Excuse Me Odisha

ଯାହା କହିବୁ ସତ କହିବୁ

ଦୀପ ବତୀ ପୁରା ଜଳିଯିବା କିମ୍ବା ଅଧା ଜଳିବା ଦେଇଥାଏ ଏଭଳି ସଙ୍କେତ । ନିଶ୍ଚୟ ଜାଣି ରଖନ୍ତୁ କିଛି ଏଭଳି ସଙ୍କେତ ।

ସେୟାର୍ କରନ୍ତୁ

ପ୍ରାଚୀନ ଯୁଗରୁ ହିଁ ଦୀପ ସହିତ ଜଡ଼ିତ ଅନେକ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ଏବେ ସୁଦ୍ଧାବି ଲୋକଙ୍କୁ ଦର୍ଶା ଯାଉଛି । ଦୀପ ଜାଳିବା ଠାରୁ ମିଳୁଥିବା କିଛି ସଙ୍କେତ ଯାହାକି ଶୁଭ କିମ୍ବା ଅଶୁଭ ହୋଇଥାଏ ତାହା ମଧ୍ୟ ଜାଣିହୁଏ । ଶାସ୍ତ୍ରରେ ଦୀପ ଜାଳିବାର ମହତ୍ତ୍ୱ ଏବଂ କେଉଁ ପରିପ୍ରେକ୍ଷୀରେ ଦୀପ ଜଳାଯାଏ ସେହି ବିଷୟରେ କୁହାଯାଇଛି । ଦୀପ ଜାଳିବା ଦ୍ୱାରା ତାହା ଅନ୍ଧକାର ରୁ ଆଲୋକ ଦିଗରେ ନେଇଥାଏ ଏବଂ ଦାରିଦ୍ର୍ୟତା ଦୂର କରିଥାଏ । କିନ୍ତୁ ଏହି ସମୟରେ କିଛି ଲୋକ ନିୟମ ପାଳନ କରନ୍ତି ନାହିଁ । ଘରେ ଦୀପ ଜାଳିଲେ ଘରୁ ନକରାତ୍ମକତା ନଷ୍ଟ ହୋଇଯାଏ ଏବଂ କଳହ କ୍ଳେଶ ଦୂର ହୋଇ ଘରେ ଶାନ୍ତି ସ୍ଥାପିତ ହୋଇଥାଏ ।

ସନ୍ଧ୍ୟା ସମୟରେ ଘରର ମନ୍ଦିରରେ ଦୀପ ଜାଳିଲେ ଘରର ନକରାତ୍ମକ ଶକ୍ତି ଦୂର ହୋଇଯାଏ । ସନ୍ଧ୍ୟା ସମୟରେ ଘରେ ଦୀପ ନଜାଳିଲେ ପରିବାରର ମୁଖ୍ୟ ସଦସ୍ୟଙ୍କ ସଫଳତାରେ ବାଧା ସୃଷ୍ଟି ହୋଇଥାଏ । ଏହାବ୍ୟତୀତ ନାନା ପ୍ରକାରର କରଜ ସମସ୍ୟା ସୃଷ୍ଟି ହୋଇଥାଏ । ଦୀପ ଜାଳିଲେ ଘରର ବାସ୍ତୁ ଦୋଷ ମଧ୍ୟ ଠିକ ରହେ । ଦେବଦେବୀଙ୍କ ମୂର୍ତ୍ତି ସାମ୍ନାରେ ଦୀପ ଜାଳିଲେ ସକାରାତ୍ମକ ପ୍ରକାଶ ଦେବଦେବୀଙ୍କ ମୂର୍ତ୍ତିରୁ ପ୍ରତିଫଳିତ ହୋଇ ପୁରା ଏରିଆରେ ବିସ୍ତାରିତ ହୋଇଯାଏ । ଯେଉଁ କାରଣରୁ ରୋଗ ଦୂର ହୋଇଥାଏ ଏବଂ ଦେବଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ସକାଳ ୫ ରୁ ୧୦ ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ୫ ରୁ ୧୦ ପର୍ଯ୍ୟନ୍ତ ଦୀପ ଜାଳିବାର ଉପଯୁକ୍ତ ସମୟ ଅଟେ । ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଦୀପ ଜାଳିଲେ ନକରାତ୍ମକ ଶକ୍ତି ନଷ୍ଟ ହୁଏ । ଦୀପ ଜାଳିବା ସମୟରେ ଦୀପ ବତୀ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ଘିଅ ଦୀପ ପ୍ରଜ୍ଜ୍ଵଳିତ କରୁଥିଲେ ଧଳା ବତୀ ଏବଂ ତେଲ ଦୀପ ପ୍ରଜ୍ଜ୍ଵଳିତ କରୁଥିଲେ ନାଲି ବତୀ ବ୍ୟବହାର କରନ୍ତୁ । ସନ୍ଧ୍ୟା ସମୟରେ ଘରର ମୁଖ୍ୟଦ୍ୱାରରେ ଏକ ଦୀପ ଜାଳିଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଘରେ ଅଧିକ ଖର୍ଚ୍ଚ ହେଉଥିଲେ ଉତ୍ତର ଦିଗରେ ପାଣି ପାତ୍ର ମଧ୍ୟରେ ଏକ ଦୀପ ଜଳାନ୍ତୁ ।

ପୂର୍ବ ଦିଗକୁ ମୁଖ କରି ଦୀପ ଜାଳିଲେ ଆରୋଗ୍ୟ ଏବଂ ଦୀର୍ଘ ଆୟୁଷ ପ୍ରାପ୍ତ ହୋଇଥାଏ ଏବଂ ଏହି ସମୟରେ ଦୀପର ଲୋ ବୃଦ୍ଧି ହେବା ଶୁଭ ସଙ୍କେତ ଅଟେ । ଦୀପ ହଠାତ ଲିଭିଗଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ । ଦୀପ ଜାଳିବା ସମୟରେ “ଶୁଭମ କରୋତି କଲ୍ୟାଣମ , ଆରୋଗ୍ୟ ଧନ ସମ୍ପଦାମ , ଶତ୍ରୁ ବୁଦ୍ଧି ବିନାଶାୟ , ଦୀପଙ୍ଗ ଜ୍ୟୋତି ନମସ୍ତୁତେ ” ଏହି ମନ୍ତ୍ରର ଜପ କରନ୍ତୁ । ପଶ୍ଚିମ ଦିଗକୁ ମୁଖ କଲେ ମାନସିକ ଚିନ୍ତାରୁ ମୁକ୍ତି ମିଳିଥାଏ ଏବଂ ହଠାତ ଶିଖା ବଢିଲେ ମାନସିକ ଚିନ୍ତା କମ ହେବାର ସଙ୍କେତ ମିଳିଥାଏ । ଉତ୍ତର ଦିଗକୁ ମୁଖ କରି ଦୀପ ଜାଳିଲେ ଧନ ସମ୍ପତ୍ତି ପ୍ରାପ୍ତ ହୋଇଥାଏ ଏବଂ ଯଦି ଏହା ଶେଷ ପର୍ଯ୍ୟନ୍ତ ଜଳେ ତେବେ ବ୍ୟାପାରରେ ଲାଭ ହେଇଥାଏ ।

ଦକ୍ଷିଣ ଦିଗ ମୃତ୍ୟୁର ଦିଗ ହୋଇଥାଏ ତେଣୁ ଏହି ଦିଗକୁ ଦୀପର ମୁଖ ରଖନ୍ତୁ ନାହିଁ । ସାଧନା ଏବଂ ସିଦ୍ଧ ପାଇଁ ଅଟାର ଦୀପ ଜାଳନ୍ତୁ । ଆର୍ଥିକ ସମସ୍ୟା ଥିଲେ ଗାଈ ଘିଅରେ ଦୀପ ଜାଳିବାର ମାନ୍ୟତା ରହିଛି । ପ୍ରତ୍ୟେକ ଦିନ ମାତା ଲକ୍ଷ୍ମୀଙ୍କ ସମ୍ନାରେଳ ଚଉମୁଖୀ ଦୀପ ଜାଳିଲେ ଘରେ ଧନର ଅଭାବ ରହେନାହିଁ । ରାଶିରେଳ ସୂର୍ଯ୍ୟର ସ୍ଥିତି ଠିକ ନଥିଲେ ଏବଂ ସତ୍ରୀପ ଉପରେ ବିଜୟ ଚାହୁଁଥିଲେ ସୋରିଷ ତେଲରେ ଦୀପ ଜଳାନ୍ତୁ । ଶନି ଦୋଷାରୁ ମୁକ୍ତି ପାଇଲା ତିଳ ଟେଲରେଳ ଦୀପ ଜାଳିବା ଉଚିତ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *