Excuse Me Odisha

ଯାହା କହିବୁ ସତ କହିବୁ

ମଣିଷ ଶରୀରର କେବଳ ଏହି ପାଞ୍ଚଟି ଜାଗାରେ କଳାଜାଇ ରହିଲେ ସେହି ବ୍ୟକ୍ତି ହୋଇଥାଏ ଭାଗ୍ୟବାନ । ଆପଣ ବି ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ସମୁଦ୍ର ଶାସ୍ତ୍ରରେ ବ୍ୟକ୍ତିର ପ୍ରତ୍ୟେକ ଅଙ୍ଗର ଗଠନ ଏବଂ ଗୁରୁତ୍ୱ ବିଷୟରେ ଅନେକ କିଛି ବର୍ଣ୍ଣନା କରାଯାଇଛି ଯାହା ବିଷୟରେ ପ୍ରାୟତଃ ଅଧିକାଂଶ ଲୋକ ଜାଣି ନଥିବେ । ପ୍ରାଚୀନ ଋଷିଙ୍କ ଅନୁଯାୟୀ ଜାତକରେ ଗ୍ରହ ମାନଙ୍କର ସ୍ଥିତି ଅନୁଯାୟୀ ହିଁ ପ୍ରତ୍ୟେକ ମନୁଷ୍ୟର ଶରୀରରେ କଳାଜାଇ ସୃଷ୍ଟି ହୋଇଥାଏ । ଆଉ ତାହା ଦ୍ୱାରା ହିଁ ସେହି ବ୍ୟକ୍ତିର ଭବିଷ୍ୟ ବିଷୟରରେ ମଧ୍ୟ ଜାଣିହୁଏ । ତେବେ ଚାଲନ୍ତୁ ଜାଣିନେବା ବ୍ୟକ୍ତିର ଶରୀରର ଭିନ୍ନ ଭିନ୍ନ ସ୍ଥାନରେ ଥିବା କଳାଜାଇ କେଉଁ ବିଷୟରେ କହିଥାଏ ।

୧ . କପାଳରେ କଳାଜାଇ:-

ମଥାରେ କଳାଜାଇ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ । ମଥାରେ ବାମ ପଟେ କଳାଜାଇ ଥିଲେ ଏହାର ଅର୍ଥ ଆପଣଙ୍କ ବୟସ ବୃଦ୍ଧି ସହିତ ଧନ ବୃଦ୍ଧି ହେବ । କିନ୍ତୁ ଡାହାଣ ପଟେ କଳାଜାଇ ଥିଲେ ଆପଣ କୃପଣ ହେବେ । ଆପଣ ଧନ ଅର୍ଜନ କରିବେ ସତ କିନ୍ତୁ ତାହାକୁ ଖାଲି ସଞ୍ଚୟ କରିବେ କିନ୍ତୁ ଖର୍ଚ୍ଚ କରିବେ ନାହିଁ । ଯଦି ମଥାର ମଧ୍ୟ ଭାଗରେ କଳାଜାଇ ରହିଛି ତେବେ ଆପଣ ଜଣେ ମହାନ ବ୍ୟକ୍ତି ହେବେ । ଏହାସହିତ ଆପଣଙ୍କୁ ଜଣେ ମହାନ ଜୀବନସାଥୀ ମଧ୍ୟ ମିଳିବ , ଯିଏକି ଆପଣଙ୍କର ଅଧିକ ଯତ୍ନ ନେବ ।

୨ . ଯେଉଁ ମହିଳାଙ୍କର ଆଖିପତା ଉପରେ କଳାଜାଇ ରହିଥାଏ ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳା ବିବାହ କରି ଯେଉଁ ଘରକୁ ଯାଆନ୍ତି ସେଠାରେ ସୁଖ ସମୃଦ୍ଧି ଆଣିଥାନ୍ତି ଏବଂ ସେଠାରେ କେବେବି ଧନର ଅଭାବ ହୁଏନାହିଁ । ଡାହାଣ କିମ୍ବା ବାମ ଆଖିପତା ଉପରେ କଳାଜାଇ ଥିଲେ ବ୍ୟକ୍ତିକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । କିନ୍ତୁ ବିବାହ ପରେ ଭାଗ୍ୟ ବଦଳି ଯାଏ ଏବଂ ଆକସ୍ମିକ ଧନ ପ୍ରାପ୍ତି ହୋଇଥାଏ ।

୩ . ଆଖି ପଲକରେ କଳାଜାଇ:-

ଆଖି ପଲକରେ କଳାଜାଇ ଥିବା ମହିଳା ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ତଳ ଆଖି ପଲକରେ କଳାଜାଇ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ସ୍ୱଭାବର ହୋଇଥାନ୍ତି । ସେମାନେ କେବେ ଟଙ୍କା ସଞ୍ଚୟ କରି ପାରନ୍ତି ନାହିଁ ।

୪ . ଛାତିରେ କଳାଜାଇ:-

ଛାତିରେ କଳାଜାଇ ଥିଲେ ଭାଗ୍ୟ ଦୃଢ଼ ହୋଇଥାଏ । ଯେଉଁ ମହିଳାଙ୍କ ଛାତିରେ କଳାଜାଇ ରହିଥାଏ ସେମାନଙ୍କ ଭାଗ୍ୟରେ ସରକାରୀ ଚାକିରୀ ରହିଥାଏ । ପୁରୁଷଙ୍କ ଛାତିରେ କଳାଜାଇ ରହିବା ସେମାନଙ୍କୁ ଭାଗ୍ୟଶାଳୀ ଏବଂ ସାମ୍ୟର୍ଥଶାଳୀ କରିଥାଏ । ଏପରି ପୁରୁଷ ଅତ୍ୟନ୍ତ ପରିଶ୍ରମୀ ହୋଇଥାନ୍ତି ।

୫ . କାନରେ କଳାଜାଇ:-

କାନରେ କଳାଜାଇ ଥିଲେ ବୁଝିବା ଶକ୍ତି ପ୍ରଖର ଥାଏ । ପାଖରେ ଟଙ୍କାର ଅଭାବ ରହେ ନାହିଁ । ଟଙ୍କାର ଉପଯୁକ୍ତ ଉପଯୋଗ କରିବା ସେମାନଙ୍କୁ ଭଲ ଭାବରେ ଜଣାଥାଏ ।ଯେଉଁ କାରଣରୁ ଭବିଷ୍ୟତରେ ତାଙ୍କୁ ଖୁବ ଲାଭ ମିଳିଥାଏ ।

୬ . ଓଠ ଉପରେ କଳାଜାଇ:-

ଓଠ ଉପରେ କଳାଜାଇ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏପରି ଲୋକଙ୍କ ଭାଗ୍ୟ ସପକ୍ଷରେ ରହିଥାଏ । ସେମାନଙ୍କୁ କମ ପରିଶ୍ରମରେ ମଧ୍ୟ ସଫଳତା ମିଳିଯାଏ ।

୭ . କାନ୍ଧ ଉପରେ ତିଳ:-

ପୁରୁଷଙ୍କ କାନ୍ଧରେ କଳାଜାଇ ରହିଲେ ତାହା ତାଙ୍କୁ ଅଧିକ ପରିଶ୍ରମୀ କରାଇଥାଏ । ଏମାନେ ନିଜ କର୍ତ୍ତବ୍ୟକୁ ଭଲ ଭାବରେ ପାଳନ କରନ୍ତି । ଡାହାଣ କାନ୍ଧରେ କଳାଜାଇ ରହିଲେ ଆପଣ ବହୁତ ଜଲଦି ସଫଳତା ଲାଭ କରିବେ । କିନ୍ତୁ ବାମ କାନ୍ଧରେ କଳାଜାଇ ଥିଲେ ସଫଳତା ମିଳିବାକୁ ସମୟ ଲାଗିପାରେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *