Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣଙ୍କ ଘରେ ମଧ୍ୟ ପାରା ଅଛି ତେବେ ଏହି ଖବର ଜାଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ନିଶ୍ଚୟ ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଯେଉଁ ଘରେ ଝିଅ ଜନ୍ମ ହୋଇଥାଏ ସେହି ଘର ଖୁବ ଭାଗ୍ୟଶାଳୀ ହୋଇଥାଏ । ଆଉ ଝିଅ ସବୁବେଳେ ସେହି ଘରେ ହିଁ ଜନ୍ମ ହୋଇଥାଏ ଯେଉଁ ବ୍ୟକ୍ତିର ଝିଅକୁ ପାଳିବାକୁ ସାମ୍ୟର୍ଥ ଥାଏ । କିନ୍ତୁ ଯେଉଁ ବ୍ୟକ୍ତି ଝିଅକୁ ଅଧିକ ସ୍ନେହ ଆଦର କରି ଛାଡ଼ ଦେଇଥାଏ ତାହା ଆଦୋୖ ଭଲ ହୋଇ ନଥାଏ । ଆଜି ଆମେ ଏହି ଲେଖାରେ ଏକ କୋପତ ଏବଂ କୋପତିର କାହାଣୀ କହିବୁ , ଯେଉଁଥିରୁ ଆପଣ ଜାଣିପ ପାରିବେ ଯେ ଘରେ ଝିଅଙ୍କ ଲାଳନ ପାଳନ କିପରି କରାଯିବା ଉଚିତ । ଆମ ଶାସ୍ତ୍ରରେ ଏହା ବର୍ଣ୍ଣନା କରାଯାଇଛି ଯେ ଘରେ ଝିଅର ଜନ୍ମକୁ ଲକ୍ଷ୍ମୀ ସ୍ୱରୂପା କୁହାଯାଏ । ମହାଭାରତରେ ଅର୍ଜୁନ କହିଛନ୍ତି ଯେ ଯେତେବେଳେ ସୃଷ୍ଟିରେ ଝିଅ ଜନ୍ମ ପାଇବା ବନ୍ଦ ହୋଇଯିବ ସେତେବେଳେ ସୃଷ୍ଟିର ଧୀରେ ଧୀରେ ବିନାଶ ହୋଇଯିବ ।

କାହାଣୀଟି ଏମିତି ଯେ ଏକ ଜଙ୍ଗଲରେ ଗୋଟିଏ କୋପତ ଏବଂ କୋପତି ବାସ କରୁଥିଲେ । ଥରେ ଥଣ୍ଡା ରାତିରେ କୋପତି କୋପତକୁ ଏକ କାହାଣୀ ଶୁଣାଇଲା । କାହାଣୀଟି କହି କୋପତ କହିଲା ଯେ ଏକ ନଗରରେ ଜଣେ ସାହୁକାର ରହୁଥିଲା । ସାହୁକାରର ଦୁଇ ପୁଅ ଥିଲେ । ମାତ୍ର ସେ ଏକ ଝିଅ ପାଇଁ ଅତ୍ୟନ୍ତ ଇଚ୍ଛୁକ ଥିଲେ ଏବଂ ଶେଷରେ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଜନ୍ମ ନେଲେ । ନିଜ ଝିଅକୁ ସେ ଏତେ ଭଲ ପାଉଥିଲେ ଯେ ସେ କିଛି ମାଗିବା ଆଗରୁ ତାକୁ ସବୁକିଛି ମିଳି ଯାଉଥିଲା । ସାହୁକାରର ଝିଅ ଧନୀ ଘରର ହୋଇଥିବାରୁ ଧୀରେ ଧୀରେ ବିଗିଡ଼ିବାରେ ଲାଗିଲା । ଯାହାକୁ ସାହୁକାରଙ୍କ ସ୍ତ୍ରୀ ବିରୋଧ ମଧ୍ୟ କରୁଥିଲେ କିନ୍ତୁ ସାହୁକାର ଶୁଣୁ ନଥିଲେ ।

ଏହା କହି ଅନେକ ସମୟରେ ସାହୁକାରର ସ୍ତ୍ରୀ ତାଗିଦ କରି କହୁଥିଲେ ଯେ ଝିଅକୁ ଦିନେ ନା ଦିନେ ପର ଘରକୁ ଯିବାର ଅଛି । ପୁଣି ଝିଅ ହେଉ ବା ପୁଅ କାହାକୁ ବି ଏତେ ସ୍ନେହ କରିବା ଉଚିତ ନୁହେଁ ଯାହାଦ୍ୱାରା ସେ ବିଗିଡ଼ି ଯିବ । ଝିଅ ବଡ଼ ହେଲା ଏବଂ ସାହୁକାର ତାର ବିବାହ ପାଇଁ ପ୍ରସ୍ତାବ ଖୋଜିଲା । ଭଲ ପ୍ରସ୍ତାବ ମିଳିବା କ୍ଷଣି ଝିଅର ବିବାହ କରାଇ ଦେଲେ । ମାତ୍ର ଅଳ୍ପ କିଛିଦିନ ପରେ ଝିଅ ସାହୁକାରକୁ କଲ କରି ତାକୁ ସେଠାରୁ ନେଇ ଆସିବାକୁ କହିଲା ଏବଂ ଏହା ମଧ୍ୟ କହିଲା ଯେ ତାକୁ କୁଆଡ଼େ ନର୍କରେ ରଖିଛନ୍ତି । ଝିଅର ଶାଶୁ ଘରେ ପହଞ୍ଚିବା ମାତ୍ରେ ସେଠାରେ ସାହୁକାରକୁ କେହିବି ସମ୍ମାନ ଦେଲେ ନାହିଁ । ଜ୍ୱାଇଁ ମଧ୍ୟ ତାଙ୍କ ଝିଅକୁ ନେଇ ଯିବାକୁ କହିଲେ ।

ରାସ୍ତାରେ ଆସିବା ସମୟରେ ଯେତେବେଳେ ସାହୁକାର ଝିଅକୁ ଶାଶୁ ଘରର ସବୁ ଲୋକ ଏବଂ ଆଖପାଖ ପଡ଼ୋଶୀ ବିଷୟରେ ପଚାରିଲେ ସେତେବେଳେ ଝିଅ କହିଥିଲା ଯେ ସମସ୍ତେ ହିଁ ଦୁଷ୍ଟ ସ୍ୱଭାବର । ଏହା ଶୁଣି ସାହୁକାର ଜାଣି ପାରିଲା ଯେ ନିଶ୍ଚିତ ଭାବରେ ତାର ଝିଅର ଭୁଲ ଏବଂ ଯଦି ସେ ଝିଅକୁ ଏତେ ସ୍ନେହ ନକରି କିଛି ସଂସ୍କାର ଦେଇଥାନ୍ତା ତେବେ ଏଭଳି ସମୟ ଆସି ନଥାନ୍ତା । ଝିଅ ବାପ ଘରେ ପହଞ୍ଚିବା ମାତ୍ରେ ତା ସହିତ ତାର ଭାଉଜ ଏବଂ ମା କେହିବି କଥା ହେଲେ ନାହିଁ । ତାର ସାଙ୍ଗ ଏବଂ ପଡ଼ୋଶୀ ତାଙ୍କୁ ଏଣୁତେଣୁ କହିବାରେ ଲାଗିଲେ । ବାପାଙ୍କୁ ଦୁଃଖୀ ଦେଖି ଝିଅ ଧୀରେ ଧୀରେ ବୁଝିବାରେ ଲାଗିଲା ଯେ ଏସବୁ କେବଳ ତାର ନିଜ ଭୁଲ ପାଇଁ ହୋଇଛି ।

ଏଥିପାଇଁ ସେ ନିଜ ବାପାଙ୍କୁ ଦାୟୀ କଲା । ସାହୁକାର ତାକୁ ବୁଝାଇଲେ ଯେ ଯଦି ସେ ଛଅ ମାସ ପର୍ଯ୍ୟନ୍ତ ଏକ ସାଧନା କରନ୍ତି ତେବେ ତାର ଶାଶୁ ଘର ଲୋକେ ସମସ୍ତେ ତାର ହାତମୁଠାରେ ରହିବେ । ସାଧନା ଅନୁଯାୟୀ ଛଅ ମାସ ପର୍ଯ୍ୟନ୍ତ ତାକୁ କୌଣସି ଲୋକ ସହିତ ଝଗଡ଼ା କରିବାକୁ ମନା କଲେ ସାହୁକାର ଏବଂ ସବୁ ଗୁରୁଜନଙ୍କ ପ୍ରତି ଭକ୍ତି ଏବଂ ସମ୍ମାନ ଦେବାକୁ କହିଲେ । ମାତ୍ର ଝିଅର ସର୍ତ୍ତ ଥିଲା ଯେ ସେ ଏହା କେବଳ ଛଅ ମାସ ପର୍ଯ୍ୟନ୍ତ ହିଁ କରିବ । ଏହାପରେ ସାହୁକାର ଝିଅକୁ ତାର ଶାଶୁ ଘରକୁ ନେଇଗଲେ । ଶାଶୁ ଘରେ ପହଁଚିବା ମାତ୍ରେ ଶାଶୁ ତାକୁ ଗାଳି କରିବାରେ ଲାଗିଲେ । ଏହା ଶୁଣି ସାହୁକାରର ଝିଅ କ୍ରୋଧିତ ହେଉଥିଲା ସତ କିନ୍ତୁ ସାଧନା ପାଳନ ପାଇଁ ଚୁପ ରହିଲା । ସାହୁକାର ଝିଅର ଶାଶୁକୁ କହିଲେ ଯେ ଝିଅ ବର୍ତ୍ତମାନ ବଦଳି ଯାଇଛି ।

ଶାଶୁର ସର୍ତ୍ତ ଅନୁଯାୟୀ ଯଦି ଝିଅ ଛଅ ମାସ ପରେବି ଏପରି ସ୍ଵଭାବ ରଖେ ତେବେ ସେ ସବୁଦିନ ପାଇଁ ଘରୁ ବାହାରି ଯିବ । ସେହି ଦିନ ଠାରୁ ଝିଅ ନିଜର ସାଧନା ମାନିବାରେ ଲାଗିଲା । ଦିନେ ଶ୍ୱଶୁର ପାଇଁ ଚା’ ବନାଇ ଦେବା ସମୟରେ ହାତରୁ ଚା’ କପ ପଡ଼ି ଭାଙ୍ଗିଗଲା । ଶ୍ୱଶୁର ରାଗିଯାଇ ତାକୁ କାମବି ଠିକ ଭାବରେ ଜାଣିନାହିଁ ବୋଲି କହିଲେ । ସେ ମନେ ମନେ କ୍ରୋଧିତ ହେବା ସତ୍ତ୍ୱେବି କିଛି ଉତ୍ତର ଦେଇ ନଥିଲା । ଧୀରେ ଧୀରେ ସେ କ୍ରୋଧ ଉପରେ ବିଜୟ ଲାଭ କଲା ଏବଂ ଶାଶୁ ଘର ଲୋକେ ତାକୁ ଭଲ ପାଇଲେ । ସେ ଗର୍ଭବତୀ ହେଲା ଏବଂ ତାର ଗୃହସ୍ତି ମଧ୍ୟ ବେଶ ଭଲଭାବରେ ଚାଲିଲା । ତେଣୁ ଝିଅକୁ ଏତେବି ସ୍ନେହ କରି ବିଗାଡ଼ିବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *