Excuse Me Odisha

ଯାହା କହିବୁ ସତ କହିବୁ

ଜାନୁଆରୀ ୧ ନୂଆବର୍ଷ ଦିନ ଗୋମାତାଙ୍କୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ରୋଡ଼ପତିରୁ ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ଯଦି ଆପଣ ଆଗାମୀ ନୂଆବର୍ଷରେ କିଛି ଖାସ ଜିନିଷ ଗୋମାତାଙ୍କୁ ଖୁଆଇ ଦିଅନ୍ତି ତେବେ ଆପଣଙ୍କ ଜୀବନ ବଦଳି ଯିବ ଏବଂ ଅନ୍ନ ଧନର ଭଣ୍ଡାର ମଧ୍ୟ ପୁରିଯିବ ଏବଂ ଦାରିଦ୍ର୍ୟତା ମଧ୍ୟ ଦୂର ହୋଇଯିବ । ହିନ୍ଦୁ ଧର୍ମ ଅନୁଯାୟୀ ଯଦି ଗାଈର ସେବା ନିଃସ୍ୱାର୍ଥପର ଭାବରେ କରାଯାଏ ତେବେ ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ସନାତନ ଧର୍ମରେ ଗାଈକୁ କିଛି ଜିନିଷ ଖୁଆଇବାର ମାନ୍ୟତା ରହିଛି । ଯାହାଦ୍ୱାରା ମାତା ଲକ୍ଷ୍ମୀଙ୍କ ସମେତ ସବୁ ଦେବଦେବୀ ମଧ୍ୟ ପ୍ରସନ୍ନ ହୁଅନ୍ତି । କିନ୍ତୁ କିଛି ଜିନିଷ ଅଛି ଯାହାକୁ ଗାଈକୁ ଆଦୋୖ ଖୁଆଇବା ଉଚିତ ନୁହେଁ । ସାଧରଣତଃ ଘରର ପ୍ରଥମ ରୋଟି ଗାଈକୁ ପ୍ରତ୍ୟେକ ଦିନ ଖୁଆଇବା ଉଚିତ ।

ଗାଈକୁ ଗୁରୁ ଗ୍ରହ ସହିତ ତୁଳନା କରାଯାଉଥିବାରୁ ଗୁରୁବାର ଦିନ ରୋଟିରେ ଏକ ଚିମୁଟା ହଳଦୀ ମିଶାଇ ଖାଇବାକୁ ଦେଲେ ଗୁରୁ ଗ୍ରହ ମଜବୁତ ହୋଇଥାଏ । ମାନସିକ ଚିନ୍ତାରେ ପୀଡ଼ିତ ଥିଲେ ରୋଟିରେ ଗୁଡ଼ ମିଶାଇ ଗାଈକୁ ଖାଇବାକୁ ଦେଲେ ଚିନ୍ତା ସମସ୍ୟା ଦୂର ହୋଇଯାଏ । ଗାଈକୁ ବାସୀ ରୋଟି ଖୁଆଇବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ ରୁସ୍ଟ ହୁଅନ୍ତି ଏବଂ ଗୋମାତାଙ୍କ ଅପମାନ ମଧ୍ୟ ହୋଇଥାଏ । ଗାଈକୁ ପଚା ସଢ଼ା ଖାଦ୍ୟ ମଧ୍ୟ ଖୁଆଇଲେ ଘର ଉପରେ ସମସ୍ୟା ଆସିଥାଏ । ଗାଈର ପ୍ରିୟ ହୋଇଥାଏ ଅଶ୍ୱତ୍ଥ ପତ୍ର ଯାହାକୁ ଗାଈ ନିଜେ ଛିଡ଼ାଇ ଖାଇବା ଉଚିତ ।

