Excuse Me Odisha

ଯାହା କହିବୁ ସତ କହିବୁ

ଘରର ଏହି ସ୍ଥାନରେ ଲୁଚାଇ ଦିଅନ୍ତୁ ଗୋଟିଏ ଲବଙ୍ଗ । ଧନ ସମ୍ପତ୍ତିରେ ଭରିଯିବ ଆପଣଙ୍କ ଘର ।

ସେୟାର୍ କରନ୍ତୁ

ପ୍ରତ୍ୟେକ ମଣିଷର ଭାଗ୍ୟ ସବୁବେଳେ ତାର କର୍ମ ଅନୁଯାୟୀ ହିଁ ସ୍ଥିର ହୋଇଥାଏ ମାତ୍ର ମନୁଷ୍ୟ ସବୁବେଳେ ନିଜ ଭୁଲକୁ ଭାଗ୍ୟ ଉପରେ ଲଦି ତାହାକୁ ସୌଭଗ୍ୟ କିମ୍ବା ଦୁର୍ଭାଗ୍ୟର ନାମ ଦେଇଥାଏ । ତେଣୁ ଏଭଳି ପରିସ୍ଥିତିରେ ଗୋଟିଏ ସମାଧାନ ହେଉଛି ଧୌର୍ଯ୍ୟର ସହିତ ଅପେକ୍ଷା କରିବା । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଲବଙ୍ଗ ଏବଂ ଅଳେଇଚକୁ ବ୍ୟବହାର କରି କରାଯାଉଥିବା କିଛି ଉପାୟ ବିଷୟରେ କହିବୁ । ସନାତନ ଧର୍ମରେ ଲବଙ୍ଗ ଏବଂ ଅଳେଇଚ ଅତ୍ୟନ୍ତ ପବିତ୍ର ବୋଲି ମାନାଯାଏ । ଏହା ଜ୍ୟୋତିଷ ଉପାୟ ପାଇଁ ମଧ୍ୟ କାମରେ ଲାଗିଥାଏ । ଏହା ଶକ୍ତିର ପ୍ରତୀକ ମଧ୍ୟ ହୋଇଥାଏ ତେଣୁ ଆପଣ ଏହାକୁ ନିଜର ଭାଗ୍ୟ ବଦଳାଇବାକୁ ମଧ୍ୟ ବ୍ୟବହାର କରି ପାରିବେ ।

ଲବଙ୍ଗ ରୋଷେଇ ଏବଂ ପୂଜାରେ ମଧ୍ୟ ବ୍ୟବହୃତ ହୋଇଥାଏ । ଶନିବାର କିମ୍ବା ରବିବାର ଦିନ ଦିନ ସନ୍ଧ୍ୟା ସମୟରେ ଏକ ପାତ୍ରରେ ଦୁଇଟି ଲବଙ୍ଗ , ପାଞ୍ଚଟି କର୍ପୂର ଏବଂ ଦୁଇଟି ବଡ଼ ଅଳେଇଚ ନେଇ ସମ୍ପୂର୍ଣ୍ଣ ଭାବରେ ଜଳାନ୍ତୁ ଏବଂ ପରେ ସେହି ଅଙ୍ଗାରକୁ ପାଣିରେ ମିଶାଇ ଘରର ମୁଖ୍ୟଦ୍ୱାରରେ ସିଞ୍ଚି ଦିଅନ୍ତୁ । ଏହାଦ୍ବାରା ଜାତକରେ ଶୁକ୍ର ଦୃଢ଼ ହେବା ସହିତ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଜାତକରେ ଶୁକ୍ର ଦୁର୍ବଳ ଥିଲେ ପାଣିରେ ଦୁଇ ଚାମଚ ଅଳେଇଚ ପକାଇ ଫୁଟାଇ ତାହାକୁ ସ୍ନାନ ପାଣିରେ ମିଶାଇ ସ୍ନାନ କଲେ ସମସ୍ତ ଦୋଷ ଦୂର ହୋଇଥାଏ ଏବଂ ଶୁକ୍ର ମଜବୁତ ହୋଇଥାଏ । ଏହି ଉପାୟକୁ ଲଗାତାର କଲେ ଏହାର ଫାଇଦା ନିଶ୍ଚୟ ଦେଖିବାକୁ ମିଳିବ ।

ଏହାବ୍ୟତୀତ ଯଦି ଆପଣ ବ୍ୟବସାୟ କିମ୍ବା ଚାକିରୀରେ ସଫଳତା ପାଇବାକୁ ଚାହାଁନ୍ତି ତେବେ ଶୁକ୍ରବାର ଦିନ ଗୋଟିଏ ଅଳେଇଚ ନେଇ ସେଥିରୁ ଦୁଇଟି ଦାନା ବାହାର କରି ସେଥିରେ ଚିନି ମିଶାଇ ଅଶ୍ୱତ୍ଥ ବୃକ୍ଷ ତଳେ ରଖି ଦିଅନ୍ତୁ ଏବଂ ନିଜର ମନସ୍କାମନା କହି ପଛକୁ ନବୁଲି ଘରକୁ ଚାଲି ଆସନ୍ତୁ । ଆର୍ଥିକ ସମସ୍ୟା ଏକ ଦେଶ ବଡ଼ ସମସ୍ୟା ଅଟେ ତେଣୁ କୌଣସି ମଙ୍ଗଳବାର ଦିନ ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ସାମ୍ନାରେ ସୋରିଷ ତେଲରେ ଦୀପରେ ଦୁଇଟି ଲବଙ୍ଗ ପକାଇ ଦୀପ ଜଳାନ୍ତୁ । ଶ୍ରୀହନୁମାନଙ୍କୁ ନିଜର ସବୁ ମନ କଥା କହି ଦିଅନ୍ତ । କିନ୍ତୁ ମନେ ରଖନ୍ତୁ ଯେ କାର୍ଯ୍ୟ କରିବା ନିତାନ୍ତ ଜରୁରୀ । ଆପଣ କାର୍ଯ୍ୟରେ ଦୃଢ଼ତା ଏବଂ ଅଧ୍ୟବସାୟ ସହିତ ଶ୍ରୀ ହନୁମାନଙ୍କ ଉପରେ ବିଶ୍ୱାସ ରଖିଲେ ସଫଳତା ନିଶ୍ଚୟ ମିଳିବ ।

ବୈବାହିକ ଜୀବନରେ କୌଣସି ସମସ୍ୟା ଥିଲେ ଶୁକ୍ରବାର ଦିନ ଦୁଇଟି ଅଳେଇଚ ଏବଂ ମିଶ୍ରି ନେଇ କୌଣସି ନଦୀ ପାଖରେ ଏକ ପତ୍ର ଉପରେ ତାହାକୁ ରଖି ନିଜର ମନସ୍କାମନା କହି ଦିଅନ୍ତୁ ଏବଂ ତାହାକୁ ଜଳାଶୟରେ ଭସାଇ ପଛକୁ ନବୁଲି ଘରକୁ ପଳାଇ ଆସନ୍ତୁ । ଆର୍ଥିକ ସମସ୍ୟା ଥିଲେ ସବୁଜ ଅଳେଇଚ କୌଣସି କିନ୍ନରଙ୍କୁ ଦାନ କରି ଦିଅନ୍ତୁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ମତାନ୍ତର ଥିଲେ ଶୁକ୍ରବାର ଦିନ ଶ୍ରୀକୃଷ୍ଣଙ୍କ ଆରାଧନା କରି ତିନୋଟି ଅଳେଇଚ ନିଜ ଦେହରେ ସ୍ପର୍ଶ କରାଇ ତାହାକୁ ଏକ ରୁମାଲରେ ବାନ୍ଧି ରଖି ଦିଅନ୍ତୁ । ଆଗାମୀ ଦିନ ଏହାକୁ ତରକାରୀରେ ପକାଇ ନିଜେ ଖାଇବା ସହିତ ନିଜ ପାର୍ଟନରଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତୁ । ଦେଖିବେ ସବୁ ସମସ୍ୟା କିଛି ଦିନ ମଧ୍ୟରେ ଶେଷ ହୋଇଯିବ ।

ଯଦି ଆପଣ ସୁନ୍ଦର ସ୍ତ୍ରୀ ଚାହାଁନ୍ତି ତେବେ କୌଣସି ଗୁରୁବାର ଦିନ କଞ୍ଚା ଅଳେଇଚକୁ ସବୁଜ କପଡ଼ାରେ ବାନ୍ଧି କୌଣସି ଗରିବ କିମ୍ବା କୌଣସି ପାଖ ମନ୍ଦିରରେ ଦେଇ ଦିଅନ୍ତୁ । ଚାକିରୀ କିମ୍ବା ଅନ୍ୟ କାମରେ ଇଚ୍ଛା ମୁତାବକ ସଫଳତା ମିଳୁ ନଥିଲେ ରାତିରେ ଏକ ସବୁଜ କପଡ଼ାରେ ଅଳେଇଚ ବାନ୍ଧି ତକିଆ ତଳେ ରଖି ଦିଅନ୍ତୁ ଏବଂ ଆଗାମୀ ଦିନ କୌଣସି ବାହାର ବ୍ୟକ୍ତିକୁ ଖାଇ ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *