Excuse Me Odisha

ଯାହା କହିବୁ ସତ କହିବୁ

ଜାନୁଆରୀ ୧ ସୋମବାର ନୂଆବର୍ଷ । ଏକ ମୁଠା ଧଣିଆ ଆଣି ଚୁପଚାପ ରଖି ଦିଅନ୍ତୁ ଏହି ସ୍ଥାନରେ । ମାଡ଼ି ଆସିବ ଧନ ।

ସେୟାର୍ କରନ୍ତୁ

ଆଉ ମାତ୍ର କେଇଟା ଦିନ ପରେ ନୂଆବର୍ଷ ୨୦୨୪ ଆରମ୍ଭ ହେବାକୁ ଯାଉଛି । ତେଣୁ ଏହିଦିନ ଯଦି ଆପଣ ଏକ ମୁଠା ଧଣିଆ ଆଣି ଏହି ସ୍ଥାନରେ ରଖି ଦିଅନ୍ତି ତେବେ ସିଧାସଳଖ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବା ସହିତ ଦାରିଦ୍ର୍ୟତା ମଧ୍ୟ ଦୂର ହୋଇଯିବ । ସାଧରଣତଃ ସବୁ ପବିତ୍ର ଶୁଭ ଦିନରେ ମାତା ଲକ୍ଷ୍ମୀ ପ୍ରସନ୍ନ ମୁଦ୍ରାରେ ରହନ୍ତି ତେଣୁ ଏହିଦିନ ମାତାଙ୍କ ପ୍ରିୟ ଧଣିଆକୁ ନେଇ କିଛି ସହଜ ଉପାୟ କରିଦେଲେ ମାତା ଆଶୀର୍ବାଦ ଦେଇଥାନ୍ତି । ତେଣୁ ହିନ୍ଦୁ ଧର୍ମରେ ଲୋକେ ଏହି ନୂଆବର୍ଷ ଦିନ ଧଣିଆ କିଣି ଆଣି ପୂଜା କରି ଘରେ ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତି । ଯାହାଦ୍ୱାରା ଘରେ କେବେବି ଧନର ଅଭାବ ରହେ ନାହିଁ । ଚାଲନ୍ତୁ ଅନ୍ୟ ଉପାୟ ବିଷୟରେ ମଧ୍ୟ ଜାଣିନେବା ।

୧ . ଅଯଥା ଖର୍ଚ୍ଚରୁ ମୁକ୍ତି:-

ଯଦି ଆପଣଙ୍କ ଜୀବନରେ ଧନର ଅଭାବ ରହିଛି କିମ୍ବା ଧନ ଥିଲେବି ସୁଦ୍ଧା ଅଯଥା ଖର୍ଚ୍ଚ ହେଉଛି କିମ୍ବା ଧନ ଅର୍ଜନର ସବୁ ରାସ୍ତା ବନ୍ଦ ହୋଇ ଯାଇଛି ତେବେ ନୂଆବର୍ଷ ଦିନ ରାତି ୦୮.୦୦ ପରେ ଏକ ମୁଠା ଧଣିଆ ଆଣି ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଏକ ଘିଅ ଦୀପ ଜାଳି ସେହି ଧଣିଆକୁ ଏକ ନାଲି କପଡ଼ା ଉପରେ ରଖି ଦିଅନ୍ତୁ । ତାହାକୁ ଏକ ପୁଟୁଳି ବନାଇ ହାତରେ ଧରି ମାତା ଲକ୍ଷ୍ମୀଙ୍କ ବୀଜ ମନ୍ତ୍ର ” ଓଁ ମହାଲକ୍ଷ୍ମୀ ନମଃ ” ୧୧ ଥର ଜପ କରିବା ପରେ ସେହି ଧଣିଆ ପୁଟୁଳିକୁ ଘରର ସିନ୍ଧୁକ କିମ୍ବା ଆଲମାରୀରେ ଦକ୍ଷିଣ ଦିଗରେ ରଖି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଘରେ ଆଉ କେବେ ଧନର ଅଭାବ ରହିବ ନାହିଁ ।

୨ . ଶୁକ୍ର ଗ୍ରହକୁ ମଜବୁତ କରିବାର ଉପାୟ:-

ଯେଉଁ ବ୍ୟକ୍ତିର ଶୁକ୍ରଗ୍ରହ ମଜବୁତ ଥାଏ ତାର କେବେ ଅଭାବ ରହେନାହିଁ । ଶୁକ୍ର ଗ୍ରହ ମାତା ଲକ୍ଷ୍ମୀଙ୍କ କୃପାରୁ ହିଁ ଦୃଢ଼ ହୋଇଥାଏ । ତେଣୁ ଏକ ଉପାୟ ଅନୁଯାୟୀ ନୂଆବର୍ଷ ଦିନ ସକାଳୁ ସ୍ନାନ କରି ଏକ ନାଲି କପଡ଼ାରେ ଏକ ମୁଠା ଧଣିଆ ନେଇ ଘର ପାଖ ମାତା ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ଏକ ଘିଅ ଦୀପ ଜାଳି ଦିଅନ୍ତୁ । ଏହାପରେ ସେହି ନାଲି କପଡ଼ାରେ ଥିବା ଧଣିଆ ପୁଟୁଳିକୁ ମାତା ଲକ୍ଷ୍ମୀଙ୍କ ଡାହାଣ ପାଦରେ ସ୍ପର୍ଶ କରାଇ ଘରକୁ ଆଣି ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ଶୁକ୍ର ଗ୍ରହ ମଜବୁତ ହୋଇଯିବେ ଏବଂ କେବେ କୌଣସି ପ୍ରକାରର ଅଭାବ ହେବ ନାହିଁ । ଏହାଦ୍ବାରା ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମଧ୍ୟ ମିଳିବ ।

୩ . ଧନ ପ୍ରାପ୍ତିର ମହା ଉପାୟ:-

ଯଦି ଆପଣଙ୍କ ଜୀବନାରେ ଧନର ଅଭାବକୁ ଦୂର କରିବାକୁ ଚାହୁଁଛନ୍ତି ତେବେ ନୂଆବର୍ଷ ଦିନ ରାତିରେ ସ୍ନାନ କରି ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଏକ ଆସନ ପକାଇ ବସି ଯାଆନ୍ତୁ ଏବଂ ଏକ ନାଲି କପଡ଼ା ରଖି ତାହା ଉପରେ ତିନୋଟି ଲବଙ୍ଗ , ଗୋଟିଏ କୋଏନ ଏବଂ ଏକ ମୁଠା ଧଣିଆ ରଖି ପୁଟୁଳି ବନାଇ ଦିଅନ୍ତୁ । ବର୍ତ୍ତମାନ ସେହି ପୁଟୁଳିକୁ ଧରି ମାତା ଲକ୍ଷ୍ମୀଙ୍କ ବୀଜ ମନ୍ତ୍ର ” ଓଁ ମହାଲକ୍ଷ୍ମୀ ନମଃ ” ଜପ କରନ୍ତୁ ଏବଂ ସେହି ପୁଟୁଳିକୁ ଘରର ସିନ୍ଧୁକ କିମ୍ବା ଆଲମାରୀରେ ରଖି ଦିଅନ୍ତୁ । ଏହି ଉପାୟ କରିବା ପରେ ଦେଖିବେ ଆପଣଙ୍କର ଧନ ଜନିତ ସମସ୍ୟା ଦୂର ହୋଇଯିବ ଏବଂ ବ୍ୟବସାୟରେ ମଧ୍ୟ ଉନ୍ନତି ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *