Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ସ୍ୱାମୀ ନିଜ ସ୍ତ୍ରୀକୁ ଏହି ଜିନିଷ ଦେଇଥାଏ , ସେ କେବେ ହୋଇ ନଥାଏ ଦରିଦ୍ର୍ୟ । କହିଛନ୍ତି ସ୍ବୟଂ ଭଗବାନ ବିଷ୍ଣୁ ।

ସେୟାର୍ କରନ୍ତୁ

ଥରେ ଦେବର୍ଷି ନାରଦ ବୈକୁଣ୍ଠ ଯାଇ ଭଗବାନ ବିଷ୍ଣୁଙ୍କୁ ପ୍ରଣିପାତ କରି ପଚାରିଲେ ଯେ ଜଣେ ସ୍ତ୍ରୀ ବିବାହ ପରେ ନିଜ ଶାଶୁ ଘର ଲୋକ ଏବଂ ନିଜ ସ୍ୱାମୀଙ୍କ ଠାରୁ ଅଧିକ କେଉଁ ଜିନିଷ ଦାବି କରିଥାଏ । ଆଉ ଏହି ପ୍ରଶ୍ନର ଉତ୍ତର ଭଗବାନ ବିଷ୍ଣୁ ଦେବୀ ନନ୍ଦାଙ୍କ କଥା ମାଧ୍ୟମରେ ନାରଦଙ୍କୁ ବୁଝାଇଛନ୍ତି । ଦେବୀ ନନ୍ଦା ସବୁ ମନସ୍କାମନାକୁ ପୂରଣ କରୁଥିବା ଏକ ଗାଈ । ପୂର୍ବ କାଳରେ ପ୍ରଭଞ୍ଜନ ନାମକ ଜଣେ ପ୍ରସିଦ୍ଧ ରାଜା ଥିଲେ । ଥରେ ସେ ଶିକାର କରିବାକୁ ଯାଇ ଘଞ୍ଚ ବୁଦା ପଛରେ ଏକ ହରିଣକୁ ଦେଖି ତୀର ମାରିଲେ । ହରିଣ ଆଘାତ ହୋଇ କହିଲା ଯେ ରାଜା ଖୁବ ପାପୀ ଏବଂ ନିର୍ଦୋୟ ଯିଏକି ଜଣେ ହରିଣ ଯେତେବେଳେ ନିଜ ଛୁଆକୁ କ୍ଷୀର ପାନ କରାଉଥିଲା ସେତେବେଳେ ଶର ବିଦ୍ଧ କରିଛି ।

ଏମିତିରେ କ୍ଷୀର ପାନ କରାଉଥିବା ନାରୀକୁ ଦେଖିବା ମଧ୍ୟ ପାପ ଅଟେ । ହରିଣ ଅଭିଶାପ ଦେଲା ଯେ ସେହି ରାଜା ଏକ ମାଂସ ଖାଉଥିବା ବ୍ୟାଘ୍ର ହୋଇଯିବ । ଏହା ଶୁଣି ରାଜା କ୍ଷମା ପ୍ରାର୍ଥନା କରିବାରେ ଲାଗିଲେ । ତେଣୁ ହରିଣ କହେ ଯେ ଏହି ଜଙ୍ଗଲକୁ ଯେତେବେଳେ ନନ୍ଦା ନାମକ ଏକ ଗାଈ ଆସିବ ସେହି ଗାଈ ଦ୍ୱାରା ହିଁ ରାଜା ଅଭିଶାପରୁ ମୁକ୍ତ ହେବେ । ଏମିତି ଜଙ୍ଗଲରେ ରହୁରହୁ ଯେତେବେଳେ ୧୦୦ ବର୍ଷ ବିତିଗଲା ଥରେ ଏକ ଗାଈ ଗୋଠ ସେହି ଜଙ୍ଗଲକୁ ଚରିବାକୁ ଆସିଲା । ତାଭିତରେ ଥିବା ସୁନ୍ଦର ଏବଂ ଶାନ୍ତ ନନ୍ଦା ଗାଈ ଗୋଠରୁ ଦୂରେଇ ଯାଇ ବାଘ ହାବୁଡ଼ରେ ପଡ଼ିଗଲା । ବାଘକୁ ଦେଖି ନନ୍ଦା ଗାଈର ନିଜ ଛୋଟ ବାଛୁରୀର କଥା ମନେ ପଡ଼ିଗଲା ।

କିନ୍ତୁ ବାଘ ଗାଈକୁ କହିଲା , ” ସବୁ ଜୀବର କାଳ କେବେ ନା କେବେ ଆସେ । ଏହା ଶୁଣି ଗାଈ ନିଜେ ମଧ୍ୟ କହିଲା ଯେ ତାକୁ ନିଜର ଜୀବନ ପ୍ରତି ଲୋଭ ନାହିଁ ବରଂ ନିଜର ପ୍ରଥମ ସନ୍ତାନ ଯିଏକି ଏଇ କିଛିଦିନ ହେବ ଜନ୍ମ ହୋଇଛି ସେ ବିନା କ୍ଷୀରରେ ବର୍ତ୍ତି ପାରିବ ନାହିଁ । ” ଗାଈ ବଚନ ଦେଇ କହିଲା ଯେ ସେ ନିଜ ବାଛୁରୀକୁ କ୍ଷୀର ପିଆଇ ପୁଣିଥରେ ବାଘର ଆହାର ହେବାକୁ ଆସିବ । ଏହି ବଚନରେ ଗାଈ ମଧ୍ୟ ରାଜି ହୋଇଗଲା ଏବଂ ଗାଈ ଏହି ବଚନ କରି ନିଜ ବାଛୁରୀକୁ କ୍ଷୀର ପିଆଇବାକୁ ଚାଲିଗଲା । ଯିବା ସମୟରେ ଖୁବ ଦୁଃଖରେ କାନ୍ଦି କାନ୍ଦି ନନ୍ଦା ଗାଈ ଚାଲିଥାଏ ।

ମା’ କାନ୍ଦୁ ଥିବାର ଦେଖି କୁନି ବାଛୁରୀ ମା’କୁ କାନ୍ଦୁ ଥିବାର କାରଣ ପଚାରିଲା । ସେହି ଦିନଟି ମା’ ର ଶେଷ ଦିନ କହିବାକୁ ବାଛୁରୀ ମଧ୍ୟ ନିଜ ମା’ ସହିତ ଜୀବନ ଦେବାକୁ ଯିବ ବୋଲି କହିଲା । ଏହା କହିବା ମାତ୍ରେ ନନ୍ଦା ଗାଈ ନିଜ ପିଲାକୁ ବୁଝାଇ କହେ ଯେ ଜୀବନରେ ସମସ୍ତଙ୍କ ମୃତ୍ୟୁ କେବେ ନା କେବେ ଆସିଥାଏ । କିନ୍ତୁ ବର୍ତ୍ତମାନ ଯାହାର କାଳ ଆସିଛି ତାକୁ ହିଁ ସାମ୍ନା କରିବାକୁ ପଡ଼ିବ । ଏହା କହି ନିଜ ପୁତ୍ରକୁ ଗେଲ କରି ନିଜ ସଖୀ ମାନଙ୍କୁ ଯାଇ ସବୁକଥା କହିଲା । ଏହା ଶୁଣି ସଖୀ ମାନେ କହନ୍ତି ଯେ ନିଜ ପୁତ୍ରକୁ ଛାଡ଼ି ଏଭଳି ଯିବା ମଧ୍ୟ ଏକ ଅଧର୍ମ ଅଟେ । ଯଦି ମିଛ କହି ପ୍ରାଣ ରକ୍ଷା କରିହୁଏ ତେବେ ତାହା ମଧ୍ୟ ଧର୍ମ ହୋଇଯାଏ ।

କିନ୍ତୁ ଏହାପରେ ନନ୍ଦା ଗାଈ ସତ୍ୟତା କଣ ସେ ବିଷୟରେ ବୁଝାଇଛି । ସଖୀ ମାନେ ଖୁସି ହୋଇ ନନ୍ଦାଙ୍କୁ ପ୍ରଣାମ କଲେ । ଏହାପରେ ନନ୍ଦା ବାଘ ପାଖରେ ଯାଇ ପହଞ୍ଚିଗଲା । କିନ୍ତୁ ଗାଈର ପୁତ୍ର ମଧ୍ୟ ଦୌଡ଼ି ଆସି ଗାଈ ଏବଂ ବାଛୁରୀ ମଧ୍ୟରେ ଆସି ଛିଡ଼ା ହୋଇଗଲା । ଗାଈ ଆସିବା ଦେଖି ବାଘ ମଧ୍ୟ ଅତ୍ୟନ୍ତ ଖୁସି ହୋଇଗଲା ଏବାଂ ନନ୍ଦା ଗାଈକୁ ପ୍ରଣାମ ଜଣାଇଲା । ନନ୍ଦା ଗାଈ ଭିତରେ ବାଘ ସତ୍ୟ ସନ୍ଧାନ କରୁଥିବା କହିଲା । ତେଣୁ ବର୍ତ୍ତମାନ ନିଜ ପାପରୁ ମୁକ୍ତି ପାଇଁ କଣ କରିବା ଆବଶ୍ୟକ ତାହା ନନ୍ଦା ଗାଈକୁ ପଚାରିଲା । କଳିଯୁଗରେ ଦାନ ହିଁ ଏକମାତ୍ର ଶ୍ରେଷ୍ଠ ପୁଣ୍ୟ ଅଟେ । ତାହା ହେଉଛି ସବୁ ପ୍ରାଣୀଙ୍କୁ ଅଭୟ ଦାନ । ଏହି ଦାନ ଯିଏ କରିଥାଏ ସେ ସବୁ ପ୍ରକାରର ପୁଣ୍ୟ ପ୍ରାପ୍ତ କରିଥାଏ । ସେହିଭଳି ସ୍ତ୍ରୀର ବଧ କରୁଥିବା ବ୍ୟକ୍ତିକୁ ନର୍କ ହିଁ ପ୍ରାପ୍ତ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *