Excuse Me Odisha

ଯାହା କହିବୁ ସତ କହିବୁ

ଆଖି ବନ୍ଦ କରି କୌଣସି ଗୋଟିଏ ସଂଖ୍ୟା ଉପରେ ରଖନ୍ତୁ ତର୍ଜନୀ ଆଙ୍ଗୁଠି । ଜାଣନ୍ତୁ ନିଜ ଭାଗ୍ୟ ଏବଂ ଦୁର୍ଭାଗ୍ୟ ।

ସେୟାର୍ କରନ୍ତୁ

ଆପଣ ଓଁ ରାମ ରାମାୟ ନମଃ ମନ୍ତ୍ର ଜପ କରି ୧ ରୁ ୯ ପର୍ଯ୍ୟନ୍ତ ଯେଉଁଭଳି ସଂଖ୍ୟାକୁ ଲେଖା ଯାଇଛି ସେଥିରେ ଡାହାଣ ହାତର ତର୍ଜନୀ ଆଙ୍ଗୁଠିକୁ ରଖନ୍ତୁ । ଯେକୌଣସି ଗୋଟିଏ ନମ୍ବର ଉପରେ ଆଙ୍ଗୁଠି ରଖିଲେ ସେହି ଆଙ୍ଗୁଠି ଅନୁଯାୟୀ ଆମେ ଆପଣଙ୍କୁ କିଛି ଚମତ୍କାର କଥା ବିଷୟରେ କହିବୁ । ଅଙ୍କ ଶାସ୍ତ୍ର ଅନୁଯାୟୀ ଏହିସବୁ ନମ୍ବରର ଅନେକ ମହତ୍ତ୍ୱ ରହିଛି ।

୧ . ଯଦି ଆପଣ ନମ୍ବର ” ୧ ” ବାଛିଛନ୍ତି ତେବେ ଆପଣଙ୍କୁ ଆଗାମୀ ସମୟରେ ବହୁତ ଧନ ପ୍ରାପ୍ତି ହେବାକୁ ଯାଉଛି । ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତି ହେବାର ଯୋଗ ରହିଛି । ଆପଣଙ୍କୁ ଅଟକି ରହିଥିବା ଧନ ମିଳିବାର ଯୋଗ ରହିଛି । କରଜ ଦୂର ହେବା ସହିତ ଅର୍ଥ ଆସିବାର ବାଟ ଖୋଲିଯିବ ।

୨ . ଯଦି ଆପଣ ନମ୍ବର ” ୨ ” କୁ ବାଛିଛନ୍ତି ତେବେ ଧନ ହାନୀ ହେବାର ସମ୍ଭାବନା ରହିଛି । ତେଣୁ ଧନ ଖର୍ଚ୍ଚ କରିବା ପୂର୍ବରୁ ଭାବିଚିନ୍ତି କିମ୍ବା ଘରର ବଡ଼ ଲୋକଙ୍କ ପରାମର୍ଶ ନିଅନ୍ତୁ । କୌଣସି ବଡ଼ ନିବେଶ କିମ୍ବା କାହାକୁ ଧାର ଦିଅନ୍ତୁ ନାହିଁ ।

୩ . ଯଦି ଆପଣ ନମ୍ବର ” ୩ ” ଉପରେ ଆଙ୍ଗୁଠି ରଖିଛନ୍ତି ତେବେ କୌଣସି ପୁରୁଣା କିମ୍ବା ପ୍ରିୟ ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ । ମହିଳା ମାନଙ୍କୁ କୌଣସି ଧନବାନ ବ୍ୟକ୍ତିଙ୍କର ସାହାଯ୍ୟ ମିଳିବାକୁ ଯାଉଛି । କୌଣସି ଇଣ୍ଟରଭିଉ ପାଇଁ ଯାଉଥିଲେ ସେଥିରେ ସଫଳ ହେବାର ସମ୍ଭାବନା ରହିଛି । ଆପଣଙ୍କର ଲୋକ ପରିଚୟ ଏବଂ ମାନ ସମ୍ମାନ ବୃଦ୍ଧି ପାଇବ । ସମାଜରେ ଆପଣଙ୍କର ନୂତନ ପରିଚୟ ସୃଷ୍ଟି ହେବ ।

୪ . ଯଦି ନମ୍ବର ” ୪ ” ଉପରେ ନିଜ ଆଙ୍ଗୁଠି ରଖୁଛନ୍ତି ତେବେ କୌଣସି ବଡ଼ ବ୍ୟାଧି ହେବାର ସମ୍ଭାବନା ରହିଛି । ତେଣୁ ସାବଧାନ ରୁହନ୍ତୁ ଏବଂ ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ଚମେଲି ତେଲରେ ଦୀପ ଜାଳନ୍ତୁ । ଏହାଦ୍ବାରା ଯଦି ଆପଣଙ୍କର କୌଣସି ଦୁର୍ଘଟଣା ଘଟିବାର ଥିବ , ତେବେ ତାହା ଦୂର ହୋଇଯିବ । ଆପଣ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କଲେ ଦୁଃଖର ଦିନ ଦୂର ହୋଇଯିବ ଏବଂ ଖୁସିର ଦିନ ଆସିବ ।

୫ . ଯଦି ଆପଣ ନମ୍ବର ” ୫ ” ଉପରେ ଆଙ୍ଗୁଠି ରଖୁଛନ୍ତି ତେବେ ଆପଣଙ୍କ ଜୀବନରେ ସଫଳତା ପାଇବାର ସମୟ ଆସି ଯାଇଛି । ଆଗରୁ ଅଟକି ରହିଥିବା କାର୍ଯ୍ୟ ନିଶ୍ଚୟ ପୂରଣ ହେବ । ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ।

୬ . ଯଦି ଆପଣ ନିଜ ଆଙ୍ଗୁଠିକୁ ” ୬ ” ନମ୍ବର ଉପରେ ରଖିଛନ୍ତି ତେବେ ଆପଣଙ୍କର କାହା ସହିତ ବାଦ ବିବାଦ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇପାରେ । ମାତା ପିତା କିମ୍ବା ପିତା ଏବଂ ପୁତ୍ରଙ୍କ ମଧ୍ୟରେ କଳହ ହୋଇପାରେ । ଆପଣଙ୍କର ନିଜ ଲୋକଙ୍କ ସହିତ ବାଦ ବିବାଦ ହୋଇପାରେ ।

୭ . ଯଦି ଆପଣ ନମ୍ବର ” ୭ ” ଉପରେ ନିଜ ଆଙ୍ଗୁଠିକୁ ରଖିଛନ୍ତି ତେବେ ଆପଣଙ୍କୁ କିଛି ଖୁସି ଖବର ମିଳିପାରେ । ସନ୍ତାନ ମାନଙ୍କ ତରଫରୁ କୌଣସି ଖୁସି ଖବର ମିଳିପାରେ ।

୮ . ଯଦି ଆପଣ ନିଜ ଆଙ୍ଗୁଠିକୁ ନମ୍ବର ୮ ଉପରେ ରଖିଛନ୍ତି ତେବେ ଆପଣଙ୍କ ଜୀବନାରେ ଦୁଃଖ ସମସ୍ୟା ଆସିବାକୁ ଯାଉଛି । କେହି ଆପଣଙ୍କ ସହିତ ବିଶ୍ୱାସଘାତକତା କରିବାକୁ ଯାଉଛନ୍ତି ଏବଂ ଆପଣ ଅପମାନିତ ହେବାକୁ ଯାଉଛନ୍ତି । ତେଣୁ କାହାକୁ ବିଶ୍ୱାସ କରନ୍ତୁ ନାହିଁ । କେବେବି ଅନ୍ୟ ଉପରେ ଆବଶ୍ୟକତା ଠାରୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ ।

୯ . ଯଦି ଆପଣ ନିଜ ଆଙ୍ଗୁଠିକୁ ନମ୍ବର ” ୯ ” ଉପରେ ରଖିଛନ୍ତି ତେବେ କୌଣସି ମକଦ୍ଦମାରେ ଆପଣଙ୍କର ବିଜୟ ଲାଭ ହୋଇପାରେ । କୌଣସି କୋର୍ଟ କଚେରୀ ମାମଲା ଥିଲେ ସେଥିରେ ଆପଣ ବିଜୟ ହେବେ । ଆଗରୁ ଭାବିଥିବା କାର୍ଯ୍ୟ ହେଉ ନଥିଲେ ଏହି ସମୟରେ ସଫଳ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *