Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତିଦିନ ପୂଜାରେ ଠାକୁରଙ୍କ ପାଖରେ ଦୀପ ଜାଳି କହିଦିଅନ୍ତୁ ବାସ ତିନୋଟି ଶବ୍ଦ । ଶତ୍ରୁ ହୋଇଯିବ ଦୂର ।

ସେୟାର୍ କରନ୍ତୁ

କହିବାକୁ ଗଲେ ଘରେ ସକାଳ ଏବଂ ସନ୍ଧ୍ୟାରେ ଦୀପ ଜାଳିବା ଉଚିତ । କିନ୍ତୁ ସମ୍ଭବ ନହେଲେ ଅତିକମରେ ସନ୍ଧ୍ୟା ସମୟରେ ଘରେ ଦୀପ ଜାଳିବା ଉଚିତ । ଘରେ ଦୀପ ଜାଳିବା ଦ୍ୱାରା ଘରର ନକରାତ୍ମକତା ଦୂର ହୋଇଥାଏ ଏବଂ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ । ଯଦି ଆପଣ ଘରେ ପ୍ରତ୍ୟେକ ଦିନ ଦୀପ ନଜାଳନ୍ତି ତେବେ ଘରର ବାତାବରଣ ନକରାତ୍ମକ ହେବା ସହିତ ଘରର ମୁରବୀଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ଯେଉଁ କାରଣରୁ ଘରର ମୁରବୀ ମାନସିକ ଚିନ୍ତା ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପୀଡ଼ିତ ହେବା ସହିତ ଘରର ଛୋଟ ପିଲାମାନେ ମଧ୍ୟ ଗୁରୁଜନଙ୍କ କଥା ମାନନ୍ତି ନାହିଁ ।

ସନ୍ଧ୍ୟା ସମୟରେ ନକରାତ୍ମକତା ଅଧିକ ବୃଦ୍ଧି ହୋଇଥାଏ ତେଣୁ ଏହି ସମୟରେ ସୋରିଷ ତେଲ କିମ୍ବା ଘିଅ ଦୀପ ଜାଳିବା ନିତାନ୍ତ ଜରୁରୀ ଅଟେ । ଘରର ସଦସ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପୀଡ଼ିତ ହେଲେ ଘିଅ କିମ୍ବା ତେଲ ଦୀପ ଜାଳି ଦିଅନ୍ତୁ । ଧନ ସମ୍ବନ୍ଧୀୟ ସମସ୍ୟା କିମ୍ବା ଚାକିରୀ ନଥିଲେ ସନ୍ଧ୍ୟା ସମୟରେ ଘରର ଉତ୍ତର ଦିଗରେ ଘିଅ ଦୀପ ଜଳାନ୍ତୁ । ଘିଅ ଦୀପ କିମ୍ବା ସୋରିଷ ତେଲ ଦୀପ ଜାଳିଲେ ଏଥିରୁ ବାହାରୁ ଥିବା ରଶ୍ମି ଘରର ନକରାତ୍ମକତାକୁ ନଷ୍ଟ କରିଥାଏ । ଦୀପ ଜାଳିଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରେ ସ୍ଥାୟୀ ବାସ କରନ୍ତି । ଯଦି ଆପଣ ପୂର୍ବ ଦିଗକୁ ମୁଖ କରି ଦୀପ ଜାଳନ୍ତି ତେବେ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ।

ପଶ୍ଚିମ ଦିଗରେ ଦୀପ ରଖିଲେ ମାନସିକ ସମସ୍ୟା ଦୂର ହୋଇଥାଏ । ଉତ୍ତର ଦିଗ ଭଗବାନ କୁବେରଙ୍କ ଦିଗ ହୋଇଥିବାରୁ ଧନ ଜନିତ ସମସ୍ୟା ଦୂର ହୋଇଥାଏ । କିନ୍ତୁ ଦକ୍ଷିଣ ଦିଗରେ ଦୀପ ଜାଳିବା ଉଚିତ ନୁହେଁ କାରଣ ଏହା ମୃତ୍ୟୁର ଦିଗ ହୋଇଥାଏ । ଯଦି ଆପଣ ପୂର୍ବ ଦିଗକୁ ଦୀପ ଜଳିଥିବା ସମୟରେ ଦୀପର ଶିଖା ବଢ଼ିଯାଏ ତେବେ ତାହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ । କିନ୍ତୁ ଯଦି ଦୀପ ଲିଭିଯାଏ ତେବେ ତେବେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଉତ୍ତର ଦିଗକୁ ଦୀପ ଜାଳିବା ସମୟରେ ଯଦି ଦୀପର ଶିଖା ବଢ଼ିଯାଏ ତେବେ ଏହା ଶୁଭ ହୋଇଥାଏ । ଏହା ଧନ ପ୍ରାପ୍ତିର ସଙ୍କେତ ହୋଇଥାଏ ।

ଦକ୍ଷିଣ ଦିଗକୁ ଦୀପ ଜାଳିବା ସମୟରେ ଯଦି ତାହା ଲିଭିଯାଏ ତେବେ ତାହା ଅତ୍ୟନ୍ତ ଅଶୁଭ ହୋଇଥାଏ । କିନ୍ତୁ ଯଦି ଦୀପ ଶିଖା ବଢ଼ିଯାଏ ତେବେ ତାହାର ଅର୍ଥ ଆପଣଙ୍କ ପୂର୍ବଜ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ପଶ୍ଚିମ ଦିଗରେ ଦୀପର ଶିଖା ଧୀର ହୋଇଯାଏ ତେବେ ମାନସିକ ଚିନ୍ତା କମିଯାଏ । ଦୀପ ତେଲ ଶେଷ ହେବା ପର୍ଯ୍ୟନ୍ତ ଜଳିଲେ ଆପଣଙ୍କ ଜୀବନର ସମସ୍ୟା ଦୂର ହୋଇଯିବ । ସାଧନା ଏବଂ ସିଦ୍ଧି ପାଇଁ ଅଟାର ଦୀପ ବନାଇ ଏବଂ ଆର୍ଥିକ ସମସ୍ୟା ଥିଲେ ଗାଈ ଘିଅରେ ଦୀପ ଜାଳନ୍ତୁ । ଏହାଦ୍ବାରା ଘରକୁ ଧନର ଆଗମନ ହୋଇଥାଏ । ପ୍ରତ୍ୟେକ ଦିନ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଚଉମୁଖୀ ଦୀପ ପ୍ରଜ୍ଜ୍ୱଳନ କଲେ ଘରେ ଧନର ଅଭାବ ହୁଏନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *