Excuse Me Odisha

ଯାହା କହିବୁ ସତ କହିବୁ

ଛିଡ଼ା ହୋଇ ପରିସ୍ରା କରୁଥିଲେ ଏହି କଥା ପ୍ରତି ନିଶ୍ଚିତ ନଜର ଦିଅନ୍ତୁ । ଜାଣନ୍ତୁ କଣ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ । ଏହାକୁ ନେଇ ଦେଇଛନ୍ତି ଚେତାବନୀ ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମ ଶାସ୍ତ୍ରରେ ମନୁଷ୍ୟ ସକାଳ ଠାରୁ ଶୋଇବା ପର୍ଯ୍ୟନ୍ତ ସବୁ କାମକୁ ଠିକ ଭାବରେ କରିବାର ନିୟମ ବିଷୟରେ କୁହାଯାଇଛି । ଯାହାକୁ ମନୁଷ୍ୟ ଠିକ ଭାବରେ କଲେ ଭାଗ୍ୟ ବଦଳି ଯାଏ ଏବଂ ଶରୀର ଭଲ ରହେ । ମାତ୍ର ଠିକ ଭାବରେ ନକଲେ ଅନେକ ଶାରୀରିକ ବିକାର ଦେଖିବାକୁ ମିଳିଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମନୁଷ୍ୟ ଯଦି ସବୁ ନିୟମର ଜ୍ଞାନ ରଖେ ତେବେ ସେ ନିଜ ଜୀବନକୁ ସୁଧାରୀ ପାରିବ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କ ଆଜମନ , ମଳ ମୂତ୍ର ତ୍ୟାଗ ଏବଂ ଭୋଜନ କରିବା ସମ୍ବନ୍ଧୀୟ କିଛି ନିୟମ ବିଷୟରେ କହିବୁ । ଯାହାକୁ ସବୁ ମନୁଷ୍ୟ ନିଶ୍ଚୟ ଜାଣି ରଖିବା ଉଚିତ ।

ଆଚମନ ଅର୍ଥ ଶୁଦ୍ଧ ଜଳ ଗ୍ରହଣ । ଅର୍ଥାତ ମନୁଷ୍ୟ କୌଣସି ଅପବିତ୍ର କାମ କରିବା ପରେ ଏହି କାମ କରିବା ଉଚିତ । ଅନେକ କାମ ଯେମିତିକି ଶୌଚ ପରେ , ପୂଜା ପାଠ କରିବା ପୂର୍ବରୁ , ପାଠ ପଢ଼ା ଆରମ୍ଭ କରିବା ପୂର୍ବରୁ , ପର ସ୍ତ୍ରୀକୁ ଛୁଇଁବା ପରେ ଭୋଜନ କରିବା ପରେ , ବାହାରୁ ଘରକୁ ପ୍ରବେଶ କରିବା ପୂର୍ବରୁ , ଛେପ ପକାଇବା ପରେ , ସକାଳୁ ଉଠିବା ପରେ , ଶାରୀରିକ ସମ୍ବନ୍ଧ ବନାଇବା ପରେ , କାହାରି ଅପମାନ ଏବଂ ଅପଶବ୍ଦ କହିବା ପରେ ଆଦି ଏହି ସବୁ କାମରେ ଆଚମନ କରିବା ଜରୁରୀ ହୋଇଥାଏ । ଯାହାଦ୍ୱାରା ଶରୀରକୁ ଶୁଦ୍ଧ କରାଯାଇ ପାରିବ । ଏମିତି ଅନେକ କାମ ରହିଛି ଯେଉଁ କାମ କରିବା ପରେ କିମ୍ବା ପୂର୍ବରୁ ଆଚମନ କରିବା ନିତାନ୍ତ ଜରୁରୀ ଅଟେ ।

କୌଣସି ପୂଜା କରିବା ପୂର୍ବରୁ ମଧ୍ୟ ଆଚମନ କରିବା ଉଚିତ । ଯାହାଦ୍ୱାରା ନକରାତ୍ମକ ନଜର ପଡ଼ିବ ନାହିଁ ଏବଂ ଶରୀର ଉପରେ ତାହାର କୌଣସି ପ୍ରଭାବ ମଧ୍ୟ ପଡ଼ିବ ନାହିଁ । ଏହି କାମ ଉଭୟ ମହିଳା ଏବଂ ପୁରୁଷ କରିବା ଉଚିତ । ସର୍ବଦା ଆଚମନ ପାଇଁ ଶୁଦ୍ଧ ଜଳର ବ୍ୟବହାର କରନ୍ତୁ । ଯେଉଁ ବ୍ୟକ୍ତି ସୁନ୍ଦର ଗୁଣବତୀ ସ୍ତ୍ରୀର ଇଚ୍ଛା କରିଥାଏ ସେ ସର୍ବଦା ଉତ୍ତର ଏବଂ ପୂର୍ବ ଦିଗକୁ ମୁହଁ କରି ଆଚମନ କରିବା ଉଚିତ । ଆଚମନ ପାଇଁ ଶୁଦ୍ଧ ଜଳ ରଖିବାକୁ ଚାହୁଁଥିଲେ ଏକ ତମ୍ବା ପାତ୍ରରେ ପାଣି ରଖି ପୂଜା ଘରେ ରଖି ଦିଅନ୍ତୁ । ଆଉ ଏହି ଆଚମନ ସମୟରେ ଓଁ ନାରାୟଣାୟ ନମଃ ମନ୍ତ୍ରର ଜପ କରି ପାରିବେ । ଭୋଜନ ସମ୍ବନ୍ଧୀୟ ନିୟମ ଅନୁଯାୟୀ ଭୋଜନ କରିବା ପୂର୍ବରୁ ହାତ ମୁହଁ ଏବଂ ଗୋଡ଼କୁ ପରିଷ୍କାର କରିବା ସହିତ ଭୋଜନ ଗ୍ରହଣ ପୂର୍ବରୁ ଭଗବାନଙ୍କୁ ପ୍ରମାଣ କରିବା ଜରୁରୀ ଅଟେ ।

ଭୋଜନ ସମୟରେ କଥା ହେବା ଉଚିତ ନୁହେଁ , କ୍ରୋଧିତ ଥିବା ସମୟରେ ଭୋଜନ କରିବା ଉଚିତ ନୁହେଁ ଏବଂ ସର୍ବଦା ଭୁଇଁରେ ବସି ଭୋଜନ କରିବା ଉଚିତ । ବିଛଣାରେ ବସି ଭୋଜନ କଲେ ଶରୀରରେ ବିକାର ଉତ୍ପନ୍ନ ହୋଇଥାଏ ଏବଂ ଆୟୁଷ କମି ଯାଏ । ଯେଉଁ ଭୋଜନକୁ ଡେଇଁ କୌଣସି ବ୍ୟକ୍ତି ଯାଇଥିବେ ସେହି ଭୋଜନକୁ ଗ୍ରହଣ କରିବା ଉଚିତ ନୁହେଁ ବୋଲି ସ୍ବୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । ଏଭଳି ଭୋଜନ ଅଶୁଦ୍ଧ ହୋଇଥାଏ । ଏଭଳି ଭୋଜନକୁ ପଶୁ ମାନଙ୍କୁ ଦେଇଦେବା ଉଚିତ । ଅନ୍ୟକୁ ପରଷା ଯାଇଥିବା ଖାଦ୍ୟକୁ ଗ୍ରହଣ କରିବା ଉଚିତ ନୁହେଁ । ବିବାଦ କାରଣରୁ ହୋଇଥିବା ଭୋଜନ ଭଗବାନଙ୍କୁ ଦେବା ଉଚିତ ନୁହେଁ । ଏହାଦ୍ବାରା ଦେବୀ ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *