Excuse Me Odisha

ଯାହା କହିବୁ ସତ କହିବୁ

ଲୁଣ ଡବାରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ । ଏତେ ଟଙ୍କା ଆସିବ ଯେ ଆପଣ ଗଣି ଗଣି ଥକିବେ ।

ସେୟାର୍ କରନ୍ତୁ

ବୈଜ୍ଞାନିକ ଦୃଷ୍ଟିକୋଣରୁ ଲୁଣ ଏକ ସାଧାରଣ ରସାୟନ ଅଟେ କିନ୍ତୁ ସାଧୁ ସନ୍ଥ ମହାତ୍ମା ମାନେ କହିଛନ୍ତି ଯେ ଲୁଣ ସମୁଦ୍ରର ବିର୍ଜ ଅଟେ । ଏପଟେ ମାତା ଲକ୍ଷ୍ମୀ ସମୁଦ୍ରର ପୁତ୍ରୀ । ତେଣୁ ଆଜି ଆମେ ଲୁଣର ସମ୍ପୂର୍ଣ୍ଣ ପ୍ରୟୋଗ ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ ଏବଂ କେବେବି ଧନର ଅଭାବ ହେବ ନାହିଁ । ଯଦି ଆପଣଙ୍କ ଘରେ କଳି ଝଗଡ଼ା ହେଉଛି ତେବେ ତାହା ମଧ୍ୟ ଦୂର ହୋଇଯିବ । ଲୁଣ ମନୁଷ୍ୟର ଆୟୁଷ ବଢ଼ାଇବା ସହିତ କମ ମଧ୍ୟ କରିଥାଏ ବୋଲି ମାନ୍ୟତା ରହିଛି । ଯଦି ଆପଣ ଏହାର ଏକ ସଠିକ ଉପାୟ କରନ୍ତି ତେବେ ଆପଣଙ୍କୁ କୌଣସି ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ । ଲୁଣ ବିଭିନ୍ନ ପ୍ରକାରର ରହିଛି । ଯେମିତିକି ସନ୍ଦର୍ଭ ଲୁଣ , ସାମୁଦ୍ରିକ ଲୁଣ , କଳା ଲୁଣ ଏବଂ ସାଧାରଣ ଲୁଣ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଲୁଣକୁ ଚନ୍ଦ୍ର ଏବଂ ଶୁକ୍ରଙ୍କ ପ୍ରତିନିଧି ମାନା ଯାଇଥାଏ ଏବଂ ଏହାକୁ ରାହୁ କେତୁ ଏବଂ ଶନିର କାରକ ମଧ୍ୟ ମାନାଯାଏ । ତେଣୁ ଏହାକୁ କୌଣସି ଧାତବ ପାତ୍ରରେ ରଖିଲେ ଶନି ଏବଂ ରାହୁ କେତୁ ଦୋଷ ଲାଗିଥାଏ । ଏହାକୁ ଆପଣ କେବଳ କାଚ ପାତ୍ରରେ ରଖି ପାରିବେ । ଲୁଣକୁ ତଳେ କେବେ ପକାନ୍ତୁ ନାହିଁ । ଏହାଦ୍ବାରା ଚନ୍ଦ୍ରମା ଦୁର୍ବଳ ହୁଅନ୍ତି । ଲୁଣକୁ କାହାରି ହାତକୁ ହାତ ଦେବା ଉଚିତ ନୁହେଁ । ଯାହାଦ୍ୱାରା ସମ୍ବନ୍ଧ ଖରାପ ହୋଇଥାଏ । ଘରେ ପ୍ରତ୍ୟେକ ଦିନ କିମ୍ବା ସପ୍ତାହରେ ଅତିକମରେ ଗୋଟିଏ ଦିନ ଲୁଣ ମିଶା ପାଣିରେ ପୋଛା ଲଗାନ୍ତୁ । ଏହାଦ୍ବାରା ଘରୁ ସବୁ ପ୍ରକାରର ନକରାତ୍ମକ ଶକ୍ତି ଦୂର ହୋଇଯିବ । ଏକ କାଚ ଗ୍ଲାସରେ ପାଣି ନେଇ ଲୁଣ ମିଶାଇ ଘରର ନୈରୁତ କୋଣରେ ରଖି ଦିଅନ୍ତୁ ।

ଏହାଦ୍ଵାରା ଘରେ କୌଣସି ପ୍ରକାରର ନକରାତ୍ମକ ଶକ୍ତି ରହିବ ନାହିଁ । ଘରେ ବାଥରୁମ ଏକ ଏପରି ସ୍ଥାନ ଯେଉଁଠି ସବୁଠାରୁ ଅଧିକ ନକରାତ୍ମକତା ରହିଥାଏ । ତେଣୁ ବାଥରୁମରେ ଏକ ପାତ୍ରରେ ଲୁଣ ରଖି ଦିଅନ୍ତୁ ଏବଂ ପ୍ରତି ମାସରେ ତାହାକୁ ବଦଳାଇ ଖରାପ ହୋଇ ଯାଇଥିବା ଲୁଣକୁ ଫ୍ଲସ କରି ଦିଅନ୍ତୁ । ଘରେ କାହାରି ଉପରେ ନଜର ଦୋଷ ଥିଲେ ଏକ ଚିମୁଟା ଲୁଣ ନେଇ ସେହି ବ୍ୟକ୍ତିର ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ସାତ ଥର ବୁଲାଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଏହାଦ୍ବାରା କୌଣସିବି ନଜର ଦୋଷ ଦୂର ହୋଇଯିବ । ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ଆପଣ ଏହି ଲୁଣ ସହାୟତାରେ ମୁକ୍ତି ପାଇ ପାରିବେ । ଶୋଇବା ରୁମରେ ମୁଣ୍ଡ ପାଖରେ ଏକ ପାତ୍ରରେ ଲୁଣ ରଖି ଦିଅନ୍ତୁ ।

ଏହାଦ୍ବାରା ଆପଣଙ୍କର ସବୁ ଶାରୀରିକ ସମସ୍ୟା ଦୂର ହୋଇଯିବ । ଯଦି ଆପଣ ଜାତକରେ କୌଣସି ଦୋଷ ଦୂର କରିବାକୁ ଚାହୁଁଛନ୍ତି ତେବେ ଏକ ମୁଠା ଲୁଣ ନେଇ ନିଜ ଉପର ଦେଇ ସାତ ଥର ବୁଲାଇ ପ୍ରବାହିତ ନଦୀ ନାଳରେ ଭସାଇ ଦିଅନ୍ତୁ । ଆପଣଙ୍କ ମନ ସବୁବେଳେ ଅଶାନ୍ତ ରହୁଥିଲେ ଏକ ଚିମୁଟା ଲୁଣ ନେଇ ମୁଣ୍ଡ ଉପର ଦେଇ ବୁଲାଇ କୌଣସି ଗଛ ମୂଳରେ ପକାଇ ଦିଅନ୍ତୁ । ନଜର ଦୋଷ ଦୂର ହୋଇଯିବ । ଘରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିଲେ ପ୍ରତ୍ୟେକ କଠୋରିରେ ଅଳ୍ପ ଅଳ୍ପ ଲୁଣ ନିହାତି ରଖି ଦିଅନ୍ତୁ । ପ୍ରତ୍ୟେକ ସପ୍ତାହ ତାହାକୁ ବଦଳାଇ କିମ୍ବା ଜଳରେ ଭସାଇ ନୂଆ ଲୁଣ ରଖି ଦିଅନ୍ତୁ । ଏହାଦ୍ବାରା ଘରେ କଳି ଝଗଡ଼ା ହେବ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *