Excuse Me Odisha

ଯାହା କହିବୁ ସତ କହିବୁ

ଦୁଇଟି ଗଛ ଘରେ ରହିଲେ ଭିକାରୀ ହେବା ସୁନିଶ୍ଚିତ । ନିଶ୍ଚୟ ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଭଗବାନ ଶ୍ରୀକୃଷ୍ଣ ଯିଏକି ବିପୁଳ ବାସ୍ତୁ ଶାସ୍ତ୍ର ଜ୍ଞାନର ଅଧିକାରୀ , ସେ ସମୟ ସମୟରେ ଧର୍ମରାଜ ଯୁଧିଷ୍ଠିରଙ୍କୁ ବାସ୍ତୁ ଶାସ୍ତ୍ର ବିଷୟରେ ଜ୍ଞାନ ଦେଉଥିଲେ । ଭଗବାନ ଶ୍ରୀକୃଷ୍ଣ ଏପରି ଦୁଇଟି ଗଛ ବିଷୟରେ କହିଛନ୍ତି ଯାହାକୁ ଘରେ ଲଗାଇଲେ ଦୁଃଖ ଏବଂ ଦାରିଦ୍ର୍ୟତା ଆସିଥାଏ । ସାଧରଣତଃ ଗଛଲତା ପରିବେଶରେ ନକରାତ୍ମକତାକୁ କମ କରି ଶୁଦ୍ଧ ରଖିଥାଏ । ସେହି ଗଛଲତା ହିଁ ମାନବ ଭାବନାକୁ ବଢ଼ାଇଥାଏ । ଯେମିତି କିଛି ଗଛ ଘର ଦ୍ୱାରରେ ରହିବା ଦ୍ୱାରା ତାହା ଶୁଭ ହୋଇଥାଏ ଏବଂ ଦେବତାଙ୍କ ତୁଲ୍ୟ ଘରକୁ ସୁରକ୍ଷା ଦେଇଥାଏ । ସେମିତି ଆଉ କିଛି ଗଛ ଅଛି ଯାହାକି ଘରର ଦ୍ୱାରରେ ରହିଲେ ଘରକୁ ସମସ୍ୟା ଏବଂ ଦାରିଦ୍ର୍ୟତା ଆଣିଥାଏ । ତେବେ ଚାଲନ୍ତୁ ସେହିସବୁ ଗଛ ଗୁଡ଼ିକ ବିଷୟରେ ଜାଣିନେବା ।

୧ . ଅଶ୍ୱତ୍ଥ ଗଛ:-

ଏହି ଗଛରେ ସ୍ୱୟଂ ଭଗବାନ ବିଷ୍ଣୁ ବାସ କରନ୍ତି । ଅର୍ଥାତ ମୂଳରେ ଭଗବାନ ବିଷ୍ଣୁ , ମଧ୍ୟ ଭାଗରେ ମହାଦେବ ଏବଂ ଉପର ଭାଗରେ ବ୍ରହ୍ମା ବାସ କରନ୍ତି । ଜଳାଶୟ ନିକଟରେ ଅଶ୍ୱତ୍ଥ ଗଛ ରହିବା ଭଲ । କାରଣ ସେହି ଗଛରୁ ପତ୍ର ଜଳାଶୟରେ ପଡ଼ିଲେ ପିତୃ ପୁରୁଷ ପ୍ରସନ୍ନ ହୁଅନ୍ତି ଏବଂ ପ୍ରତ୍ୟେକ ଦିନ ସ୍ନାନ କରି ଅଶ୍ୱତ୍ଥ ଗଛକୁ ସ୍ପର୍ଶ କଲେ ଜୀବନର ସବୁ ପାପ ଦୂରେଇ ଯାଏ ଏବଂ ଶହ ଶହ ଯଜ୍ଞର ପୁଣ୍ୟ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ । ଅଶ୍ୱତ୍ଥ ଗଛକୁ ଜଳ ଅର୍ପଣ କଲେ ମଧ୍ୟ ଅନେକ ଫଳ ପ୍ରାପ୍ତ ହୋଇଥାଏ ।

୨ . ଅଁଳା ଗଛ:-

ଏହି ଗଛ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଅଟେ ଏବଂ ଏହି ଗଛକୁ ସ୍ତ୍ରୀ ପୁରୁଷ ଲଗାଇଲେ ଜନ୍ମ ମୃତ୍ୟୁ ବନ୍ଧନରୁ ମୁକ୍ତି ପାଇଯିବେ । ଅଁଳା ସେବନ ଦ୍ୱାରା ଆୟୁଷ ବଢ଼ିବା ସହିତ ନାନା ପ୍ରକାରର ରୋଗ ଦୂର ହୋଇଥାଏ ଏବଂ କେଶ ପାଇଁ ମଧ୍ୟ ଏହା ଭଲ ହୋଇଥାଏ । ଯେଉଁ ଘରେ ଅଁଳା ଗଛ ରହିଥାଏ ସେହି ଘରକୁ ରାକ୍ଷସ କିମ୍ବା ନକରାତ୍ମକତା ଆସି ନଥାଏ । ଏକାଦଶୀ ଦିନ ଅଁଳା ମିଳିଲେ ତାହା ଆଶୀର୍ବାଦ ସ୍ୱରୂପ ହୋଇଥାଏ ।

୩ . ଅଶୋକ ଗଛ:-

ପୁରାଣ ଅନୁଯାୟୀ ଏଥିରେ ଅପ୍ସରା ମାନଙ୍କର ବାସ ହୋଇଥାଏ । ଏହି ଗଛକୁ ଘର ପାଖରେ ଲଗାଇଲେ ଦୁଃଖ , ଦାରିଦ୍ର୍ୟତା ଏବଂ ଅଶାନ୍ତି ଦୂର କରି ଶାନ୍ତି ଦେଇଥାଏ । ଏହା ଶୀତଳତା ଏବଂ ଯୌବନ ପ୍ରଦାନ କରିଥାଏ । ଏହାବ୍ୟତୀତ ତେତୟାରେ ମାତା ସୀତାଙ୍କୁ ରାବଣ ହରଣ କରି ଅଶୋକ ବାଟିକାରେ ରଖିଥିଲା । ଯେଉଁଠି ଅଶୋକ ଗଛ ମାତା ସୀତାଙ୍କୁ ସୁରକ୍ଷା ଦେଇଥିଲା । ତେଣୁ ମାତା ସୀତା ବରଦାନ ଦେଇଥିଲେ ଯେ ଯେଉଁଠି ଅଶୋକ ଗଛ ରହିବ ସେଠାରେ ମାତା ସୀତାଙ୍କ ବାସ ହେବ ।

୪ . ଡିମିରି ଗଛ:-

ମନୁଷ୍ୟ କଳିଯୁଗରେ ଯଜ୍ଞ ନକରି ମଧ୍ୟ ଯଜ୍ଞ ସମାନ ଫଳ ପାଇ ପାରିବ । ତେଣୁ ମନୁଷ୍ୟକୁ ଏକ ଡିମିରି ଗଛ ଲଗାଇବା ଉଚିତ । ଯାହାଦ୍ୱାରା ଯଜ୍ଞ ସମାନ ଫଳ ମିଳିବ ।

୫ . ନିମ ଗଛ:-

ଏହି ଗଛକୁ ଘର ପାଖରେ ଲଗାଇଲେ ଭଗବାନ ସୂର୍ଯ୍ୟ ଦେବ ଏବଂ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ଏହି ଗଛକୁ ଘର ପାଖରେ ଲଗାଇଲେ ନକରାତ୍ମକତା ଦୂର ହୋଇଥାଏ ଏବଂ ନାନା ପ୍ରକାରର ରୋଗ ମଧ୍ୟ ଦୂର ହୋଇଥାଏ ।

୬ . ଜାମୁକୋଳି ଗଛ:-

କନ୍ୟା ଇଚ୍ଛା ରଖୁଥିବା ବ୍ୟକ୍ତି ଏହି ଗଛ ଘର ବାହାରେ ଲଗାଇବା ଉଚିତ । ପଦ୍ମ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ଏହି ଗଛ ଘର ସାମ୍ନାରେ ଲଗାଇ ଥାଏ ସେହି ଘରେ କନ୍ୟା ଜନ୍ମ ହୋଇଥାଏ ଯିଏକି କୁଳର ଗୌରବ ବଢ଼ାଇ ଥାଏ ।

୭ . ବେଲ ଗଛ:-

ବେଲ ଗଛରେ ଭଗବାନ ଶିବ ଏବଂ ଗୋଲାପ ଗଛର ଦେବୀ ପାର୍ବତୀ ବାସ କରନ୍ତି । ତେଣୁ ବେଲ ଗଛ ପାଖରେ ଗୋଲାପ ଗଛ ଲଗାଇଲେ ମହାଦେବ ଏବଂ ପାର୍ବତୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ସେହି ଘରକୁ କେବେବି ଦୁଃଖ ଦାରିଦ୍ର୍ୟତା ଆସି ନଥାଏ ଏବଂ କାହାରି ଅକାଳ ମୃତ୍ୟୁ ହୋଇ ନଥାଏ ।

୮ . ନଡ଼ିଆ ଗଛ:-

ଏହି ଗଛ ଅତ୍ୟନ୍ତ ଶୁଭ ଅଟେ ଏବଂ ଏହାକୁ ଘର ସାମ୍ନାରେ ଲଗାଇବା ଭଲ ହୋଇଥାଏ । ସେହି ଘର ଲୋକଙ୍କର ମାନ ସମ୍ମାନ ବଢ଼ିଥାଏ ।

୯ . ତାଳ ଗଛ:-

ମନୁଷ୍ୟକୁ କେବେବି ତାଳ ଗଛ ଲଗାଇବା ଉଚିତ ନୁହେଁ । ଏହା ସନ୍ତାନ ନାଶ କରିଥାଏ । ଯେଉଁ ଘର ପାଖରେ ଏହି ଗଛ ରହିଥାଏ ସେହି ଘରର ସନ୍ତାନ ମାନଙ୍କର କେବେବି ଉନ୍ନତି ହୋଇ ନଥାଏ । କାରଣ ଏହି ଗଛରେ ପ୍ରେତ ମାନଙ୍କର ବାସ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *