Excuse Me Odisha

ଯାହା କହିବୁ ସତ କହିବୁ

F ନାମର ଲୋକଙ୍କ ସ୍ଵଭାବ ଏବଂ ବ୍ୟକ୍ତିତ୍ୱ ହୋଇଥାଏ ଏଭଳି । ଜାଣି ନିଅନ୍ତୁ ଭାବ , ଗୁଣ , ଅବଗୁଣ ଏବଂ ଖରାପ ସ୍ଵଭାବ ବିଷୟରେ । 

ସେୟାର୍ କରନ୍ତୁ

ପ୍ରତ୍ୟେକ ମନୁଷ୍ୟର ନାମ ସେହି ମଣିଷର ବିଶେଷତ୍ୱ ହୋଇଥାଏ । ମନୁଷ୍ୟର ନାମରୁ ସେହି ବ୍ୟକ୍ତିର ଭଲ ଗୁଣ ଏବଂ ଖରାପ ଗୁଣ ବିଷୟରେ ମଧ୍ୟ ଜଣା ପଡ଼ିଥାଏ । ସେହିଭଳି ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ F ନାମର ଲୋକଙ୍କର ବ୍ୟକ୍ତିତ୍ୱ ଏବଂ ସ୍ଵଭାବ ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିନେବା ।

ଏହି ଅକ୍ଷରର ନାମର ବ୍ୟକ୍ତିଙ୍କର ଶୁକ୍ର ପ୍ରଭାବିତ ହୋଇଥାନ୍ତି । ଏମାନଙ୍କ ମିଜାଜ ଦ୍ରୁତ ହୋଇଥାଏ । ଏମାନେ ଖୁବ ରୋମାଣ୍ଟିକ ହୋଇଥାନ୍ତି । ଏମାନେ ନିଜର ବ୍ୟକ୍ତିଗତ ଜୀବନ ଏବଂ ପ୍ରଫେସନାଲ ଜୀବନକୁ ଭିନ୍ନ ଭିନ୍ନ ନେଇ ଚାଲନ୍ତି । ଏମାନେ କେବେବି ମାନସିକ ଚିନ୍ତାକୁ ନିଜ ଉପରେ ପ୍ରଭାବୀ ହେବାକୁ ଦିଅନ୍ତି ନାହିଁ । ପ୍ରତ୍ୟେକ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ଅନୁଯାୟୀ ରାଶି ରହିଥାଏ । କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ନାମ ଅନୁଯାୟୀ ରାଶି ନଥିଲେ ମଧ୍ୟ ଯେଉଁ ରାଶି ଥାଏ ତାହାର ପ୍ରଭାବ ନିଶ୍ଚୟ ପଡ଼ିଥାଏ । ଏହାବ୍ୟତୀତ ସବୁ ଗ୍ରହ ଏବଂ ନକ୍ଷତ୍ର ଆମ ଜୀବନକୁ ପ୍ରଭାବିତ କରିଥାଏ । F ନାମର ଲୋକେ ଜୀବନରେ ଖୁବ ସିରିୟସ ହୋଇଥାନ୍ତି ।

ଏମାନେ ଏକୁଟିଆ ଜୀବନ ବିତାଇବାକୁ ପସନ୍ଦ କରନ୍ତି । ଏମାନେ ନିଜ ଲାଇଫକୁ ନେଇ ଖୁବ କନଫିଡେଣ୍ଟ ରହନ୍ତି । ଏମାନେ ପଇସା ମାମଲାରେ ଖୁବ କଂଜୋସ ହୋଇଥାନ୍ତି । ଏମାନଙ୍କ ଜୀବନରେ ପ୍ରେମର ଖୁବ ମହତ୍ତ୍ୱ ରହିଥାଏ । ଏମାନେ ଦେଖିବାକୁ ଖୁବ ଆକର୍ଷକ ହୋଇଥାନ୍ତି । ଯେଉଁ ଲୋକଙ୍କ ନାମ F ରୁ ଆରମ୍ଭ ହୋଇଥାଏ ସେମାନେ ନିଜର ଜୀବନସାଥୀଙ୍କୁ ଖୁବ ଭଲ ପାଆନ୍ତି । ଏମାନେ ପ୍ରେମ ପାଇଁ ଏତେ ସମର୍ପିତ ଯେ ଜୀବନ ନେଇ ପାରନ୍ତି କିମ୍ବା ଦେଇ ମଧ୍ୟ ପାରନ୍ତି । ଏମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନଙ୍କୁ ଜୀବନରେ ମାନ ସମ୍ମାନ ଯଶ ପ୍ରାପ୍ତ ହୋଇଥାଏ । ଏମାନେ ଖୁସି ମିଜାଜ ସ୍ୱଭାବର ହୋଇଥାନ୍ତି ।

ଏମାନଙ୍କ ବ୍ୟକ୍ତିତ୍ୱ ଆକର୍ଷକ ହୋଇଥାଏ ତେଣୁ ଏମାନେ ଜୀବନ ଏବଂ ସମ୍ପର୍କରେ ସନ୍ତୁଳନ ବଜାୟ ରଖି ଚାଲନ୍ତି । ଏମାନେ ଯେଉଁ ଲକ୍ଷକୁ ନିର୍ଦ୍ଧାରିତ କରନ୍ତି ତାହାକୁ ସେମାନେ ପୂରଣ କରନ୍ତି । ଏହି ଲୋକମାନେ ନିଜର କର୍ତ୍ତବ୍ୟ ସବୁବେଳେ ପାଳନ କରନ୍ତି । ଏମାନେ ଖୁବ ଭାବୁକ ଏବଂ ଆତ୍ମବିଶ୍ୱାସ ପୂର୍ଣ୍ଣ ହୋଇଥାନ୍ତି । ଏମାନଙ୍କ ଜୀବନ ଖୁବ ସନ୍ତୁଳିତ ହୋଇଥାନ୍ତି । ଏମାନେ ପ୍ରେମକୁ ଖୁବ ଗୁରୁତ୍ୱ ଦେଇଥାନ୍ତି । ଏମାନେ ରଚନାତ୍ମକ ଚିନ୍ତାଧାରା ରଖିଥାନ୍ତି । ଏମାନେ ଯାହା ପାଇବାକୁ ଚାହାଁନ୍ତି ସେମାନେ ତାହା ପାଇବାକୁ ସେମାନେ ଖୁବ ପରିଶ୍ରମ କରନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *