Excuse Me Odisha

ଯାହା କହିବୁ ସତ କହିବୁ

୨୦୨୪ ଫେବୃଆରୀ ମାସରେ ଚମକିବ ଏହି ପାଞ୍ଚଟି ରାଶିର ଭାଗ୍ୟ । ଜାଣିରଖନ୍ତୁ ଆପଣଙ୍କ ରାଶି ଅଛି କି ?

ସେୟାର୍ କରନ୍ତୁ

ଚଳିତ ବର୍ଷର ଫେବୃଆରୀ ମାସ ଆରମ୍ଭ ସହିତ ଅନେକ ଗ୍ରହ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହାସହିତ ବୃହସ୍ପତିଙ୍କ ମାର୍ଗୀ ସହିତ ଅନେକ ରାଶି ଉପରେ ଏହାର ପ୍ରଭାବ ପଡ଼ିବାକୁ ଯାଉଛି । ବିଶେଷ ଭାବରେ ପାଞ୍ଚଟି ରାଶି ଉପରେ ଏହାର ଖାସ ପ୍ରଭାବ ପଡ଼ିବାକୁ ଯାଉଛି । ତେବେ ଚାଲନ୍ତୁ ସେହି ପାଞ୍ଚଟି ରାଶି ବିଷୟରେ ଜାଣିନେବା ।

୧ . ମେଷ ରାଶି:-

ଏହି ରାଶିର ଦଶମ ଘରେ ସୂର୍ଯ୍ୟ , ମଙ୍ଗଳ , ବୁଧ ଏବଂ ଶୁକ୍ରଙ୍କ ଯୋଗ ବନୁଛି । ଆପଣ ଏହି ମାସରେ କ୍ୟାରିଅରରେ ଅଧିକ ଉନ୍ନତି କରିବାକୁ ଯାଉଛନ୍ତି । ଏହି ମାସରେ କ୍ୟାରିଅରରେ ଅତି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତୁ ଏବଂ ଆପଣଙ୍କ ଲୋଭ୍ ଲାଇଫ ମଧ୍ୟ ଅତ୍ୟନ୍ତ ଭଲ ହେବାକୁ ଯାଉଛି । ଆପଣ ବିଜନେସରେ ଲାଭାନ୍ବିତ ହେବେ ଏବଂ ପରିବାରରେ ସୁଖ ଶାନ୍ତି ରହିବ । ସନ୍ତାନ ମାନଙ୍କ ତରଫରୁ କୌଣସି ଖୁସି ଖବର ଶୁଣିବାକୁ ମିଳିପାରେ । କିନ୍ତୁ ଆପଣଙ୍କୁ ଗୁପ୍ତ ଶତ୍ରୁଙ୍କ ଠାରୁ ସାବଧାନ ରହିବାକୁ ପଡ଼ିବ । ଆର୍ଥିକ ଉନ୍ନତିରେ ପୁରା ମାସଟି ଭଲ ରହିବ । କୌଣସି ଜମି କିମ୍ବା ଅନ୍ୟ ସମ୍ପତ୍ତି କିଣି ପାରନ୍ତି ।

୨ . କନ୍ୟା ରାଶି:-

ଏହି ମାସରେ ଏହି ରାଶିର ଲୋକଙ୍କ ଭାଗ୍ୟ ବଦଳି ଯିବ । ଏହି ରାଶିର ପଞ୍ଚମ ଭାଗରେ ସୂର୍ଯ୍ୟ ମଙ୍ଗଳ ଶୁକ୍ର ଏବଂ ବୁଧର ସଂଯୋଗ ଘଟିବ । ଯେଉଁ କାରଣରୁ ଆପଣଙ୍କୁ ସନ୍ତାନ ଜନିତ ଖୁସି ଖବର ମିଳିପାରେ । ଶିକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି କରିବେ । ଏହି ମାସରେ କୌଣସି ପରୀକ୍ଷା ଥିଲେ ସେଥିରେ ନିଶ୍ଚୟ ସଫଳତା ପାଇବେ । ଅଟକି ରହିଥିବା କାର୍ଯ୍ୟ ପୁଣିଥରେ ଆରମ୍ଭ ହେବ । ଶୁଭ ମାଙ୍ଗଳିକ କାର୍ଯ୍ୟ ହେବାକୁ ଯାଉଛି । ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଉତ୍ତମ ରହିବ । ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ ।

୩ . କର୍କଟ ରାଶି:-

ଏହି ରାଶିର ବ୍ୟକ୍ତିଙ୍କୁ ତାଙ୍କ ଆଶା ଅନୁରୂପ କାମରେ ଫଳ ମିଳିବ । ଏହି ରାଶିର ସପ୍ତମ ଭାଗରେ ସୂର୍ଯ୍ୟ , ମଙ୍ଗଳ , ବୁଧ ଏବଂ ଶୁକ୍ରଙ୍କର ଯୋଗ ବନୁଛି । ଏହି ସମୟରେ ଆପଣ ବ୍ୟସ୍ତ ରହି ପାରନ୍ତି । ଧନ ନିବେଶ ପାଇଁ ଆପଣ କିଛି ନୂଆ ଉପାୟ କରି ପାରନ୍ତି । ଆପଣଙ୍କ ଉଦ୍ଦେଶ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ ହେବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

୪ . ତୁଳା ରାଶି:-

ଏହି ରାଶିର ବ୍ୟକ୍ତିଙ୍କୁ ଧନଲାଭ ହେବାକୁ ଯାଉଛି । ଚତୁର୍ଥ ଭାବରେ ସୂର୍ଯ୍ୟ , ମଙ୍ଗଳ , ବୁଧ ଏବଂ ଶୁକ୍ରଙ୍କରଯୋଗ ବନୁଛି । ଆପଣ କୌଣସି ନୂତନ ଜମି ଜମା କିଣି ପାରନ୍ତି । କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ଆପଣ ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି । ଆପଣଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବାର ଅଛି । ଲୋଭ୍ ଲାଇଫ ପାଇଁ ସମ୍ପୂର୍ଣ୍ଣ ମାସଟି ଭଲ ରହିବ ।

୫ . କୁମ୍ଭ ରାଶି:-

ଫେବୃଆରୀ ମାସଟି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ମାଙ୍ଗଳିକ କାର୍ଯ୍ୟ ନେଇ ଆସୁଛି । ଘର ପରିବାରରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବ । ଧାର୍ମିକ କାର୍ଯ୍ୟ ପ୍ରତି ମନ ଅଧିକ ଲାଗି ରହିବ । ପରିବାର ସଦସ୍ୟଙ୍କ ସହଯୋଗ କାରଣରୁ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି । ଅଧ୍ୟୟନ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *