Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ସଂଖ୍ୟା । ଦେଖନ୍ତୁ ପୂରଣ ହେବକି ନାହିଁ ଆପଣଙ୍କ ଇଚ୍ଛା ।

ସେୟାର୍ କରନ୍ତୁ

ଆଜିକାର ଏହି ଲେଖାରେ ଆମେ ଅଙ୍କ ଶାସ୍ତ୍ର ସମ୍ବନ୍ଧୀୟ କିଛି କଥା କହିବୁ । ଯାହାକୁ ଆପଣ ମାନେ ମଧ୍ୟ ଜାଣିବାର ଆବଶ୍ୟକତା ରହିଛି । ଏହି ବିଷୟରେ ଜାଣିଲେ ଆପଣ ନିଜ ଜୀବନରେ କିଛି ପରିବର୍ତ୍ତନ ଆଣିପାରିବେ । ଆପଣ ଭଗବାନଙ୍କ ନାମ ନେଇ ୧୧୧ , ୪୪୪ ଏବଂ ୭୭୭ ମଧ୍ୟରୁ କୌଣସି ଗୋଟିଏ ବାଛନ୍ତୁ । ସେଥିରୁ ଆପଣ ଜାଣିଯିବେ ଯେ ଆପଣଙ୍କର ଇଚ୍ଛା ପୂରଣ ହେବ କି ନାହିଁ ?

୧ . ଯଦି ଆପଣ ୧୧୧ ବାଛିଛନ୍ତି ତେବେ ଏହାର ଅର୍ଥ ବର୍ତ୍ତମାନ ଆପଣଙ୍କର ଅଧିକ ଖର୍ଚ୍ଚ ହେଉଛି । ଆପଣ ବ୍ୟସ୍ତ ଏବଂ ଉଦବେଗରେ ଥିବା ସହିତ ଆପଣଙ୍କୁ କୌଣସି କାର୍ଯ୍ୟରେ ସଫଳତା ମିଳୁନାହିଁ । କିନ୍ତୁ ଆପଣଙ୍କର ଭଲ ସମୟ ଆସି ଯାଇଛି । ସନ୍ତାନକୁ ନେଇ ଆପଣଙ୍କର ଏକ ଖବର ମିଳିବାକୁ ଯାଉଛି । ଧନ ଜନିତ ସବୁ ସମସ୍ୟାର ସମାଧାନ ହେବାକୁ ଯାଉଛି । ପୂର୍ବରୁ ଥିବା ସବୁ ଖରାପ ଚିନ୍ତାଧାରା ବର୍ତ୍ତମାନ ଦୂର ହୋଇଯିବ । ପୂର୍ବରୁ ଯେଉଁ ରୋଜଗାର କମ ଏବଂ ଖର୍ଚ୍ଚ ଅଧିକ ହେଉଥିଲା , ତାହା ଆଉ ରହିବ ନାହିଁ । ଶେଷ ସମୟରେ କରିଥିବା ଆସତ୍ତି ଦୂରେଇ ଦିଅନ୍ତୁ ନଚେତ ତାହା ହିଁ ଆପଣଙ୍କ ଜୀବନରେ ବିପଦ ଆଣିବ । କାହାକୁ ନିଜର ଗୁପ୍ତ କଥା କିମ୍ବା ସିକ୍ରେଟ କୁହନ୍ତୁ ନାହିଁ । କାହାକୁ ଯେତେ ନିଜର ଭାବିଲେ ବି କୁହନ୍ତୁ ନାହିଁ । ଆପଣଙ୍କର ଋଣ ସୁଝିବାର ସମୟ ଆସି ଯାଇଛି

୨ . ଯଦି ଆପଣ ୪୪୪ ସଂଖ୍ୟାକୁ ବାଛିଛନ୍ତି ତେବେ ବର୍ତ୍ତମାନ ଆପଣଙ୍କର ସୁଖ ସମୃଦ୍ଧିର ସମୟ ଆସି ଯାଇଛି । ଜାତକରେ ଗୋଟିଏ ଶୁଭ ଦୋଷାର ଭୋଗ ରହିଛି । ଯେଉଁ କାରଣରୁ ଅର୍ଥ ମାନ ସମ୍ମାନ ଯଶ ପ୍ରାପ୍ତିର ଯୋଗ ରହିଛି । ଇଚ୍ଛା ଅନୁସାରେ ଆପଣଙ୍କୁ ଫଳ ନିହାତି ପ୍ରାପ୍ତ ହେବ । ଧୀରେ ଧୀରେ ଆପଣଙ୍କ ଜୀବନରେ ଶୁଭ ଫଳ ପ୍ରାପ୍ତ ହେବ । ଗୁପ୍ତ ଶତ୍ରୁଙ୍କର ହାରି ଯିବାର ଅବସ୍ଥା ଆପଣ ଦେଖି ସାରିଲେଣି । ଯେଉଁ ମାନେ ଆପଣଙ୍କୁ ଧୋକା ଦେଇଛନ୍ତି ପୁଣି ସେମାନଙ୍କ ଉପରେ ଭରସା କରନ୍ତୁ ନାହିଁ । ସନ୍ଧ୍ୟା ସମୟରେ ” ଓଁ ନମଃ ଭାଗବତେ ବାସୁଦେବାୟ ” ମନ୍ତ୍ର ଜପ କରନ୍ତୁ । ଏହାକୁ ଅତିକମରେ ୧୧ ଥର ଜପ କଲେ ଜୀବନରେ ଶୁଭ ଫଳ ଆସିଯିବ । ନିହାତି ଭାବରେ ନିଜର ଜାତକର ବିଚାର କରାଇ ନିଅନ୍ତୁ । ଧନ , ମାନ , ସମ୍ମାନ ପ୍ରତ୍ୟେକ କ୍ଷେତ୍ରରେ ଲାଭ ହେବାକୁ ଯାଉଛି । ସମୟ ବର୍ତ୍ତମାନ ଆପଣଙ୍କ ପାଇଁ ଶୁଭ ରାଜଯୋଗ ଆଣିବ । ସମସ୍ୟା ନିବାରଣର ବ୍ୟବସ୍ଥା ପଣ୍ଡିତଙ୍କ ପାଖକୁ ଯାଇ କରାଇ ନିଅନ୍ତୁ ।

୩ . ଯଦି ଆପଣ ୭୭୭ ସଂଖ୍ୟାକୁ ବାଛିଛନ୍ତି ତେବେ ଆପଣ ବର୍ତ୍ତମାନ କାମରେ ଅନେକ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ସଫଳ ହେଉ ନାହାଁନ୍ତି । ଆପଣ ବର୍ତ୍ତମାନ ଅସ୍ଥିର ଚିନ୍ତାରେ ଥିବା କାରଣରୁ ଦୁଃଖରେ ରହୁଛନ୍ତି । ଅଳସୁଆ ସ୍ଵଭାବ କାରଣରୁ ଆପଣ ସବୁ କାର୍ଯ୍ୟକୁ ବିଳମ୍ବରେ କରୁଛନ୍ତି । ଏପରି ଭୁଲ ଆଦୋୖ କରନ୍ତୁ ନାହିଁ ନଚେତ ଜୀବନରେ ଆପଣ ଖୁବ ପଛକୁ ଚାଲିଯିବେ । ଗ୍ରହ ଦୋଷା ରହିଛି ତେଣୁ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ । ବର୍ତ୍ତମାନ ସମୟରେ ସମୟ ନାନା ପ୍ରକାରର ବିବାଦରେ ଚାଲିଛି । ଆପଣଙ୍କ ଇଜ୍ଜତ ବର୍ବାଦ ହୋଇଯିବା ଭଳି ସମୟ ଆସି ଯାଇଛି । ଲୋକେ ମଧ୍ୟ ଆପଣଙ୍କ ମୁହଁକୁ ଚାହୁଁ ନାହାଁନ୍ତି । ତେଣୁ ଚିନ୍ତିତ ନହୋଇ ନ୍ୟାୟ ଏବଂ ଧର୍ମ ମାର୍ଗରେ ଚାଲିବା ସହିତ ଭଗବାନଙ୍କୁ ଆରାଧନା କରନ୍ତୁ । ସବୁ ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *