ନୂଆବର୍ଷ ୨୦୨୪ ଜାନୁଆରୀ ୧ ରେ କିଣି ନିଅନ୍ତୁ ଏହି ଜିନିଷ । ଘରକୁ ଆସିବ ଅପାର ଟଙ୍କା ।
ନୂଆବର୍ଷ ପ୍ରାୟତଃ ସମସ୍ତଙ୍କ ପାଇଁ ନୂଆ ଅବସର ଏବଂ ନୂଆ ଯୋଗ ନେଇ ଆସିଥାଏ । କିନ୍ତୁ କେବଳ ଯଦି ଆପଣ କିଛି ଛୋଟ ଛୋଟ ଜିନିଷ ନୂଆବର୍ଷର ପୂର୍ବ ଦିନ ନିଜ ଘରକୁ ନେଇ ଆସନ୍ତି ତେବେ ପୁରା ବର୍ଷଟି ବେଶ ଭଲରେ କଟିବ । ଏହାବ୍ୟତୀତ ଆପଣଙ୍କ ଭାଗ୍ୟ ମଧ୍ୟ ବଦଳି ଯିବ । ପ୍ରାୟତଃ ସବୁ ଲୋକଙ୍କର ଧନ ପ୍ରାପ୍ତିର ଇଚ୍ଛା ରହିଥାଏ । କିନ୍ତୁ ଏଥିପାଇଁ ଖାଲି ନବସି କିଛି ଉଦ୍ୟମ ଏବଂ ପ୍ରଚେଷ୍ଟା କରିବାକୁ ପଡ଼ିଥାଏ । ଏହିଦିନ ମାତା ଲକ୍ଷ୍ମୀଙ୍କୁ ଆବାହନ କରିବା ପାଇଁ ଆପଣ କିଛି ଉପାୟ କରି ପାରିବେ । ତେବେ ଚାଲନ୍ତୁ ସେହିସବୁ ବସ୍ତୁ ବିଷୟରେ ଜାଣିନେବା ।
୧ . ରୁପାର ହାତୀ:-
ଘରକୁ ରୁପାର କିମ୍ବା ତମ୍ବାର ଏକ ଛୋଟ ହାତୀ ନେଇ ଆସନ୍ତୁ । ଏହାଦ୍ବାରା ଘର ଉପରେ ଥିବା ରାହୁ କେତୁ ଦୋଷ ଦୂର ହୋଇଯିବ । ଏହାଦ୍ବାରା ଚାକିରୀ ଏବଂ ବ୍ୟାପାରରେ ଉନ୍ନତି ମଧ୍ୟ ହୋଇଥାଏ । ଏହାକୁ ଘରର ଉତ୍ତର ଦିଗରେ ରଖିଲେ ସୁଖ ଶାନ୍ତି ଆସିବା ସହିତ ସବୁ ପ୍ରକାରର ବାଧା ମଧ୍ୟ ଦୂର ହୋଇଯିବ । ଏହାକୁ ଘରେ ରଖିଲେ ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ ।
୨ . ଧାତବ କଇଁଛ:-
କଇଁଛକୁ ଭଗବାନ ବିଷ୍ଣୁଙ୍କ ସ୍ୱରୂପ କୁହାଯାଏ କାରଣ ସମୁଦ୍ର ମନ୍ଥନ ସମୟରେ ମଦ୍ରାଞ୍ଚଳ ପର୍ବତ ତଳେ ଭଗବାନ ବିଷ୍ଣୁ କଇଁଛ ରୂପ ଧାରଣ କରି ନିଜ ପିଠି ଉପରେ ପର୍ବତକୁ ରଖିଥିଲେ । ଏହାକୁ ନୂଆବର୍ଷ ପୂର୍ବ ଦିନ ଘରକୁ ଆଣି ରଖିଲେ ଘରେ ସ୍ଥିରତାର ବାତାବରଣ ରହିଥାଏ । ଏହାକୁ ଆଣି ଘରର ଉତ୍ତର ପୂର୍ବ କୋଣରେ ଏକ ଥାଳିରେ ଜଳ ଭରି ସେଥିରେ ରଖି ଦିଅନ୍ତୁ ।
୩ . ଲାଫିଙ୍ଗ ବୁଦ୍ଧ:-
ଏହି ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ମାନାଯାଏ ଯାହାକୁ ଅନେକ ପୂର୍ବ କାଳରୁ ହିଁ ରଖାଯାଇ ଆସୁଛି । ସୁଖ ପ୍ରଚୁରତା ଏବଂ ସମୃଦ୍ଧି ସହିତ ତୁଳନା କରାଯାଏ । ଏହାକୁ ଘରେ ରଖିଲେ ସକାରାତ୍ମକ ଶକ୍ତି ଆସିଥାଏ । ଏହାକୁ ନୂଆବର୍ଷର ପୂର୍ବ ଦିନ ଆଣି ଘରର ଉତ୍ତର ପୂର୍ବରେ ସ୍ଥାପିତ କରି ଦିଅନ୍ତୁ । ଏହାଦ୍ବାରା ଘରେ କୌଣସି ଅଭାବ ରହିବ ନାହିଁ ।
୪ . ସ୍ୱସ୍ତିକ ଚିହ୍ନ:-
ସନାତନ ଧର୍ମରେ ଏହି ଚିହ୍ନର ମହତ୍ତ୍ୱ ସବୁଠାରୁ ଅଧିକ ରହିଛି । ଯଦି ଆପଣ ରୁପାର ସ୍ୱସ୍ତିକ ଚିହ୍ନ ଘରେ ଆଣି ରଖନ୍ତି ତେବେ ଏହା ଆପଣଙ୍କ ମନସ୍କାମନାକୁ ପୂରଣ କରିବ । ଏହାକୁ କେବେ ଓଲଟା ନରଖି ଏକ ଥାଳିରେ ସର୍ବଦା ସିଧା ରଖନ୍ତୁ । ବେକରେ ଧାରଣ କରିବାକୁ ଚାହୁଁଥିଲେ ଗୋଲାକାର ଘେର ଥିବା ସ୍ୱସ୍ତିକ ଚିହ୍ନ ଆଣି ଧାରଣ କରନ୍ତୁ । ଖୋଲା ସ୍ୱସ୍ତିକ ଆଣି ଭୁଲରେବି ଧାରଣ କରନ୍ତୁ ନାହିଁ ।
୫ . ମୟୁର ପର:-
ମୟୁର ପର ଭଗବାନ ଶ୍ରୀକୃଷ୍ଣଙ୍କ ମୁକୁଟ ସମେତ ଘରେ ମଧ୍ୟ ଲଗାଯାଇ ପାରିବ । ଏହାର ଅନେକ ଲାଭ ରହିଛି । ଘରେ ଏହାକୁ ନୂଆବର୍ଷ ପୂର୍ବ ଦିନ ଆଣି ସ୍ଥାପିତ କଲେ ଘରକୁ ନକରାତ୍ମକ ଶକ୍ତିର ଆଗମନ ହେବ ନାହିଁ । ଯଦି ଆପଣ ଏହାକୁ ଆଣି ଘରର ଦକ୍ଷିଣ ଦିଗରେ ଥିବା ସିନ୍ଧୁକରେ ସ୍ଥାପିତ କରନ୍ତି ତେବେ ଧନ ସମ୍ବନ୍ଧୀୟ ସମସ୍ୟା ହେବ ନାହିଁ । ରାହୁ କେତୁ ଦୋଷ ଦୂର କରିବାକୁ ଚାହୁଁଥିଲେ ପୂର୍ବ କିମ୍ବା ପଶ୍ଚିମ ଦିଗରେ ଲଗାଇ ପାରିବେ ।
୬ . ଗୋମତି ଚକ୍ର:-
ଏହି ଚକ୍ର ଅତ୍ୟନ୍ତ ପବିତ୍ର ଅଟେ ଏବଂ ଏହାକୁ ଘରେ ଆଣି ସ୍ଥାପିତ କରିବା ଉଚିତ । ଏହା ଗୋମତି ନଦୀରେ ମିଳିଥାଏ ଏବଂ ଏହାକୁ ସ୍ବୟଂ ଭଗବାନ ବିଷ୍ଣୁ ଅସ୍ତ୍ର ଆକାରରେ ବ୍ୟବହାର କରିଥିଲେ । ଏହାକୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଏ । ଯେଉଁ ଘରେ ଏହା ରଖାଯାଏ ସେହି ଘର ଉପରେ ଶତ୍ରୁ କୌଣସି କ୍ଷତି କିମ୍ବା ପ୍ରଭାବ ପକାଇ ପାରେ ନାହିଁ । ଏହାକୁ ଆଣି କୌଣସି ଡବାରେ ସିନ୍ଦୁର ରଖି ତାହା ଭିତରେ ରଖି ଦିଅନ୍ତୁ ଏବଂ ହଳଦିଆ କପଡ଼ାରେ ଗୁଡ଼ାଇ ସିନ୍ଧୁକ ଭିତରେ ରଖି ଦିଅନ୍ତୁ ।
୭ . ନଡ଼ିଆ:-
ଏହାକୁ ଶ୍ରୀଫଳ କୁହାଯାଏ ଏବଂ ଏହାକୁ ଅତ୍ୟନ୍ତ ପବିତ୍ର ମାନାଯାଏ । ଲଘୁ ନଡ଼ିଆ ଯାହା ସାମାନ୍ୟ ନଡ଼ିଆ ଠାରୁ ଛୋଟ ଏବଂ ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ନୂଆବର୍ଷ ପୂର୍ବ ଦିନ ଆଣି ନାଲି କପଡ଼ାରେ ଗୁଡ଼ାଇ ଆଗାମୀ ଦୀପବଳୀ ପର୍ଯ୍ୟନ୍ତ ସାଇତି ରଖନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ଦୀର୍ଘ ଦିନ ପର୍ଯ୍ୟନ୍ତ ଆପଣଙ୍କ ଘରେ ବାସ କରିବେ ।