ଗାଈକୁ କ୍ଷୀର ଖୁଆଇଲେ ଦାରିଦ୍ର୍ୟତା ଆସିଥାଏ । ଆପଣ ଦହି ଭାତ ଖୁଆଇ ପାରିବେ । ଅନେକ ୟୁନିର ଜନ୍ମ ପରେ ଆତ୍ମା ଗାଈ ରୂପରେ ବିଶ୍ରାମ କରିଥାଏ ଏବଂ ଆଗାମୀ ଯାତ୍ରା ମନୁଷ୍ୟ ରୂପରେ କରିଥାଏ । ଯଦି ଆପଣ କୌଣସି ସ୍ଥାନରେ ନୂଆ ଘର କରିବାକୁ ଯାଉଛନ୍ତି ତେବେ ସେହି ସ୍ଥାନରେ ପନ୍ଦର ଦିନ ପାଇଁ ଗାଈ ବାଛୁରୀ ବାନ୍ଧି ଦିଅନ୍ତୁ । ପନ୍ଦର ଦିନ ମଧ୍ୟରେ ସେହି ସ୍ଥାନ ସମ୍ପୂର୍ଣ୍ଣ ପବିତ୍ର ହୋଇଯିବ ଏବଂ ସେଠାରେ ଯଦି କୌଣସି ନକରାତ୍ମକ ଶକ୍ତି କିମ୍ବା ଅତୃପ୍ତ ଆତ୍ମା ଥିବ ତାହା ମଧ୍ୟ ଦୂରେଇ ଯିବ । କାରଣ ଗାଈ ସକାରାତ୍ମକତାର ପ୍ରତୀକ ଅଟେ । ଯଦି ଆପଣ ରାସ୍ତାରେ ଯାଉଥିବା ସମୟରେ ଗାଈ ଏବଂ ବାଛୁରୀକୁ ଏକାଠି ଦେଖନ୍ତି ତେବେ ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିଥାଏ ।

ଯଦି ଘର ପାଖରେ ଗାଈ ଘୁରି ବୁଲୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଘୃଣା ସମସ୍ୟା ବହୁତ ଜଲଦି ଦୂର ହୋଇଯିବ । ପଞ୍ଚଗବ୍ୟ ଏକାଧିକ ରୋଗର ନିରାକରଣ ହୋଇଥାଏ ଏବଂ ତାହା ପ୍ରତିରୋଧକ କ୍ଷମତାକୁ ବଢ଼ାଇଥାଏ । ଗାଈକୁ ରୋଟି ଦେଲେ ସୁଖ ସମୃଦ୍ଧି ଏବଂ ଧନରେ ଉନ୍ନତି ମଧ୍ୟ ହୋଇଥାଏ । ପ୍ରତିଦିନ ରୋଟି ଦେବା ସମ୍ଭବ ନହେଲେ ଗାଈ ନାମରେ ଅନ୍ୟ କୌଣସି ଗରିବକୁ ଖାଇବାକୁ ଦେଇ ଦିଅନ୍ତୁ । ଗାଈ ଅନେକ ସମୟରେ ଅଇଁଠା ଖାଇଥାଏ । ତାହାର କାରଣ ରାମାୟଣ ଯୁଗରୁ ଜଡ଼ିତ । ଗାଈ ମାତା ସୀତାଙ୍କ ଦ୍ଵାରା ସେହି ଯୁଗରେ ଅଭିଶପ୍ତ ହୋଇଥିଲା । ଯେଉଁ କାରଣରୁ ଏହି ଯୁଗରେ ଗାଈକୁ ଅଇଁଠା ଖାଇବାକୁ ପଡ଼ିଥାଏ । ଗୋମାତାଙ୍କ ଶରୀରରେ ୩୫ କୋଟି ଦେବଦେବୀ ଏବଂ ପିତୃଙ୍କ ବାସ ହୋଇଥାଏ । ତେଣୁ ଗାଈକୁ ଖାଇବାକୁ ଦେଲେ ପିତୃ ମଧ୍ୟ ପ୍ରସନ୍ନ ହୁଅନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *