Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ପାପ କାରଣରୁ ସ୍ତ୍ରୀ ସମୟ ପୂର୍ବରୁ ହିଁ ହୋଇଯାଏ ବିଧବା । ଭଗବାନ କହିଛନ୍ତି ମାତା ଲକ୍ଷ୍ମୀଙ୍କୁ । ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଥରେ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଶିରସାଗରରେ ଥିବା ସମୟରେ ଭଗବାନ ବିଷ୍ଣୁଙ୍କୁ ମାତା ଲକ୍ଷ୍ମୀ ପ୍ରଶ୍ନ କଲେ ଯେ ମହିଳା କେଉଁ କାରଣରୁ ଜଲଦି ବିଧବା ହୋଇଯାଏ ଏବଂ ଶରୀରର କେଉଁ ଅଙ୍ଗ ଶୀଘ୍ର ବିଧବା ହେବାର କାରଣ ହୋଇଥାଏ । ତାହା ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବୁ । ଏହି ପ୍ରଶ୍ନର ଉତ୍ତର ଭଗବାନ ବିଷ୍ଣୁ ଏକ କଥା ମାଧ୍ୟମରେ କହିଛନ୍ତି ।

କାହାଣୀ ଅନୁଯାୟୀ ମଧ୍ୟଦେଶରେ ଜଣେ ସେଠଙ୍କର ତିନି ଝିଅ ଏବଂ ଗୋଟିଏ ପୁଅ ଥିଲା । ତିନି ଝିଅର ବିବାହ ବେଶ ବଡ଼ ଘରେ ହୋଇଥିଲେ ହେଁ ଜଣେ ଝିଅ ଯାହାର ନାମ ସୁକନ୍ୟା ବହୁତ ଜଲଦି ବିଧବା ହୋଇ ଯାଇଥିଲା । ସୁକନ୍ୟାକୁ କେବଳ ସୁନ୍ଦର ଦେଖି ହିଁ ତାର ସ୍ୱାମୀ ବିବାହ କରିଥିବାରୁ ତାର ଖୁବଶୀଘ୍ର ମୃତ୍ୟୁ ହୋଇ ଯାଇଥିଲା । ପୁଣି ପିଲାବେଳୁ ସୁକନ୍ୟାର ଏକ ଅଙ୍ଗ ଲକ୍ଷଣ ଏବଂ ପୂର୍ବ ଜନ୍ମର ପାପ କାରଣରୁ ହିଁ ତାକୁ ବିଧବା ହେବାକୁ ପଡ଼ିଥିଲା । ଭଗବାନ ଶ୍ରୀକୃଷ୍ଣ ସୁକନ୍ୟାର ପୂର୍ବ ଜନ୍ମ ବିଷୟରେ କହିଛନ୍ତି । ସୁକନ୍ୟା ପୂର୍ବ ଜନ୍ମରେ ଜଣେ ବ୍ରାହ୍ମଣ ଘରେ ଜନ୍ମ ହୋଇଥିଲା ଏବଂ ସେହି ବ୍ରାହ୍ମଣ ରାଜାଙ୍କ ପାଖରେ ରହୁଥିବାରୁ ତା ପାଖରେ ମଧ୍ୟ ଧନ ସମ୍ପତ୍ତିର କୌଣସି ଅଭାବ ନଥିଲା ।

ନିଜର ଅଧିକ ସ୍ନେହ କାରଣରୁ ଝିଅ କଳାବତୀ ବିଗିଡ଼ି ଯାଇଥିଲା । ଝିଅକୁ ବିବାହ ଦେବାକୁ ବ୍ରାହ୍ମଣ ସବୁଠି ଏହି ଘୋଷଣା କଲେ ଯେ ଯିଏକି କଳାବତୀକୁ ବିବାହ କରିବ ସେ ତାଙ୍କ ଘରେ ରହିବ । ଏମିତି ଅନେକ ବିଦ୍ୱାନ ଆସି ସାକ୍ଷାତ କରିବା ସତ୍ତ୍ୱେବି କଳାବତୀ ସମସ୍ତଙ୍କୁ ଅପମାନିତ କରି ତଡ଼ିଦେଲା । ଏମିତି ଥରେ ଜଣେ ଦରିଦ୍ର୍ୟ କିନ୍ତୁ ସୁନ୍ଦର ବ୍ରାହ୍ମଣ ଆସିବାରୁ କଳାବତୀ ତାକୁ ବିବାହ କରିବାକୁ ଜିଦ ଧରିଲା । ବ୍ରାହ୍ମଣ ମଧ୍ୟ ତାର ବିବାହ କରାଇ ଦେଲେ । ଏମିତି କିଛିଦିନ ଭଲରେ ରହିବା ପରେ କଳାବତୀ ନିଜର ଅସଲ ରୂପ ଦେଖାଇ ଦେଲା । ନିଜ ସ୍ୱାମୀକୁ ଅଶ୍ଳୀଳ ଭାବରେ ବ୍ୟବହାର କରିବା ସହିତ ପତିବ୍ରତା ହେବାର କୌଣସି ଲକ୍ଷଣ ତାପାଖରେ ନଥିଲା ।

ଶେଷରେ କଳାବତୀର ସ୍ୱାମୀ ସହ୍ୟ ନକରି ପାରି କଳାବତୀକୁ ତ୍ୟାଗ କରି ଜଙ୍ଗଲକୁ ଯାଇ ତପସ୍ୟା କରିବାକୁ ଗଲା । କାରଣ ଜ୍ଞାନୀ ଲୋକ ଦୁଷ୍ଟ ଏବଂ ବ୍ୟଭିଚାରିଣୀ ଲୋକଙ୍କୁ ତ୍ୟାଗ କରିବା ଉଚିତ । ନଚେତ ସେ ମଧ୍ୟ ସେହି ପାପର ଭାଗିଦାର ହେବ । କଳାବତୀର ମା’ କଳାବତୀକୁ ଯେତେ ବୁଝାଇଲେ ମଧ୍ୟ ସେ ଶୁଣିଲା ନାହିଁ ଏବଂ ଘରେ ଏକୁଟିଆ ରହିବାର ଲାଗିଲା । ସେପଟେ କଳାବତୀର ସ୍ୱାମୀ ଜଙ୍ଗଲରେ ଘୋର ତପସ୍ୟା କରିବାରେ ଲାଗିଲା । ଥରେ କଳାବତୀର ବାପା ରାଜ ମହଲରେ ଚୋରି କରୁଥିବା ସମୟରେ ଧରା ପଡ଼ିବାରୁ ରାଜା ସବୁ ଧନ ସମ୍ପତ୍ତି ତାଠାରୁ ଛଡ଼ାଇ ନେଲେ ଏବଂ ତାକୁ କାରାଗାରରେ ପୁରାଇ ଦେଲେ ।

ଘରେ ଅଭାବ ହେତୁ କଳାବତୀ ଏବଂ ତାର ମା’ ଅନ୍ୟ ଲୋକ ଘରେ କାମ କରିବାରେ ଲାଗିଲେ । ସେତେବେଳେ ହିଁ କଳାବତୀକୁ ତାର ସ୍ୱାମୀର କଥା ମନେ ପଡ଼ିଲା । ସ୍ୱାମୀକୁ ଖୋଜିବାକୁ ଯାଇଥିବା କଳାବତୀ ଜଙ୍ଗଲରେ ବାଘ ହାବୁଡ଼ରେ ପଡ଼ିବାରୁ ତାର ମୃତ୍ୟୁ ହେଲା । ମୃତ୍ୟୁ ପରେ ଯମଦୂତ ତାକୁ ନେଇଗଲେ । ଅତି ପାପୀ ସ୍ତ୍ରୀ ଲୋକ ଏହି ଯମରାଜ ତାଙ୍କୁ ନର୍କରେ ପକାଇ ଦେଲେ । ଅନେକ ବର୍ଷ ନର୍କ ଯନ୍ତ୍ରଣା ସହିବା ପରେ ତାକୁ ନିଜର ପାପର ପ୍ରାୟଶ୍ଚିତ ପାଇଁ ଆଗାମୀ ଜନ୍ମ ଦିଆଗଲା ଏବଂ ସେ ନିଜର ପୂର୍ବ ଜନ୍ମର ପାପ କାରଣରୁ ବିଧବା ହେବାର ଲକ୍ଷଣ ନେଇ ଜନ୍ମ ହେଲେ । ଏହାପରେ ଭଗବାନ ବିଷ୍ଣୁ କହିଛନ୍ତି ଯେ ଯେଉଁ ସ୍ତ୍ରୀର ପାଦ ଝାଳରେ ଓଦା ରହେ ପାଦ ଗୋଲ ଏବଂ ଚିକ୍କଣ ହୋଇଥାଏ ସେହି ସ୍ତ୍ରୀ ସୁଖ ଭୋଗିଥାଏ ।

ପାଦର ଆଙ୍ଗୁଠି ଗୋଲ ଏବଂ ମାଂସଳ ଥିଲେ ସେ ପତିବ୍ରତା ହୋଇଥାନ୍ତି । ଛୋଟ ଆଙ୍ଗୁଠି ଥିବା ସ୍ତ୍ରୀ ଦୁଃଖ ଭୋଗିଥାଏ । ଆଙ୍ଗୁଠି ଚେପଟା ଥିଲେ ଗର୍ଭ ଧାରଣ କରିବାରେ ଅକ୍ଷମ ହୋଇଥାଏ । ଯଦି କୌଣସି ସ୍ତ୍ରୀର ପାଦର ଆଙ୍ଗୁଠି ଅଧିକ ଲମ୍ବା ଥାଏ ସେ ବହୁତ ଜଲଦି ବିଧବା ହୋଇଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *