Excuse Me Odisha

ଯାହା କହିବୁ ସତ କହିବୁ

ଗୋଟିଏ କୁକୁର ଯମରାଜଙ୍କୁ କହିଛି ମନୁଷ୍ୟ ଜୀବନର ନିରାଟ ବାସ୍ତବତା । ଜୀବିତ ମନୁଷ୍ୟ ହୋଇଥାଏ ଖୁବ କପଟୀ ଏବଂ ସ୍ବାର୍ଥୀ ।

ସେୟାର୍ କରନ୍ତୁ

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ମନୁଷ୍ୟ ଜୀବନର ନିରାଟ ବାସ୍ତବତା ବିଷୟରେ ଗୋଟିଏ କୁକୁର ଯମରାଜଙ୍କୁ କଣ କହିଛି ସେହି ବିଷୟରେ କହିବୁ । ମନୁଷ୍ୟ ଜୀବିତ ଥିବା ସମୟରେ ତାର ସ୍ଵଭାବ କିପରି ଥାଏ ତାହା ମଧ୍ୟ କହିବୁ । ଏକ କଥା ଅନୁଯାୟୀ ମଧ୍ୟକାଳରେ ଜଣେ ଧନୀ ସେଠ ରହୁଥିଲେ ଯାହାର ଗୋଟିଏ କୁକୁର ମଧ୍ୟ ଥିଲା । ସେ ଖୁବ କପଟୀ ଏବଂ ସ୍ୱାର୍ଥପର ଥିଲା କିନ୍ତୁ ଭଗବାନ ବିଷ୍ଣୁଙ୍କ ଭକ୍ତ ଥିଲା । ଥରେ ଭଗବାନ ବିଷ୍ଣୁ ଖୁସି ହୋଇ ସେଟକୁ ଦର୍ଶନ ଦେଇ ବର ମାଗିବାକୁ କହିଲେ । ଯାହାର ଉତ୍ତରରେ ସେଟ କିଛି ଆବଶ୍ୟକତା ନଥିବା କହି କେବଳ ଏକ କାଗଜରେ ଭଗବାନ ବିଷ୍ଣୁଙ୍କ ଦସ୍ତଖତ କରିବାକୁ କହିଲେ ।

ଯାହାଦ୍ୱାରା ଲୋକଙ୍କୁ ସେ ଭଗବାନ ବିଷ୍ଣୁ ଉପସ୍ଥିତ ରହିବାର ପ୍ରମାଣ ଦେଖାଇ ପାରିବେ । ଭଗବାନ ବିଷ୍ଣୁ ଏକ କାଗଜରେ ଦସ୍ତଖତ ଦେଇ ଅନ୍ତରଧ୍ୟାନ ହୋଇଗଲେ । ଥରେ ସେହି ସେଟ ର କୁକୁର ମୃତ୍ୟୁ ବରଣ କରିବାକୁ ସେଟ ଖୁବ ଦୁଃଖିତ ହୋଇଗଲା । କୁକୁର ଯେତେବେଳେ ଯମଲୋକରେ ପହଞ୍ଚିଲା ସେତେବେଳେ ଯମରାଜ କୁକୁରକୁ କହନ୍ତି ଯେ ” ତୁମେ କିଛି ପାପ କରିନାହଁ ଏବଂ ନିଜ ଗୁଲାମୀ ସବୁବେଳେ କରି ଆସିଛ ତେଣୁ ତୁମେ ଆଗାମୀ କେଉଁ ଜନ୍ମ ପାଇବାକୁ ଚାହୁଁଛ ” । ଉତ୍ତରରେ କୁକୁର କହେ ଯେ ଯେଉଁ ଜନ୍ମ ଦେଲେ ଭଲ କିନ୍ତୁ ମନୁଷ୍ୟ ଜନ୍ମ ନୁହେଁ । କାରଣ ମନୁଷ୍ୟ ଖୁବ କପଟୀ ଏବଂ ସ୍ବାର୍ଥୀ ହୋଇଥାଏ ।

ସେ ନିଜ ସ୍ୱାର୍ଥ ପୂରଣ କରିବାକୁ ନିଜ ଲୋକଙ୍କର ଶୋଷଣ କରିବାକୁ ମଧ୍ୟ ପଛାଏ ନାହିଁ । ଏମିତିକି ଯଦି ଜଣେ ଜୀବିତ ମନୁଷ୍ୟ ଆସେ ତେବେ ସେ ଯମଲୋକରେ ହଇଚଇ ସୃଷ୍ଟି କରିବ । ଏହା ଶୁଣି ଯମରାଜ କ୍ରୋଧିତ ହେଲେ ଏବଂ କହିଲେ ଯେ ମନୁଷ୍ୟ ଯେତେ ଚାଲାକ ହେଲେବି ଯମରାଜ ସାମ୍ନାରେ ତିଷ୍ଠି ପାରିବ ନାହିଁ । ଏହାକୁ ପରୀକ୍ଷା କରିବାକୁ ଯମରାଜ ସେହି କୁକୁରର ସେଟକୁ ଉଠାଇ ଆଣିବାକୁ ଦୂତ ମାନଙ୍କୁ ଆଦେଶ ଦେଲେ । ଯମରାଜଙ୍କ ଦୂତ ମାନେ ସେହି ସେଟ ଯେତେବେଳେ ଏକ ଖଟ ଉପରେ ଶୋଇଥିଲେ ଖଟକୁ ଉଠିଇ ଯମଲୋକକୁ ଆଣିଲେ । ଅଧା ବାଟରେ ସେଟଙ୍କ ନିଦ ଭାଙ୍ଗିବାକୁ ଏଭଳି ଶକ୍ତିଶାଳୀ ଲୋକଙ୍କୁ ଦେଖି ପଚାରିଲେ ତାଙ୍କୁ କୁଆଡ଼େ ନେଇ ଯାଉଛ । ଏହାଶୁଣି ଦୂତ ମାନେ ଯମରାଜ ଆଦେଶ ଦେବା କଥା କହିଲେ ।

ଏହା ଶୁଣି ସେଟ ନିଜ ପକେଟରେ ରଖିଥିବା ଭଗବାନ ବିଷ୍ଣୁ ଦସ୍ତଖତ କରିଥିବା କାଗଜକୁ ବାହାର କହି ସେଥିରେ କିଛି ଲେଖି ପୁଣି ପକେଟରେ ରଖିଦେଲେ । ଯେତେବେଳେ ସେ ଯମଲୋକରେ ପହଞ୍ଚିଲେ ସେତେବେଳେ ସେ ସେହି କାଗଜକୁ ଯମରାଜଙ୍କୁ ଦେଖାଇବା ମାତ୍ରେ ଯମରାଜ ତାଙ୍କୁ ନେଇ ନିଜ ସିଂହାସନରେ ବସାଇଲେ । ଅର୍ଥାତ ସେ ଯମଲୋକର ରାଜା ହୋଇଗଲେ ଏବଂ ସବୁ ନିୟମ ପରିବର୍ତ୍ତନ କଲେ । ସବୁ ନର୍କ ଭୋଗୁଥିବା ଆତ୍ମାକୁ ସ୍ଵର୍ଗ ପଠାଇଲେ ଏବଂ ଯମରାଜଙ୍କୁ ସେଠାକାର ଦ୍ୱାରପାଳ କରିଦେଲେ । ଏହାଦେଖି ଅନ୍ୟ ସବୁ ଦେବତା ଦୁଃଖୀ ହୋଇ ଭଗବାନ ବିଷ୍ଣୁଙ୍କ ନିକଟରେ ପହଞ୍ଚିଲେ । ଏସବୁ ଶୁଣି ଭଗବାନ ବିଷ୍ଣୁ ନିଜେ ଯମଲୋକ ଆସି ସବୁକଥା ବୁଝିଲେ ।

ଯେତେବେଳେ ଯମରାଜଙ୍କୁ ଦ୍ୱାରପାଳ ଭାବରେ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇ ସବୁ ଘଟଣା ପଚାରିଲେ । ଯମରାଜ ସେହି କାଗଜରେ ଦସ୍ତଖତ ଦେଖି ଏବଂ ସେଥିରେ ଲେଖା ଯାଇଥିବା ଆଦେଶ ଦେଖି ସେଟଙ୍କୁ ସିଂହାସନରେ ବସାଇ ଥିଲେ । ଭଗବାନ ବିଷ୍ଣୁଙ୍କୁ ଦେଖି ସେଟ ସିଂହାସନରୁ ଉଠି ପଡ଼ି କ୍ଷମା ପ୍ରାର୍ଥନା କଲେ ଏବଂ ନିଜ କୁକୁର ସମେତ ଅନ୍ୟ ଆତ୍ମା ମାନଙ୍କୁ ସଦ୍ଗତି ପାଇଁ ଏଭଳି କରିଥିବା କହିଲେ । ଯାହା ଶୁଣି ଭଗବାନ ବିଷ୍ଣୁ ମଧ୍ୟ କ୍ଷମା କରିଦେଲେ । ଏହାପରେ ଯମରାଜ ବୁଝିଗଲେ ଯେ ମନୁଷ୍ୟ ଖୁବ ଚାଲାକ ଏବଂ କପଟୀ ହୋଇଥାଏ । ନିଜ ସ୍ୱାର୍ଥ ପାଇଁ ସେ ନିଜ ଲୋକର ମଧ୍ୟ ବଳି ପକାଇ ଦେଇଥାଏ । ସେଥିପାଇଁ ହିଁ ଜୀବିତ ମନୁଷ୍ୟକୁ ଯମରାଜକୁ ଅଣାଯାଏ ନାହିଁ । ଯେତେବେଳେ ମନୁଷ୍ୟର ମୃତ୍ୟୁ ହୋଇଯାଏ ଏବଂ ସେ ନିଜର ସବୁ ଖରାପ ସ୍ୱଭାବକୁ ଦୂର କରେ ସେତେବେଳେ ହିଁ ସେ ଯମଲୋକକୁ ଆସିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *