବନାଇ ଦେଲା । ଏହା ଦେଖି ମୋଚି ରାଗିଯାଇ ତାକୁ ମାରିବାକୁ ଗୋଡ଼ାଇଲା । ଏହା ଦେଖିଲେ ରାଜା ତା ସମେତ ପୁରା ପରିବାରକୁ ଶୁଳିରେ ଚଢ଼ାଇ ଦେବେ ବୋଲି କହିଲା । ମୋଚିକୁ ଅତି ଦୁଃଖିତ ଦେଖି ଯମଦୂତ ବହୁତ ଜୋରରେ ହସିବାକୁ ଲାଗିଲା । ଏପଟେ ରାଜାଙ୍କ ସୈନ୍ୟ ଆସୁଥିବାର ଦେଖି ମୋଚି ଡରିଗଲା । କିନ୍ତୁ ସୈନ୍ୟ ଆସି କହିଲା ଯେ ରାଜାଙ୍କର ଦେହାନ୍ତ ହୋଇ ଯାଇଛି ତେଣୁ ପରମ୍ପରା ଅନୁଯାୟୀ ଶବ ସତ୍କାରରେ ଚପଲ ପିନ୍ଧାଇ ନେବାର ପରମ୍ପରା ରହିଛି ତେଣୁ ସେ ସେହି ଚମଡ଼ାରେ ଚପଲ ତିଆରି କରାଯାଉ ।

ଏହା ଦେଖି ମୋଚି ହାତରୁ ବାଡ଼ି ଖସି ପଡ଼ିଲା ଏବଂ ସେ ଯମଦୂତର ପାଦ ତଳେ ପଡ଼ି ଭୁଲ ମାଗିଲା । ଏହାଦେଖି ଦୂତ ବହୁତ ଜୋରରେ ହସିବାକୁ ଲାଗିଲା । କାରଣ ପଚାରିବାରୁ ଯମଦୂତ ସମୟ ଆସିଲେ କହିବ ବୋଲି କହିଲା । ଥରେ ତିନି ଜଣ ଅବିବାହିତ କନ୍ୟା ନିଜର ବିବାହ ନିମନ୍ତେ ଜଣେ ବୁଢ଼ୀ ସହିତ ସେହି ମୋଚି ଦୋକାନକୁ ଜୋତା ମାପ ଦେବାକୁ ଆସିଥିଲେ । ଯମଦୂତ ଜାଣିନେଲେ ଯେ ସେମାନେ ସେହି ତିନି ଜଣ ଝିଅ ଯେଉଁ ମାନଙ୍କ ମା’ ଙ୍କୁ ସେ ନନେବା କାରଣରୁ ଆଜି ସେ ଏହି ଦଣ୍ଡ ଭୋଗୁଛନ୍ତି । ବୃଦ୍ଧା ଜଣଙ୍କୁ ପଚାରିବାରୁ ସେ କହିଲେ ଯେ ପିଲାଦିନୁ ତାଙ୍କ ମା ମରି ଯାଇଥିବାରୁ ସେ ସେମାନଙ୍କୁ ପାଖରେ ରଖିଛନ୍ତି । ତାଙ୍କ ପାଖରେ ଖୁବ ଧନ ସମ୍ପତ୍ତି ଅଛି ତେଣୁ ସେ ଏହି ଝିଅ ମାନଙ୍କୁ ପାଳିଛନ୍ତି ।

ଆଜି ବହୁତ ବଡ଼ ଘରେ ସେମାନଙ୍କର ବିବାହ ହେବାକୁ ଯାଉଛି । ଝିଅ ମାନଙ୍କ ଭାଗ୍ୟ ଦେଖି ଯମଦୂତ ଏହା ଭାବିବାକୁ ଲାଗିଲେ ଯେ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ । ଯଦି ସେହି ସମୟରେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇ ନଥାନ୍ତା ତେବେ ସେମାନେ ଦାରିଦ୍ର୍ୟତାରେ ରହିଥାନ୍ତେ । ତେଣୁ ସେ ନିଜ ମୁର୍ଖତା ବିଷୟରେ ଭାବି ଜୋର ଜୋରରେ ହସିବାକୁ ଲାଗିଲେ । ଏମିତି ତିନି ଥର ଯମଦୂତ ନିଜର ମୁର୍ଖତାକୁ ନେଇ ହସି ସାରିଥିଲା । ମୋଚି ହସିବାର କାରଣ ପଚାରିବାରୁ ଯମଦୂତ ସବୁକଥା କହିଲେ । ଅନେକ ଥର ଭଗବାନ ଆମର ଭଲ ପାଇଁ ସବୁକିଛି କରିଥାନ୍ତି କିନ୍ତୁ ଆମେ ତାହା ନଦେଖି ପାରି ଭଗବାନଙ୍କୁ ନିନ୍ଦା କରିଥାଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *