ଶ୍ରୀ କୃଷ୍ଣ କୁହନ୍ତି ଯେଉଁ ଘରେ ଏହି ୫ଟି ଜିନିଷ ରହିଥାଏ,ତାହେଲେ ଗରିବୀ ଘରଠୁ କୋଷ ଦୁରେ ରହିଥାଏ !
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ଘରେ ଏହି ୫ ଟି ଜିନିଷ ଥାଏ ସେଠି ଗରିବୀ ଆସିନଥାଏ।
ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ମହାରାଜ ଯୁଧିଷ୍ଠିରଙ୍କୁ ତାଙ୍କ ରାଜ ଶାସନ ସମୟରେ ରାଜ୍ୟରେ ସୁଖ ସମୃଦ୍ଧି ଆଣିବା ପାଇଁ କେତେ ଗୁଡିଏ ବାସ୍ତୁ ନିୟମ କହିଥିଲେ। ଯାହାକୁ ଆଜିର ଏହି ପୋଷ୍ଟରେ ଜାଣିବା।
ବନ୍ଧୁଗଣ ବାସ୍ତୁ ଅନୁସାରେ ଆମ ଘର ଭିତରେ ଥିବା ପ୍ରତ୍ୟକ ଜିନିଷର କିଛି ନାଁ କିଛି ଶକ୍ତିଥାଏ କିନ୍ତୁ କିଛି ଜିନିଷ ସକରାତ୍ମକ ଶକ୍ତି ଦେଇଥାଏ ଆଉ କିଛି ଜିନିଷ ନକରାତ୍ମକ ଶକ୍ତି ଦେଇଥାଏ। ଏହାର ସନ୍ତୁଳନ କରିବା ଆବଶ୍ୟକ। ଅଧିକ ନକରାତ୍ମକ ଦ୍ୱାରା ଘରେ ଝଗଡା ବଢିଥାଏ। ଏହାର ପ୍ରଭାବ ବ୍ୟକ୍ତିର ମାନସିକ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଯେଉଁ କାରଣରୁ ବ୍ୟକ୍ତି ଜୀବନରେ ଉନ୍ନତି କରିପାରି ନଥାଏ ଆଉ ଅଧିକ ଚିନ୍ତାରେ ପଡିଯାଇଥାଏ।
ବନ୍ଧୁଗଣ ଯେଉଁ ଜିନିଷକୁ ଯେଉଁ ଜାଗାରେ ରଖିବା ଉଚିତ ତାକୁ ସେହି ସ୍ଥାନରେ ନରଖିଲେ ସେହି ବସ୍ତୁ ନକରାତ୍ମକ ଶକ୍ତି ଛାଡ଼ିଥାଏ। ତାହା ମନୁଷ୍ୟ ଉପରେ ପଡିଥାଏ। ଆଜିର ବିଜ୍ଞାନ ବି ଏହା ମାନୁଛି ଯେ ପ୍ରତ୍ୟକ ବସ୍ତୁରେ ନକରାତ୍ମକ ଶକ୍ତି ଓ ସକରାତ୍ମକ ଶକ୍ତି ଅଛି ଯାହାର ପ୍ରଭାବ ଆଖପାଖରେ ଥିବା ବସ୍ତୁ ଉପରେ ପଡିଥାଏ। ପ୍ରାଚୀନ କାଳରୁ ଆମର ମୁନି ଋଷି ମାନେ ଏବଂ ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି ତାହା ପୁରାପୁରି ବିଜ୍ଞାନ ଦୃଷ୍ଟିରେ ମଧ୍ୟ ସତ ଅଟେ। ବନ୍ଧୁଗଣ ମହାଭାରତ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ୫ ଟି ଜିନିଷ ବିଷୟରେ କହିଛନ୍ତି।
ଏହି ୫ ଟି ଜିନିଷ ଘରେ ରହିବା ଦ୍ୱାରା ସୁଖ ସମୃଦ୍ଧି ରହିବା ସହ ସକରାତ୍ମକ ଶକ୍ତିବି ଭରପୁର ମାତ୍ରାରେ ପ୍ରଭାବିତ ହୋଇଥାଏ। ଯେଉଁ ଘରର ଲୋକମାନେ ସବୁବେଳେ ପ୍ରସନ୍ନ ରୁହନ୍ତି ସେହି ଘରେ ଧନର ଦେବୀ ମା ଲକ୍ଷ୍ମୀ ରହିବା ପାଇଁ ପସନ୍ଦ କରିଥାନ୍ତି। ତ ଆସନ୍ତୁ ଭଗବାନ ଶ୍ରୀକୃଷ୍ଣ ମହାରାଜ ଯୁଧିଷ୍ଠିରଙ୍କୁ କେଉଁ ସବୁ ବାସ୍ତୁ ନିୟମ କହିଥିଲେ ଜାଣିବା।
ପ୍ରଥମ କଥା। ଭଗବାନ ଶ୍ରୀକୃଷ୍ଣ କହିଥିଲେ କି ଯେଉଁ ଘରେ ଧୂପ ଦୀପ ପୁଷ୍ପ ଏବଂ ନୈବେଦ୍ୟ ଭଳି ପଞ୍ଚ ତତ୍ତ୍ୱ କରାଯାଏ ସେହି ଘରେ କେବେବି ସମସ୍ୟା ଉତ୍ପନ ହୋଇନଥାଏ। ଭଗବାନ ଶ୍ରୀକୃଷ୍ଣ ଏହା ମଧ୍ୟ କହିଛନ୍ତି ଯେଉଁ ଘରେ ପାଣିର ଉଚିତ ବ୍ୟବହାର କରାଯାଏ ସେହି ଘରେ ସଦାସର୍ବଦା ସୁଖ ସମୃଦ୍ଧି ବାସ କରେ। ସବୁବେଳେ ପାଣିର ବ୍ୟବସ୍ଥା ଉତ୍ତର-ପୂର୍ବ ଦିଗରେ କରିବା ଉଚିତ। ଘରକୁ ଆସୁଥିବା ପ୍ରତ୍ୟକ ବ୍ୟକ୍ତି ଏହି ଦିଗରେ ରଖା ଯାଇଥିବା ପାଣିକୁ ପିଇକି ଯିବା ଦ୍ୱାରା ଏହି ଘରେ ରହୁଥିବା ସଦସ୍ୟଙ୍କ ଉପରେ ଭଗବାନଙ୍କର କୃପା ସବୁବେଳେ ରହିଥାଏ। ଏଥିପାଇଁ ଆପଣ ଘରର ଉତ୍ତର-ପୂର୍ବ ଦିଗରେ ପିଇବା ପାଣିର ବ୍ୟବସ୍ଥା କରନ୍ତୁ। ଏହି ଦିଗରେ ରଖାଯାଇଥିବା ଜଳରେ ଈଶ୍ୱରୀୟ ଶକ୍ତିର ପ୍ରଭାବ ମଧ୍ୟ ପଡିଥାଏ।
ଦ୍ୱିତୀୟ କଥା। ଭଗବାନ ଶ୍ରୀକୃଷ୍ଣଙ୍କ କହିବା ଅନୁସାରେ ଘରେ ଚନ୍ଦନ କାଠ ରଖିବା ଶୁଭଦାୟକ ହୋଇଥାଏ। ଘରର ଠାକୁର ଘରେ ଚନ୍ଦନ କାଠ ଚନ୍ଦନ ମାଳା ଏବଂ ଚନ୍ଦନର ଧୂପକାଠି ରଖିବା ଉଚିତ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଚନ୍ଦନ ସର୍ବଦା ପବିତ୍ର ଅଟେ। ଚନ୍ଦନ ଘରର ସକରାତ୍ମକ ଶକ୍ତିକୁ ବଢ଼ାଇବା ସହ ନକରାତ୍ମକ ଶକ୍ତି ଗୁଡିକ ଆପେ ଆପେ ଘରୁ ଚାଲିଯାଇଥାନ୍ତି। ଯେଉଁ ଘରେ ଚନ୍ଦନର ବ୍ୟବହାର କରାଯାଏ ସେହି ଘରେ ଦେବୀ ଏବଂ ଦେବତା ନିବାସ କରିଥାନ୍ତି।
ତୃତୀୟ କଥା। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଗାଈର ଶୁଦ୍ଧ ଘିଅ ବ୍ୟବହାର କରିବା ଦ୍ୱାରା ଘରେ ବହୁତ ଶୁଭ ହୋଇଥାଏ। ଏଥିପାଇଁ ମନୁଷ୍ୟକୁ ଭୋଜନରେ ଏବଂ ଦୀପରେ ଘିଅର ବ୍ୟବହାର କରିବା ଉଚିତ। ଧ୍ୟାନ ରଖନ୍ତୁ ଯେପରି ଘରେ ଘିଅର ଅଭାବ ଦେଖାନଦିଏ। ତା ସହିତ ତୁଳସୀ ଚଉରା ମୂଳରେ ସବୁଦିନ ଘିଅର ଦୀପ ଜଳାଇବା ବହୁତ ଶୁଭ ମାନାଯାଇଥାଏ।
ମହୁ। ଘରେ ମହୁ ରଖିବା ବହୁତ ଶୁଭ ହୋଇଥାଏ। ଯୁଧିଷ୍ଠିରଙ୍କ ସୁଖ ସମୃଦ୍ଧିର ଉପାୟ କହିବା ସମୟରେ ଭଗବାନ ଶ୍ରୀକୃଷ୍ଣ କହିଥିଲେ ମହୁ ଏକ ଏପରି ପଦାର୍ଥ ଯାହା ଅଶୁଦ୍ଧ ଆତ୍ମାକୁ ଶୁଦ୍ଧ କରିଥାଏ ଏବଂ ଘରର ବାତାବରଣକୁ ସ୍ୱଚ୍ଛ କରିଥାଏ। ପୂଜାପାଠରେ ମଧ୍ୟ ମହୁର ବ୍ୟବହାର ସର୍ବ ପରି ମାନାଯାଏ।
ପଞ୍ଚମ କଥା। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମା ସ୍ୱରସ୍ୱତୀଙ୍କୁ ବିଣା ବାଦିନୀ କୁହାଯାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁପରି ମା ସ୍ୱରସ୍ୱତୀ ପଦ୍ମ ଫୁଲ ଉପରେ ବିରାଜମାନ ହୁଅନ୍ତି ସେହି ପ୍ରକାରରେ ମା ସ୍ୱରସ୍ୱତୀଙ୍କୁ ପୂଜା କରିବା ଦ୍ୱାରା ସେ ବ୍ୟକ୍ତିଙ୍କୁ ନିର୍ଧନ ଠାରୁ ଦୂରେଇ ରଖନ୍ତି ଏବଂ ବୁଦ୍ଧିକୁ ଶୁଦ୍ଧ ରଖିଥାନ୍ତି। ସେଥିପାଇଁ ମା ସ୍ୱରସ୍ୱତୀଙ୍କ ଫୋଟ ବା ପାରଦ ମୂର୍ତି ଘରେ ରଖିବା ଶୁଭ ହୋଇଥାଏ।
ବନ୍ଧୁଗଣ ଏହା ଥିଲା ୫ ଟି ନିୟମ ଯାହା ଭଗବାନ ଶ୍ରୀକୃଷ୍ଣ ମହାରାଜା ଯୁଧିଷ୍ଠିରଙ୍କୁ କହିଥିଲେ।
ଏବେ ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କ କହିଥିବା ୭ ଟି ମହତ୍ୱପୂର୍ଣ୍ଣ କଥା ବିଷୟରେ।
ପ୍ରତ୍ୟକ ବ୍ୟକ୍ତିଙ୍କ ଜୀବନରେ ଏପରି ସମୟ ଆସିଥାଏ ଯେବେ ସେ ନିଜକୁ ସମସ୍ୟାରେ ଦେଖିଥାଏ। ସେହି ସମୟରେ ତାକୁ ଦୁଃଖ ଏବଂ ନୈରାଶ୍ୟ ଦେଖିବାକୁ ମିଳିଥାଏ। ଏପରି ମନୁଷ୍ୟ ପୁରା ଭାଙ୍ଗିଯାଏ। ତାକୁ ତାର ଜୀବନ ବୋଝ ପରି ଲାଗେ। ଏହିପରି ସମୟରେ ଆମେ ଭଗବାନ ଶ୍ରୀକୃଷ୍ଣଙ୍କ କିଛି କଥାକୁ ମନେରଖିବା ଉଚିତ।
ଦୁଃଖ ସମସ୍ୟା ସମୟରେ ଭଗବାନ ଶ୍ରୀକୃଷ୍ଣ କିଛି କଥାକୁ ବ୍ୟକ୍ତି ମନେ ରଖେ ତ ତାକୁ ଖରାପ ସମୟକୁ ଲଢ଼ିବା ପାଇଁ ଶକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣ କହିଥିବା ଏପରି କିଛି ୭ ଟି ଜ୍ଞାନ କଥା ଯାହାକୁ ଆପଣ ଖରାପ ସମୟରେ ମନେ ପକାଇବେ ତ ଆପଣଙ୍କର ପ୍ରତ୍ୟକ ସମସ୍ୟା କମ ହେବାକୁ ଲାଗିବ ଏବଂ ଆପଣଙ୍କୁ ପ୍ରତ୍ୟକ ଦୁଃଖ ସହିତ ଲଢ଼ିବାକୁ ଶକ୍ତି ମିଳିବ।
ପ୍ରଥମ କଥା। ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ତୁମେ କୋଣ ପାଇଁ ବୃଥା ଚିନ୍ତା କରୁଛ। କେଉଁ କଥାକୁ ତୁମେ ଡ଼ରୁଛ। କିଏ ତୁମକୁ ମାରିପାରିବ। ଆତ୍ମା ଜନ୍ମ ହୁଏ ନାଁ କେବେ ମରେ।
ଦ୍ୱିତୀୟ କଥା। ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ଯାହା ହେଲା ବହୁତ ଭଲ ହେଲା। ଯାହା ହେଉଛି ଭଲ ହେଉଛି। ଯାହାବି ହେବ ତାହାବି ବହୁତ ଭଲ ହେବ। ତୁମେ ଭୁଲର ପଶ୍ଚତାପ କରନାହିଁ। ଭବିଷ୍ୟତ କଥା ଚିନ୍ତା କରନାହିଁ। ବାସ ବର୍ତ୍ତମାନ ସହିତ ଚାଲ।
ତୃତୀୟ କଥା। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ତୁମର କଣ ଭୁଲ କି ତୁମେ କାନ୍ଦୁଛ। ତୁମେ କଣ ଆଣିଥିଲ ଆଉ କଣ ହରେଇ ଦେଲ। ତୁମେ କଣ ତିଆରି କରିଥିଲ କି ଯାହା ନଷ୍ଟ ହୋଇଗଲା। ନାହିଁ ତୁମେ କିଛି ନେଇକି ଆସିଥିଲ ନାହିଁ କିଛି ନେଇକି ଯିବ। ତୁମେ ଖାଲି ହାତରେ ଆସିଥିଲା ଏବଂ ଖାଲି ହାତରେ ହିଁ ଯିବ। ଆଜି ଯାହା ତୁମର କାଲି ତାହା ଆଉ କାହାର ଥିଲା ଏବଂ ପରେ ଆଉ କାହାର ହୋଇଯିବ। ତୁମେ ଏହାକୁ ନିଜର ଭାବି ଚିନ୍ତା କରିବା ଉଚିତ ନୁହେଁ। ଏହି କଥାକୁ ହିଁ ତୁମର ପ୍ରସନ୍ନତାକୁ ନଷ୍ଟ କରି ତୁମକୁ ଦୁଃଖ ଦେଉଛି। ତୁମ ଦୁଃଖର କାରଣ ମଧ୍ୟ ଏହା ଅଟେ।
ଚତୁର୍ଥ କଥା। ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ବର୍ତ୍ତମାନର ନିୟମ ଯାହାକୁ ତୁମେ ମୃତ୍ୟୁ ଭାବୁଛ ତାହା ତ ଜୀବନ୍ତ ଅଟେ। ଗୋଟେ ସମୟରେ ତୁମେ କରଣପୋତି ବନିଯିବ ଏବଂ ଅନ୍ୟ ସମୟରେ ତୁମେ ଦରିଦ୍ର ହୋଇଯିବ। ତୋର ମୋର ଛୋଟ ବଡ଼ ଆପଣା ପର ମନରୁ ହଟେଇ ଦିଅ। ମନରୁ ଏହାକୁ ବାହାର କରିଦିଅ। ସବୁ ତୁମର ଏବଂ ତୁମେ ସମସ୍ତଙ୍କର।
ପଞ୍ଚମ କଥା। ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ନାଁ ଏହି ଶରୀର ତୁମର ନାଁ ଆତ୍ମାର ଏହି ଅଗ୍ନି ଜଳ ବାୟୁ ପୃଥିବୀ ଆକାଶ ସହିତ ବନିଛି ଏବଂ ଏଥିରେ ହିଁ ଏହା ମିଳେଇ ଯିବ। ପରନ୍ତୁ ତୁମର ଆତ୍ମା ସବୁବେଳେ ଅସ୍ଥିର ରହିବ।
ଷଷ୍ଠ କଥା। ଯାହା ଭଗବାନ ଶ୍ରୀକୃଷ୍ଣ କହିଥିଲେ ତୁମେ ନିଜକୁ ନିଜେ ଭଗବାନଙ୍କୁ ସମର୍ପିତ କରିଦିଅ। ଏହା ହିଁ ସବୁଠୁ ଉତ୍ତମ ସାହାରା। ଯିଏ ନିଜର ସାହାରାକୁ ଆପଣାଏ ସେ ଦୁଃଖ ଶୋକ ଠାରୁ ମୁକ୍ତ ହୋଇଯାଏ।
ସପ୍ତମ କଥା। ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ଯାହା କିଛି ବି ତୁମେ କରୁଛ ତାହା ଭଗବାନଙ୍କୁ ଅର୍ପଣ କରିଦିଅ। ଏହା କରିବା ଦ୍ୱାରା ତୁମେ ସବୁବେଳେ ଜୀବନକୁ ଆନନ୍ଦ ସହ ଅନୁଭବ କରିବ।