Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱର୍ଗ ଯିବାକୁ କିଏ ହୋଇଥାଏ ଅସଲ ହକଦାର ଏବଂ କିଏ ଯାଇଥାଏ ନର୍କକୁ ।

ସେୟାର୍ କରନ୍ତୁ

ସ୍ୱର୍ଗକୁ ଯିବାକୁ ହେଲେ କେଉଁ ପୁଣ୍ୟ କରିବାକୁ ହୁଏ । ପୁଣ୍ୟ ଅର୍ଜନ ପାଇଁ କେଉଁ କାମ କରିବାକୁ ହୁଏ । ଯାହା ବିଷୟରେ ଆମ ଶାସ୍ତ୍ରରେ ଏକ କଥା ମାଧ୍ୟମରେ ଉଲ୍ଲେଖ କରାଯାଇଛି । କଥା ଅନୁଯାୟୀ ମଧ୍ୟଦେଶରେ ଏକା ସାଙ୍ଗରେ ପାଞ୍ଚ ଜଣଙ୍କ ମୃତ୍ୟୁ ହେଲା ଏବଂ ସେମାନେ ଏକା ସାଥିରେ ଯାଇ ଯମପୁରରେ ପହଞ୍ଚିଲେ । ସାମ୍ନାରେ ଯମରାଜ ଏବଂ ଚିତ୍ରଗୁପ୍ତ ସବୁ ଆତ୍ମାର ପାପ ପୁଣ୍ୟ ତର୍ଜମା କରି ସ୍ୱର୍ଗ ଏବଂ ନର୍କକୁ ପଠାଉ ଥିବାର ଦେଖିଲେ । ଯେଉଁଠି ସ୍ୱର୍ଗ ଖୁବ ରମଣୀୟ ଦେଖା ଯାଉଥିଲା ସେଠାରେ ନର୍କ ଖୁବ ଭୟଙ୍କର ଦେଖା ଯାଉଥିଲା । ତେବେ ସେହି ପାଞ୍ଚ ଜଣଙ୍କ ମଧ୍ୟରେ ଜଣେ ଚୋର , ବେଶ୍ୟା , ସିପାହୀ , ବ୍ରାହ୍ମଣ ଏବଂ ଅନ୍ୟ ଜଣେ ଚାଷୀ ଥିଲା । ସେମାନେ ପରସ୍ପର ମଧ୍ୟରେ କଥା ହୋଇ ନିଜ ନିଜର ପାପ ବିଷୟରେ କହିବାକୁ ଲାଗିଲେ ।

ଚୋର ଜଣକ କହିଲା ଯେ ସେ ଜୀବନ ସାରା ଚୋରି କରି ଅନେକ ପାପ କରିଛି କିନ୍ତୁ ତାହା କେବଳ ସେ ନିଜ ପରିବାରର ଭୋକ ମେଣ୍ଟାଇବା ପାଇଁ ପରିସ୍ଥିତିରେ ପଡ଼ି କରିଥିଲା । ଏହାପରେ ବେଶ୍ୟା କହେ ଯେ ସେ ଅନେକ ପୁରୁଷଙ୍କ ସହିତ ସମ୍ବନ୍ଧ ବନାଇଛି ଯାହାକି ପାପ ଅଟେ । କିନ୍ତୁ ଛୋଟ ବେଳେ ଜଣେ ଲୋକ ତାକୁ ଜୋର ଜବରଦସ୍ତ ନେଇ ବେଶ୍ୟା ବୃତ୍ତି କରିବାକୁ ବାଧ୍ୟ କରିଥିଲା । ସେହି ପରିସ୍ଥିତିରେ ହିଁ ସେ ଏଭଳି କରିଥିଲେ । ତେଣୁ ସେ ନର୍କକୁ ଯିବା ପୁରା ନିଶ୍ଚିତ । ଏହାପରେ ସିପାହୀ କହେ ରାଜଙ୍କ ପାଖରେ ରହି ରାଜାଙ୍କ ନିର୍ଦେଶ ମାନି ସେ ଅନେକ ନିର୍ଦୋଷ ଏବଂ ନିରୀହ ଲୋକଙ୍କ ପ୍ରତି ଅନ୍ୟାୟ କରିଛି । କିନ୍ତୁ ସେ ନିଜ ପରିବାର ପାଇଁ ସେମିତି କରିଥିଲା । ତେଣୁ ବୋଧହୁଏ ସେ ମଧ୍ୟ ନର୍କକୁ ଯିବ ।

ଏହାପରେ ପଣ୍ଡିତ ବ୍ରାହ୍ମଣ କହେ ଯେ ସେ ନିଜ ଜ୍ଞାନର ଉପଯୋଗ ଲୋକଙ୍କ ଭଲ ପାଇଁ ନୁହେଁ ବରଂ ଟଙ୍କା ରୋଜଗାର ପାଇଁ କରିଛି । ଯାହାକି ବହୁତ ବଡ଼ ପାପ ଅଟେ । ତେଣୁ ସେ ମଧ୍ୟ ବୋଧହୁଏ ନର୍କକୁ ଯିବ । ଏହାପରେ ଚାଷୀ କହେ ଯେ ସେ ଜୀବନରେ କିନ୍ତୁ କୌଣସି ପାପ କରିନାହିଁ , ଖୁବ ପୂଜାପାଠ ଏବଂ ଦାନ ଧର୍ମ କରିଛି ତେଣୁ ସେ ନିଶ୍ଚିତ ଭାବରେ ସ୍ୱର୍ଗକୁ ଯିବ । ଏହାପରେ ଯମରାଜ ଏବଂ ଚିତ୍ରଗୁପ୍ତ ଖୁବ ତର୍ଜମା କରିବା ପରେ ଚୋର , ବେଶ୍ୟା , ସିପାହୀ ଏବଂ ବ୍ରାହ୍ମଣଙ୍କୁ ସ୍ୱର୍ଗକୁ ପଠାଇବା ସହିତ ଚାଷୀକୁ ନର୍କକୁ ପଠାଇବାକୁ ନିଷ୍ପତ୍ତି ନେଲେ । ଏହା ଶୁଣି ଚାଷୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା ।

ଯମରାଜ କହିଲେ ଯେ ସେହି ଚାରି ଜଣ ଲୋକ ଯେଉଁ ପାପ କରିଛନ୍ତି ତାହା ସେମାନଙ୍କ ପୁଣ୍ୟ ତୁଳନାରେ ଖୁବ କମ ଅଟେ । ପୁଣି ସେମାନେ ପରିସ୍ଥିତିରେ ପଡ଼ି ସେମିତି କରୁଥିଲେ । କିନ୍ତୁ ଚାଷୀ ଜଣେ ବିଧବା ଅବଳା ନାରୀକୁ ମିଛ ଲାନଛନା ଲଗାଇ ରାଜାଙ୍କ ହାତରେ ମୃତ୍ୟୁ ଦଣ୍ଡ ଦେଇଥିଲେ । ଯାହାକି ବଡ଼ ପାପ ଅଟେ । ତେଣୁ ସେ ନର୍କକୁ ଯିବାକୁ ହକଦାର । ତେବେ ଏଠାରେ କହି ରଖିବୁ ଯେ ମଣିଷ ମଦ ପାନ , ବ୍ରହ୍ମ ହତ୍ୟା କରି ମଧ୍ୟ ମୁକ୍ତି ପାଇ ପାରେ ଏବଂ ପ୍ରାୟଶ୍ଚିତ କରିପାରେ । କିନ୍ତୁ ଅନ୍ୟ ଉପରେ ଲାଂଛନ ଲଗାଇଲେ କୌଣସି ପ୍ରାୟଶ୍ଚିତ ନାହିଁ । ତାର ସବୁ ପୁଣ୍ୟ ମଧ୍ୟ ନଷ୍ଟ ହୋଇଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *