Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ଦାରିଦ୍ର୍ୟତା ଆସିବାର ୯ ଟି ସଙ୍କେତ । ଜାଣନ୍ତୁ ଆପଣଙ୍କ ଘରେ ଏପରି କାମ ହେଉଛି କି ???

ସେୟାର୍ କରନ୍ତୁ

ଘରରେ ଘଟୁଥିବା ପ୍ରତ୍ୟେକ ଘଟଣାକୁ ଏକ ସଙ୍କେତ ଭାବିଲେ ତାହା ନିଶ୍ଚିତ ଭାବରେ ଆଗକୁ ଆସୁଥିବା କିଛି ଘଟଣା ପ୍ରତି ଇଙ୍ଗିତ କରିଥାଏ । ତାହାକୁ ଯଦି ଆପଣ ଜାଣି ପାରନ୍ତି ତେବେ ଆଗାମୀ ସମୟ କେମିତି ରହିବ ତାହା ଆପଣ ଜାଣି ପାରିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରକୁ ଦାରିଦ୍ର୍ୟତା ଆସିବା ପୂର୍ବରୁ ଛୋଟ ଛୋଟ ସଙ୍କେତ ଇସାରା ଦେଇଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ ସେହି ସଙ୍କେତ ଗୁଡ଼ିକ ବିଷୟରେ କହିବୁ । ଘର ଉପରକୁ ଆସୁଥିବା କୌଣସି ସମସ୍ୟା ସର୍ବପ୍ରଥମେ ଘରର ତୁଳସୀ ଗଛ ଉପରେ ପଡ଼ିଥାଏ । ଯେଉଁ କାରଣରୁ ଗଛ ଶୁଖିବା କିମ୍ବା ଝାଉଁଳିବା ଆରମ୍ଭ କରିବା ସହିତ ପତ୍ର ମଧ୍ୟ ଖସି ପାରେ । ଖାଦ୍ୟ ପଦାର୍ଥରେ କଳା ଜନ୍ଦା ପଡ଼ିଯିବା ମଧ୍ୟ ଖରାପ ସମୟ ଦିଗରେ ଇସାରା କରିଥାଏ ।

ଯଦି ଘରେ ଥିବା ଅନ୍ୟ ସାଧାରଣ ଗଛ କ୍ଷେତ୍ରରେ ମଧ୍ୟ ଏପରି ହେଉଥାଏ ତେବେ ମଧ୍ୟ ଆପଣ ଗଛକୁ କାଟି ଦିଅନ୍ତୁ । ବୁଧ ଗ୍ରହ ପ୍ରଭାବିତ ହେଲେ ଦାରିଦ୍ର୍ୟତା ଆସିଥାଏ ଏବଂ ଜୀବନରେ ଅନେକ ସମସ୍ୟା ଆସିଥାଏ । ଗଛରେ ପ୍ରତିଦିନ ପାଣି ଦେଇ ତାହାର ଯତ୍ନ ନେବା ଉଚିତ । ଘରର ଝାଡୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ତେଣୁ ଝାଡ଼ୁ ଉପରେ ପାଦ ପକାଇବା ଲକ୍ଷ୍ମୀଙ୍କୁ ଅନାଦର କରିବା ସହିତ ସମାନ ହୋଇଥାଏ । ସୂର୍ଯ୍ୟାସ୍ତ ସମୟରେ ଘରେ ଝାଡୁ ମାରିବା ଉଚିତ ନୁହେଁ କାରଣ ଏହାଦ୍ବାରା ଘରକୁ ଦାରିଦ୍ର୍ୟତା ଆସିଥାଏ । ଝାଡୁକୁ ସର୍ବଦା ତଳେ ଶୁଆଇ ରଖିବା ଉଚିତ । ନଚେତ ଘରେ କଳହ ଏବଂ କ୍ଳେଶ ବଢ଼ିଥାଏ ।

ଘରର କେହି ସଦସ୍ୟ ବାହାରକୁ ଯିବାର ତୁରନ୍ତ ଝାଡୁ କରନ୍ତୁ ନାହିଁ ବରଂ ଏକ କିମ୍ୱା ଦୁଇ ଘଣ୍ଟା ପରେ ଝାଡୁ ଲଗାନ୍ତୁ । ଝାଡୁକୁ ସର୍ବଦା ଲୋକଙ୍କ ନଜରରୁ ଲିଚେଇ ରଖିବା ଉଚିତ । ଗାଈ କିମ୍ବା ଅନ୍ୟ କୌଣସି ପଶୁକୁ ଝାଡୁରେ ମାରିବା ଉଚିତ ନୁହେଁ । ଯେଉଁ ଘରେ କ୍ଷୀର ଉତୁରି ପଡିଥାଏ ସେହି ଘରେ ମାତା ଲକ୍ଷ୍ମୀ ରୁସ୍ଟ ହୋଇ ଚାଲି ଯାଆନ୍ତି । ଏହାଦ୍ବାରା ଘରେ ଆର୍ଥିକ ସମସ୍ୟା ଦେଖାଦିଏ । ଆପଣ କୌଣସି ସ୍ଥାନକୁ ବାହାରକୁ ଯାଇଥିଲେ ଘରକୁ ପ୍ରବେଶ କରିବା ସମୟରେ ଘରର ମୁଖ୍ୟଦ୍ୱାରରେ ହଠାତ ଝିଟିପିଟି ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ସମସ୍ୟାର ଆଗମନ ହେବାକୁ ଯାଉଛି ।

ନୂଆ ଘରକୁ ପ୍ରବେଶ କରିବା ମାତ୍ରେ ଯଦି ମୃତ ଝିଟିପିଟି ଦେଖୁଛନ୍ତି ତେବେ ସେହି ଘରେ ପୂଜା ଏବଂ ହୋମ ଆଦି କରନ୍ତୁ । ଏହିଭଳି ଶରୀରର ଅଙ୍ଗରେ ଝିଟିପିଟି ପଡ଼ିବା ମଧ୍ୟ ଅନେକ ପ୍ରକାରର ସଙ୍କେତ ନେଇ ଆସିଥାଏ । ଯେପରିକି ମୁଣ୍ଡରେ ପଡ଼ିବା ଆଗାମୀ ସମୟରେ ଖୁସିର ସଙ୍କେତକୁ ବ୍ୟକ୍ତ କରିଥାଏ । କିନ୍ତୁ ଯଦି ଏହା ଆପଣଙ୍କ କେଶରେ ପଡିଥାଏ ତେବେ ଏହା ଖରାପ ସଙ୍କେତ ଦେଇଥାଏ । ଆଖି ଡେଇଁବା ଆପଣଙ୍କର ଆଗାମୀ ସମୟ ପ୍ରତି ଇସାରା ଦେଇଥାଏ । ମହିଳାଙ୍କ ବାମ ଆଖି ଡେଇଁବା ଅର୍ଥ ଆଗାମୀ ସମୟ ଭଲ ହେବ , ଯଦି ବାମ ଆଖି ଚାରି ଦିଗକୁ ଡେଇଁବା ଆରମ୍ଭ କରେ ତେବେ ବିବାହ ଯୋଗ ହୋଇଥାଏ । ମହିଳାଙ୍କ ଡାହାଣ ଆଖି ଡେଇଁବା ଅର୍ଥ ଅଶୁଭ ହୋଇଥାଏ । ପୁରୁଷଙ୍କ କ୍ଷେତ୍ରରେ ଡାହାଣ ଆଖି ଡେଇଁବା ଅର୍ଥ ଶୁଭ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *