Excuse Me Odisha

ଯାହା କହିବୁ ସତ କହିବୁ

୨୦୨୪ ଜାନୁଆରୀ ୧ ନୂଆବର୍ଷ , ଏହି ଗଛକୁ ଛୁଇଁ ଆସିଲେ ପୁରା ବର୍ଷ ବର୍ଷିବ ଧନ ।

ସେୟାର୍ କରନ୍ତୁ

ନୂଆବର୍ଷରେ ଯଦି ଆପଣ ତିନୋଟି ଗଛ ମଧ୍ୟରୁ କୌଣସି ଗୋଟିଏ ଗଛକୁ ଛୁଇଁ ଦିଅନ୍ତି ତେବେ ଆପଣ ଗରୀବରୁ ଧନୀ ହୋଇଯିବେ । ହିନ୍ଦୁ ଧର୍ମରେ ବୃକ୍ଷଲତାଙ୍କୁ ଭଗବାନ ଭାବରେ ପୂଜା କରାଯାଏ । ଭଗବାନ ଶ୍ରୀକୃଷ୍ଣ ନିଜେ ହିଁ ଏହି ବୃକ୍ଷଲତା ମାନଙ୍କର ମହତ୍ତ୍ୱ ବିଷୟରେ କହିଛନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଗଛ ହେଉଛି ଅଶ୍ୱତ୍ଥ ଗଛ ଯେଉଁଥିରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ବାସ କରନ୍ତି । ଏହିଭଳି ତିନୋଟି ଗଛ ମଧ୍ୟ ରହିଛି ଯାହାକୁ ନୂଆବର୍ଷ ଦିନ ସନ୍ଧ୍ୟା ସମୟରେ ଛୁଇଁ ଭୋଗ ଲଗାଇଲେ ଭାଗ୍ୟ ବଦଳି ଯାଏ । ତେବେ ଚାଲନ୍ତୁ ଜାଣିନେବା ସେହି ଗଛ ଗୁଡ଼ିକ ବିଷୟରେ ।

୧ . ପାରିଜାତ ଗଛ:-

ଏହି ଗଛ ସମୁଦ୍ର ମନ୍ଥନ ସମୟରେ ମିଳିଥିଲା ଏବଂ ଏହାକୁ ଇନ୍ଦ୍ରଙ୍କର ସ୍ଵର୍ଗରେ ନନ୍ଦନ ବନରେ ସ୍ଥାପିତ କରାଯାଇଥିଲା । ଏହାକୁ ଭଗବାନ ଶ୍ରୀକୃଷ୍ଣ ଏହାକୁ ମାନବ ଜାତିର କଲ୍ୟାଣ ପାଇଁ ପୃଥିବୀକୁ ଆଣିଥିଲେ । ଏହାକୁ ଛୁଇଁବା ମାତ୍ରେ ମନୁଷ୍ୟର ଭାଗ୍ୟ ବଦଳି ଯାଏ । ତେବେ ନୂଆବର୍ଷ ଦିନ ଏହି ଗଛ ନିକଟକୁ ଯାଇ ସ୍ପର୍ଶ କରି ପ୍ରଥମେ ଘିଅ କିମ୍ବା ତେଲ ଦୀପ ଜାଳି ଦିଅନ୍ତୁ । ଏହାପରେ ଏକ କର୍ପୂର ଏବଂ ଲବଙ୍ଗ ରଖି ନିଜର ମନସ୍କାମନା କହି ଦିଅନ୍ତୁ । ପରେ ଲହୁଣୀର ଭୋଗ ଲଗାଇ ଦିଅନ୍ତୁ । ଏହାପରେ ଲବଙ୍ଗ ଏବଂ କର୍ପୂରକୁ ଜଳାଇ ଦିଅନ୍ତୁ । ଏହି ଗଛକୁ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱରୂପ ମଧ୍ୟ କୁହାଯାଏ । ଏହାକୁ ଛୁଇଁବା ଦ୍ୱାରା କୌଣସି ପ୍ରକାରର ନଜର କିମ୍ବା ଅଭିଶାପ ଦୂର ହୋଇଯାଏ ।

୨ . ବେଲ ବୃକ୍ଷ:-

ଏହି ବୃକ୍ଷ ମାତା ପାର୍ବତୀଙ୍କ ସ୍ୱରୂପ ହୋଇଥାଏ । ଏହି ଗଛର ପତ୍ରରେ ମହାଦେବ , ଡାଳରେ ମାତା ପାର୍ବତୀ , ମୂଳରେ ଭଗବାନ ବ୍ରହ୍ମା ଏବଂ ମଧ୍ୟ ଭାବରେ ଭଗବାନ ବିଷ୍ଣୁ ବାସ କରନ୍ତି । ନୂଆବର୍ଷ ଦିନ ସନ୍ଧ୍ୟା ସମୟରେ ବେଲ ଗଛ ମୂଳରେ ଏକ ଘିଅ ଦୀପ ଜାଳିଦେଲେ ଧନ , ଗୁଣ ଏବଂ ଭଗବାନ ଶିବଙ୍କ ଅଶେଷ କୃପା ପ୍ରାପ୍ତ ହୋଇଥାଏ । ଏହି ଗଛକୁ ସ୍ପର୍ଶ କରିବା ଦ୍ୱାରା ସବୁ ପାପ ନଷ୍ଟ ହୋଇଯାଏ । ଏହାପରେ ଏହି ଗଛରେ ଲହୁଣୀର ଭୋଗ ଲଗାନ୍ତୁ । ଯଦି ଆପଣ ଏହି ଗଛକୁ ଛୁଇଁ ନିଜର ମନସ୍କାମନା କହି କର୍ପୂର ଏବଂ ଲବଙ୍ଗ ଜଳାଇ ଦିଅନ୍ତି ତେବେ ଆପଣଙ୍କ ଭାଗ୍ୟ ବଦଳି ଯିବ । ଏହାପରେ ଦୁଦୁରା ଫଳ ଏବଂ ଫୁଲ ମଧ୍ୟ ଅର୍ପିତ କରି ପାରିବେ । ଯଦି ଆପଣଙ୍କର ଶନି ରାହୁ ଦୋଷା ଅଛି ତେବେ ତାହା ମଧ୍ୟ ଦୂର ହୋଇଯିବ । ଶାସ୍ତ୍ରରେ କୁହାଯାଇଛି ଯେ ନୂଆବର୍ଷ ଦିନ ମିଶ୍ରୀ ସହିତ କ୍ଷୀର ମିଶାଇ ବେଲ ବୃକ୍ଷ ମୂଳରେ ଢ଼ାଳି ଦିଅନ୍ତୁ । ଏଭଳି କରୁଥିବା ବ୍ୟକ୍ତି କେବେ ଗରିବ ହୁଅନ୍ତି ନାହିଁ ।

୩ . ନିମ ଗଛ:-

ଏହି ଗଛରେ ମଧ୍ୟ ଆପଣ ସମାନ ଉପାୟ କରି ପାରିବେ । ଏହି ଗଛରେ ସ୍ବୟଂ ମାତା ଲକ୍ଷ୍ମୀ ବାସ କରନ୍ତି ଏବଂ ସମସ୍ତ ଦୈବୀ ଶକ୍ତି ବାସ କରନ୍ତି । ନୂଆବର୍ଷ ଦିନ ରାତିରେ ଶୋଇବା ପୂର୍ବରୁ ଏକ ତମ୍ବା ପାତ୍ରରେ କ୍ଷୀର ନେଇ ନିମ ଗଛ ମୂଳରେ ଅଭିଷେକ କରି ଦିଅନ୍ତୁ । ଏହାପରେ ଯଦି ଆପଣ ପ୍ରାର୍ଥନା କରନ୍ତି ତେବେ ନିଶ୍ଚୟ ଗରୀବରୁ ଧନୀ ହୋଇଯିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *