Excuse Me Odisha

ଯାହା କହିବୁ ସତ କହିବୁ

କୌଣସି ପରିସ୍ଥିତିରେବି ଜାନୁଆରୀ ୧ ରେ କରି ଦିଅନ୍ତୁ ଏହି କାମ । ଆକର୍ଷିତ ହୋଇ ଆସିବ ଧନ ସମ୍ପତ୍ତି ।

ସେୟାର୍ କରନ୍ତୁ

ଆଜି ଆମେ ଆପଣଙ୍କୁ କହିବୁ ଯେ ନୂଆବର୍ଷ ଦିନ କେଉଁ ସବୁ ଗଛକୁ ଛୁଇଁଲେ ଦାରିଦ୍ର୍ୟତା ଦୂର ହୋଇଯିବ । ହିନ୍ଦୁ ଧର୍ମରେ ବୃକ୍ଷଲତାକୁ ଦେବଦେବୀଙ୍କ ସ୍ୱରୂପ ମାନା ଯାଏ ଏବଂ ଏହାକୁ ଆୟୁର୍ବେଦରେ ମଧ୍ୟ ବ୍ୟବହାର କରାଯାଏ । ସ୍ବୟଂ ଭଗବାନ ବିଷ୍ଣୁ ଅଶ୍ୱତ୍ଥ ଗଛକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଏହି ଗଛରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ବାସ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ ନୂଆ ବର୍ଷର ଆରମ୍ଭ ଦିନ ଅର୍ଥାତ ଜାନୁଆରୀ ୧ ରେ କେଉଁ କାମ କରିବା ଜରୁରୀ ଅଟେ । ଆଜି ଆମେ କିଛି ଗଛ ବିଷୟରେ କହିବୁ ଯାହାକୁ ନୂଆବର୍ଷରେ ସନ୍ଧ୍ୟା ସମୟରେ ଛୁଇଁ କର୍ପୂର ଏବଂ ଲବଙ୍ଗ ଅର୍ପିତ କରି ଆସିବାର ଅଛି । ନୂଆବର୍ଷରେ ସେହି ସବୁ ବୃକ୍ଷକୁ ଛୁଇଁବା ଦ୍ୱାରା ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯିବ ।

ପାରିଜାତ ଗଛ:-

ସମୁଦ୍ର ମନ୍ଥନ ସମୟରେ ପାରିଜାତ ଗଛର ମଧ୍ୟ ଆବିର୍ଭାବ ହୋଇଥିଲା ଏବଂ ଏହାକୁ ଇନ୍ଦ୍ରଙ୍କର ସ୍ଵର୍ଗରେ ନନ୍ଦନ ବନରେ ସ୍ଥାପିତ କରାଯାଇଥିଲା । ଏହାକୁ ଭଗବାନ ଶ୍ରୀକୃଷ୍ଣ ଏହାକୁ ମାନବ ଜାତିର କଲ୍ୟାଣ ପାଇଁ ପୃଥିବୀକୁ ଆଣିଥିଲେ । ଏହାକୁ ଛୁଇଁବା ମାତ୍ରେ ମନୁଷ୍ୟର ଭାଗ୍ୟ ବଦଳି ଯାଏ । ନୂଆବର୍ଷ ଦିନ ଏହି ଗଛ ନିକଟକୁ ଯାଇ ସ୍ପର୍ଶ କରି ପ୍ରଥମେ ଘିଅ କିମ୍ବା ତେଲ ଦୀପ ଜାଳି ଏକ କର୍ପୂର ଏବଂ ଲବଙ୍ଗ ରଖିଲେ ନିଜର ମନସ୍କାମନା ପୂରଣ ହୋଇଯିବ । ପରେ ଲହୁଣୀର ଭୋଗ ଲଗାଇ ଲବଙ୍ଗ ଏବଂ କର୍ପୂରକୁ ଜଳାଇ ଦିଅନ୍ତୁ । ନୂଆବର୍ଷରେ କିଛି ବିଶେଷ ଲାଭ ପାଇବାକୁ ଚାହୁଁଥିଲେ ଏହି ଗଛକୁ ନିଶ୍ଚୟ ସ୍ପର୍ଶ କରି ଆସନ୍ତୁ ।

୨ . ଗୁଲର ବୃକ୍ଷ:-

ଏହି ବୃକ୍ଷ ମଧ୍ୟ ଅତ୍ୟନ୍ତ ଚମତ୍କାରୀ ଅଟେ । ଏହି ଗଛକୁ ନୃସିଂହ ଦେବଙ୍କ ଆଶୀର୍ବାଦ ପ୍ରାପ୍ତ ଅଛି । ନୂଆ ବର୍ଷ ଦିନ ଏହି ଗଛ ନିକଟକୁ ଯାଇ ଘିଅ ଦୀପ କିମ୍ବା ସୋରିଷ ତେଲ ଦୀପ ଜାଳି ଦିଅନ୍ତୁ । ଏହାପରେ ନଜର ମାନସ୍କାମନା ଏବଂ ସମସ୍ୟା ବିଷୟରେ କହି ପ୍ରାର୍ଥନା କଲେ ସବୁ ସମସ୍ୟା ଦୂର ହୋଇଯିବ । ଯଦି ଏହିଦିନ ବ୍ୟକ୍ତି ଗୁଲର ଫଳ ପାଞ୍ଚଟି ଆଣି ନାଲି କପଡ଼ାରେ ବାନ୍ଧି ସିନ୍ଧୁକରେ ରଖିଲେ କେବେବି ଧନର ଅଭାବ ହୁଏନାହିଁ । ଏହି ଗଛକୁ ସ୍ୱୟଂ ମାତା ଲକ୍ଷ୍ମୀଙ୍କ ସ୍ୱରୂପ କୁହାଯାଏ ।

୩ . ବେଲ ଗଛ:-

ବେଲ ବୃକ୍ଷ ମାତା ପାର୍ବତୀଙ୍କ ସ୍ୱରୂପ ହୋଇଥାଏ । ଏହି ଗଛର ପତ୍ରରେ ମହାଦେବ , ଡାଳରେ ମାତା ପାର୍ବତୀ , ମୂଳରେ ଭଗବାନ ବ୍ରହ୍ମା ଏବଂ ମଧ୍ୟ ଭାବରେ ଭଗବାନ ବିଷ୍ଣୁ ବାସ କରନ୍ତି । ନୂଆବର୍ଷ ଦିନ ସନ୍ଧ୍ୟା ସମୟରେ ବେଲ ଗଛ ମୂଳରେ ଏକ ଘିଅ ଦୀପ ଜାଳିଦେଲେ ଧନ , ଗୁଣ ଏବଂ ଭଗବାନ ଶିବଙ୍କ ଅଶେଷ କୃପା ପ୍ରାପ୍ତ ହୋଇଥାଏ । ଏହି ଗଛକୁ ସ୍ପର୍ଶ କରିବା ଦ୍ୱାରା ସବୁ ପାପ ନଷ୍ଟ ହୋଇଯାଏ । ନୂଆବର୍ଷରେ ଏହି ଗଛରେ ଲହୁଣୀର ଭୋଗ ଲଗାଇ କର୍ପୂର ଏବଂ ଲବଙ୍ଗ ଜଳାଇଲେ ଭାଗ୍ୟ ବଦଳି ଯିବ । ଆପଣଙ୍କର ଶନି ରାହୁ ଦୋଷା ଥିଲେ ଏହି ଗଛକୁ ସ୍ପର୍ଶ ମାତ୍ରକେ ଦୂର ହୋଇଯିବ । ଶାସ୍ତ୍ର ଅନୁଯାୟୀ ନୂଆବର୍ଷ ଦିନ ମିଶ୍ରୀ ସହିତ କ୍ଷୀର ମିଶାଇ ବେଲ ବୃକ୍ଷ ମୂଳରେ ଢ଼ାଳିଲେ ବ୍ୟକ୍ତି ଗରିବ ହୁଅନ୍ତି ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *