Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ସ୍ୱପ୍ନ ଦେବ କେଉଁ ଫଳ । ସ୍ବପ୍ନରେ ସାପ ଦେଖିଲେ ମିଳିଥାଏ ଏହି ଶୁଭ ଫଳ । ନିଶ୍ଚୟ ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଆଜିର ଲେଖାରେ ଆମେ ସ୍ୱପ୍ନ ସଂସାର ବିଷୟରେ କହିବୁ । କାରଣ ସ୍ୱପ୍ନ ପ୍ରାୟ ସମସ୍ତେ ଦେଖନ୍ତି । ଯାହାକି ମନୁଷ୍ୟର ଭାଗ୍ୟ ବିଷୟରେ ମଧ୍ୟ ଅନେକ ସଙ୍କେତ ଦେଇଥାଏ । ତେବେ ଚାଲନ୍ତୁ ସେହିସବୁ ସ୍ବପ୍ନର ଅର୍ଥ ଜାଣିନେବା ।

୧ . ସ୍ୱପ୍ନରେ ଭଗବାନ ଶିବଙ୍କୁ କିମ୍ବା ଶିବଲିଙ୍ଗ କିମ୍ବା ମନ୍ଦିର ଦେଖିଲେ ତାହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ । ଏହାର ଅର୍ଥ ଆପଣଙ୍କର କୌଣସି ବଡ଼ କାମ ପୂରଣ ହେବାକୁ ଯାଉଛି । ଏପରି ସ୍ୱପ୍ନ ଆସିଲେ ଶିବଲିଙ୍ଗରେ ରୁଦ୍ରାଭିଷେକ ନିଶ୍ଚୟ କରନ୍ତୁ । ଏହି ସ୍ୱପ୍ନ ମନେ ରହିଲେ ତାହା ଆପଣଙ୍କ ଜୀବନରେ ଅନେକ ଶୁଭ ଫଳ ଆଣିବ ।

୨ . ଆପଣଙ୍କ ଘରକୁ କୌଣସି ବନ୍ଧୁ ବାନ୍ଧବ ଅସୁଥିବାର ଦେଖିଲେ କିମ୍ବା ଆପଣ କୌଣସି ବନ୍ଧୁ ବାନ୍ଧବଙ୍କ ଘରକୁ ଯାଉଥିବାର ଦେଖିଲେ ଜାଣି ନିଅନ୍ତୁ ଯେ ଆପଣଙ୍କୁ ନୂତନ ଅବସର ମିଳିବାକୁ ଯାଉଛି ।

୩ . ସ୍ୱପ୍ନରେ ମାତା ପିତା ଦେଖାଯିବା ଅର୍ଥ ଆପଣ କରୁଥିବା ଚାକିରୀ ଜରିଆରେ ମାନ ସମ୍ମାନ ଏବଂ ପ୍ରତିଷ୍ଠା ପ୍ରାପ୍ତ ହେବ ।

୪ . ସ୍ୱପ୍ନରେ ଜେଜେବାପା ଜେଜେମା କିମ୍ବା ଅଜା ଆଈ ନଜର ଆସିଲେ ଜୀବନରେ ସୁଖ ଆସିବାର ସଙ୍କେତ ଅଟେ ।

୫ . ସ୍ୱପ୍ନରେ ଯଦି ଆପଣ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭଫଳ ଦେଇଥାଏ । ଏହାବ୍ୟତୀତ ଯଦି ଆପଣ ନିଜ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଖିଲେ ମଧ୍ୟ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

୬ . ସ୍ୱପ୍ନରେ ନିଜର ବିବାହ କିମ୍ବା ଅନ୍ୟ କାହାରି ବିବାହକୁ ଯାଉଥିବାର ଦେଖିଲେ ଏହାର ଅର୍ଥ ବଡ଼ ସଙ୍କଟ ଆସୁଛି । କୌଣସି ଦୁଃଖ ସୂଚନା ମଧ୍ୟ ଆପଣଙ୍କୁ ମିଳିପାରେ । କିନ୍ତୁ ବିଦାୟୀ ସ୍ୱପ୍ନ ଦେଖଲେ ତାହା ଶୁଭ ଅଟେ ।

୭ . ସ୍ୱପ୍ନରେ ବାଘ ଦେଖିଲେ ତାହା ଶୁଭ ଅଟେ । ତେଣୁ ଯଦି ଆପଣଙ୍କ ଉପରେ କୌଣସି ସମସ୍ୟା କିମ୍ବା କୋର୍ଟ କଚେରୀ ମକଦ୍ଦମା ରହିଛି ତାହାର ସମାଧାନ ହୋଇଯିବ । ସ୍ୱପ୍ନରେ ଗାଈ ବାଛୁରୀ ଦେଖିଲେ ତାହା ଶୁଭ ହୋଇଥାଏ ଏବଂ ଏହାଦ୍ବାରା ବ୍ୟାପାରରେ ସମୃଦ୍ଧି ହେବ ।

୮ . ସ୍ୱପ୍ନରେ କୁକୁର ଦେଖିବା ଅର୍ଥ କୌଣସି ପୁରୁଣା ବନ୍ଧୁ ମିଳିବାକୁ ଯାଉଛି । କିନ୍ତୁ କାନ୍ଦୁ ଥିବାର କୁକୁର ଦେଖିଲେ ତାହା ଅଶୁଭ ସଙ୍କେତ ହୋଇଥାଏ ।

୯ . ଯଦି ଆପଣ ସ୍ୱପ୍ନରେ କଳା ନାଗ ଦେଖୁଛନ୍ତି ତେବେ ଏହା ଶୁଭ ଅଟେ । ଏହାର ଅର୍ଥ ଆପଣ ମାନ ସମ୍ମାନ ସହିତ ଶତ୍ରୁ ଉପରେ ପ୍ରଭାବ ବିସ୍ତାର କରିବେ । କିନ୍ତୁ ଯଦି ଆପଣ ଦେଖନ୍ତି ଯେ ସାପ ଆପଣଙ୍କୁ ଦାନ୍ତ ଦେଖାଉଛି ଏବଂ ଆପଣ ଭୟଭୀତ ହେଉଛନ୍ତି ତେବେ ଏହା ଅଶୁଭ ଅଟେ ଏବଂ ଏହାର ଅର୍ଥ ଆପଣଙ୍କ ଶତ୍ରୁ ପ୍ରବଳ ହୋଇ ଯାଇଛି ।

୧୦ . ସ୍ୱପ୍ନରେ ଏକାଧିକ ସାପ ଦେଖିବା ଅର୍ଥ ଆପଣଙ୍କୁ ଶାରୀରିକ ସମ୍ପର୍କ ସ୍ଥାପନ କରିବାର ଇଚ୍ଛା ହେଉଛି । ସ୍ୱପ୍ନରେ ଘୋଡ଼ା , ହାତୀ ଏବଂ ମାଛ ଦେଖିବା ମାତା ଲକ୍ଷ୍ମୀ ପ୍ରାପ୍ତି କରିବାର ସଙ୍କେତ ଅଟେ ।

୧୧ . ଯଦି ଆପଣ ସ୍ୱପ୍ନରେ କାହାରି ମୃତ୍ୟୁ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନର ବଡ଼ ସମସ୍ୟା ଦୂର ହେବାକୁ ଯାଉଛି । କାହାରି ଆତ୍ମହତ୍ୟା ଦେଖିବା ଅର୍ଥ ଆପଣଙ୍କ ଜୀବନରେ କିଛି ସମସ୍ୟା ବର୍ତ୍ତମାନ ପ୍ରବଳ ହୋଇ ଯାଇଛି ଯାହାକୁ ଆପଣ ଆଉ ସହ୍ୟ କରିପାରୁ ନାହାଁନ୍ତି ।

୧୨ . ଯଦି ଆପଣ କାହାକୁ କାହାର ହତ୍ୟା କରୁଥିବାର ଦେଖନ୍ତି ତେବେ ଏହା ଧୋକା ଖାଇବାର ସଙ୍କେତ ଅଟେ ।

୧୩ . ସ୍ୱପ୍ନରେ ଅଗ୍ନି ଦେଖିବା ଅର୍ଥ ଖୁବ ଶୁଭ ଅଟେ । ଏହାର ଅର୍ଥ ଆପଣଙ୍କୁ ନିଜର ଅଟକି ରହିଥିବା ଧନ ପ୍ରାପ୍ତ ହେବ ।

୧୪ . ଯଦି ଆପଣ ନିଜକୁ ପୂଜାପାଠ କରୁଥିବାର ଦେଖନ୍ତି ତେବେ ସମସ୍ୟାର ଅନ୍ତ ହେବ । କିନ୍ତୁ କେଉଁଠି ଧୂଆଁ ଦେଖିଲେ ବ୍ୟାପାରରେ କ୍ଷତିର ସଙ୍କେତ ଅଟେ । ଏହାବ୍ୟତୀତ ଜଳୁଥିବା ଦୀପ ଦେଖିଲେ ଶୁଭ ସଙ୍କେତ ଅଟେ ।

୧୫ . ସ୍ୱପ୍ନରେ ଦାନ୍ତ ଭାଙ୍ଗୁଥିବାର ଦେଖନ୍ତି ତେବେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହାବ୍ୟତୀତ ଆପଣଙ୍କ ଭାଇ ଭଉଣୀଙ୍କୁ କୌଣସି ପ୍ରକାରର ସମସ୍ୟା ଆସିପାରେ । ସ୍ବପ୍ନରେ ଆପଣ ନଖ କାଟୁଥିବାର ଦେଖିଲେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *