Excuse Me Odisha

ଯାହା କହିବୁ ସତ କହିବୁ

ନର୍କର ବୈତରଣୀ ନଦୀ କିଭଳି ହୋଇଥାଏ ଏବଂ ସେଠାକୁ କାହାକୁ ପଠାଯାଇଥାଏ । ଜାଣନ୍ତୁ ଯମରାଜ କଣ କହିଛନ୍ତି ।

ସେୟାର୍ କରନ୍ତୁ

ଥରେ ନାରଦ ମୁନି ଯମରାଜଙ୍କ ପାଖକୁ ଆସି ପଚାରିଲେ ଯେ ନର୍କରେ ଏମିତି କେଉଁ ନଦୀ ଅଛି ଯେଉଁଥିରେ ପାପୀ ଏବଂ ପୁଣ୍ୟ ଉଭୟ ଆତ୍ମା ଏକା ସାଙ୍ଗରେ ପଡ଼ିଥାନ୍ତି । ସେମାନେ ଏହି ନଦୀକୁ କିଭଳି ପାର କରନ୍ତି । ଏହାପରେ ଯମରାଜ କହିଛନ୍ତି ଯେ ନର୍କରେ ଯେଉଁ ନଦୀ ପଡ଼େ ତାହାକୁ ବୈତରଣୀ କୁହାଯାଏ ଯାହାକି ପାପୀ ମନୁଷ୍ୟକୁ ଖୁହ ଭୟଭୀତ କରିଥାଏ । ଏହାପରେ ଯମରାଜ ନାରଦଙ୍କୁ ନେଇ ବୈତରଣୀ ନଦୀ ଦିଗରେ ଅବସ୍ଥାନ କରନ୍ତି । ବୈତରଣୀ ନଦୀ ପାଖକୁ ପାପୀ ମାନେ ଆସିବା ମାତ୍ରେ ତାହା ଉତ୍ତପ୍ତ ହୋଇଥାଏ ଏବଂ ସେଥିରେ ଭୟଙ୍କର ଜୀବଜନ୍ତୁ ସହିତ ଖୁବ ଦୁର୍ଗନ୍ଧ ମଧ୍ୟ ଆସିଥାଏ । ତେଣୁ ଦୂତ ମାନେ ପାପୀ ମାନଙ୍କୁ ଏହା ମଧ୍ୟକୁ ଠେଲିବା ମାତ୍ରେ ସେମାନେ ଅସହ୍ୟ ଯନ୍ତ୍ରଣା ଭୋଗ କରନ୍ତି ।

ସେତେବେଳେ ବାରଟି ସୂର୍ଯ୍ୟ ସେହି ନଦୀ ଉପରେ ଦୃଶ୍ୟମାନ ହୋଇଥାଏ । ବୈତରଣୀ ନଦୀ ଜଳ ମଧ୍ୟ ସେମାନଙ୍କୁ ଶାନ୍ତି ଦେଇ ନଥାଏ । ସେହି ଭୟଙ୍କର ଜୀବଙ୍କୁ ଦେଖି ଏପଟେ ସେପଟେ ଦୌଡ଼ିବାରେ ଲାଗନ୍ତି । ଏହାପରେ ଯେଉଁ ମାନେ ପୁଣ୍ୟବାନ ହୋଇଥାନ୍ତି ସେମାନେ କିଭଳି ଏହି ନଦୀକୁ ପାର କରନ୍ତି ଏହି ପ୍ରଶ୍ନ ପଚାରିଲେ ନାରଦ । ଯେଉଁ ବ୍ୟକ୍ତି ମାନେ ଭଲ କର୍ମ କରିଥାନ୍ତି ଏବଂ ଜୀବିତ ଥିବା ସମୟରେ ନିଜର ପିତୃ ପୁରୁଷଙ୍କୁ ପିଣ୍ଡ ଦିଅନ୍ତି ସେମାନଙ୍କ ବୈତରଣୀ ଯାତ୍ରା ସୁନାର ନୌକାରେ ହୋଇଥାଏ । ଅନ୍ୟକୁ କଷ୍ଟ ଦେଇଥିବା , ଅନ୍ୟାୟ କରିଥିବା , ମିଥ୍ୟା ବଚନ କହିଥିବା ଏବଂ ପିତୃଙ୍କୁ ଅପମାନ କରିଥିବା ବ୍ୟକ୍ତିକୁ ରାକ୍ଷସ ବୈତରଣିରେ ବୁଡ଼ାଇ ଥାଏ ।

ପୁଣ୍ୟବାନ ଲୋକେ ସେହି ନୌକାରେ ବସି ବହୁତ ଜଲଦି ତାହାକୁ ପାର କରି ଚାଲି ଯାଆନ୍ତି ଏବଂ ସେହି ହିଂସ୍ର ଜନ୍ତୁ ସେମାନଙ୍କୁ କୌଣସି ପ୍ରକାରର କଷ୍ଟ ଦିଅନ୍ତି ନାହିଁ । ଏହାପରେ ନାରଦ ପଚାରନ୍ତି କେଉଁ ବ୍ୟକ୍ତିକୁ ନର୍କର ଏଭଳି କଷ୍ଟ ସହିବାକୁ ପଡ଼େ । ଅନ୍ୟକୁ କଷ୍ଟ ଦେଇଥିବା , ପିତାମାତା ଗୁରୁଜନଙ୍କୁ ଅସମ୍ମାନ କରିଥିବା ଏବଂ ଅନ୍ୟାୟ କରିଥିବା , ମିଥ୍ୟା ବଚନ କହିଥିବା ଏବଂ ପିତୃଙ୍କୁ ଅପମାନ କରିଥିବା ବ୍ୟକ୍ତିକୁ ରାକ୍ଷସ ବୈତରଣିରେ ବୁଡ଼ାଇ ଥାଏ । ଏହାବ୍ୟତୀତ ଯେଉଁ ପୁରୁଷ ପର ସ୍ତ୍ରୀ ସହିତ ଖରାପ ସମ୍ପର୍କ ରଖେ , ଛୋଟ ପିଲାଙ୍କ ସହିତ ବ୍ୟଭିଚାର , ମାଂସ ଭକ୍ଷଣ କରିଥାଏ ଏବଂ ଗାଈକୁ କଷ୍ଟ ଦେଇଥାଏ ସେ ମଧ୍ୟ ବୈତରଣୀ ନଦୀରେ ପଡ଼ିଥାଏ ।

କିନ୍ତୁ ଯେଉଁ ବ୍ୟକ୍ତିର ପାପ ପୁଣ୍ୟ ବିଷୟରେ କିଛି ଲେଖା ନଥାଏ ସେହି ବ୍ୟକ୍ତିକୁ କଣ୍ଟାରେ ଫସାଇ ଯମରାଜ ଘୋଷାରି ଘୋଷାରି ତାକୁ ନେଇ ଯାଆନ୍ତି । ସେଥିପାଇଁ ହିନ୍ଦୁ ଧର୍ମରେ ଗାଈର ଦାନ ଏବଂ ସେବାର ମହତ୍ତ୍ୱ ସମ୍ପର୍କରେ କୁହାଯାଇଛି । ଏହାପରେ ନାରଦ ଆଉ ଏକ ନଦୀ ବିଷୟରେ ବର୍ଣ୍ଣନା କରିବାକୁ କହିଛନ୍ତି ଯାହା ନର୍କରେ ରହିଛି । ଏହାପରେ ଯମରାଜ କହିଛନ୍ତି ଯେ ୧୮ ଦିନ ପରେ ଆତ୍ମା ବୈତରଣୀ ନଦୀକୁ ଅତିକ୍ରମ କରେ ଏବଂ ପୁଷ୍ପଭଦ୍ରା ନଦୀରେ ପହଞ୍ଚିଥାଏ । ଏହି ନଦୀର ଜଳ ଅତ୍ୟନ୍ତ ଶୀତଳ ହୋଇଥାଏ । ଆତ୍ମା ମାନେ ଏହାର ଜଳ ପାନ କରି ଆଗକୁ ବଢ଼ିଥାନ୍ତି । ଚାରିପଟେ ଅତ୍ୟନ୍ତ ସୁନ୍ଦର ବୃକ୍ଷ ରାଜି ସଜା ହୋଇଥାଏ । ପୁଣ୍ୟ ଆତ୍ମା ଉପରେ ଫୁଲ ବର୍ଷା ହୋଇଥାଏ । ଯେଉଁଠି ଥିବା ବରଗଛ ତଳେ ଆତ୍ମା ବିଶ୍ରାମ କରନ୍ତି ଏବଂ ତାଙ୍କ ପ୍ରିୟଜନଙ୍କ ଦ୍ଵାରା ଦିଆଯାଇଥିବା ପିଣ୍ଡ ଏହିଠାରେ ପ୍ରାପ୍ତ ହୁଏ । ଏହାପରେ ସେମାନେ ସ୍ୱର୍ଗ ଅଭିମୁଖେ ଯାତ୍ରା କରନ୍ତି । ମାତ୍ର ପାପି ବ୍ୟକ୍ତିଙ୍କୁ ବିଶ୍ରାମ କରିବାକୁ ଦିଆଯାଏ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *