Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷ ଦିନ କିଣି ଆଣନ୍ତୁ କେବଳ ଏହି ଗୋଟିଏ ଜିନିଷ । ପୁରା ବର୍ଷ ମିଳିବ ଧନ ।

ସେୟାର୍ କରନ୍ତୁ

ଦୁନିଆରେ ଏଭଳି କୌଣସି ମଣିଷ ନାହାଁନ୍ତି ଯେ ଯେଉଁମାନେ ଖୁସିରେ ରହିବାକୁ ଚାହାଁନ୍ତି ନାହିଁ । ଖୁସିରେ ରହିବାକୁ ସମସ୍ତଙ୍କର ଇଚ୍ଛା ରହିଥାଏ । ତେଣୁ ଆଜି ଆମେ ଆପଣଙ୍କୁ କହିବୁ ଯେ ଜାନୁଆରୀ ୧ , ୨୦୨୪ ରେ କେଉଁ ଜିନିଷ ଆଣି ବେକରେ ଧାରଣ କଲେ ଆପଣଙ୍କ ଭାଗ୍ୟ ବଦଳି ଯିବ ଏବଂ ଆପଣ ବହୁତ ଉନ୍ନତି କରିବେ । ଏଥର ନୂଆ ବର୍ଷ ସୋମବାର ପଞ୍ଚମୀ ତିଥି କୃଷ୍ଣ ପକ୍ଷରେ ପଡୁଛି । ଏହିଦିନ ଆୟୁଷ୍ମାନ ଯୋଗ ସୃଷ୍ଟି ହେଉଛି । ଏହା ପଞ୍ଚମୀ ତିଥିରେ ପଡୁଥିବାରୁ ସ୍ୱାମୀ ନାଗଦେବ ଅଟନ୍ତି । ତେଣୁ ଏହିଦିନ ମହାଦେବଙ୍କୁ ପ୍ରସନ୍ନ କରିପାରୁଥିବା ଭଳି ଜିନିଷ କିଣି ଆଣନ୍ତୁ ।

୧ . ରୁଦ୍ରାକ୍ଷ:-

ଆପଣ ଏହିଦିନ ଏକମୁଖୀ , ଦୁଇମୁଖୀ କିମ୍ବା ଚାରିମୁଖୀ ରୁଦ୍ରାକ୍ଷ ମଧ୍ୟ କିଣି ଘରକୁ ଆଣି ପାରିବେ । ଏହାକୁ ଆଣି ଗଙ୍ଗା ଜଳରେ ଧୋଇ ଧୂପ ଦୀପ ଦେଖାଇ ଓଁ ନମଃ ଶିବାୟ କହି ଶିବଲିଙ୍ଗରେ ପାଞ୍ଚ ଥର ସ୍ପର୍ଶ କରାଇ ଦିଅନ୍ତୁ । ଏପରି କଲେ ରୁଦ୍ରାକ୍ଷ ଜାଗ୍ରତ ହୋଇଯିବ । ଏହାକୁ ଧାରଣ କଲେ ବହୁତ ଲାଭ ହେବ ଏବଂ ଆପଣଙ୍କ ଭାଗ୍ୟ ଚମକିବ ।

୨ . ରୁପାର ନାଗ ନାଗୁଣି ଯୋଡ଼ା:-

ପଞ୍ଚମୀ ତିଥିର ଦେବତା ନାଗ ଦେବତା ତେଣୁ ତାଙ୍କୁ ପ୍ରସନ୍ନ କରିବା ପାଇଁ ରୁପାର ନାଗ ନାଗୁଣି ଯୋଡ଼ା ଘରକୁ ଆଣି ପାରିବେ । ଏହାକୁ ଘରର ମନ୍ଦିରରେ ରଖି ପୂଜା କରନ୍ତୁ । ବର୍ଷ ସାରା ସୌଭଗ୍ୟ ପ୍ରାପ୍ତି ହେବ । ମାନ ସମ୍ମାନ ଏବଂ ଯଶ ପ୍ରାପ୍ତି ହେବ । ଏହାବ୍ୟତୀତ ଆପଣ ନନ୍ଦି ମହାରାଜଙ୍କ ଷ୍ଟାଚୁ ମଧ୍ୟ ଆଣି ପାରିବେ ।

୩ . ଚିନି ଏବଂ ମିଶ୍ରୀ:-

ଆପଣ ଏହିଦିନ ଘରକୁ ଚିନି ଏବଂ ମିଶ୍ରୀ ଦୁଇଟି ମଧ୍ୟରୁ କୌଣସି ଗୋଟିଏ ନିଶ୍ଚୟ କିଣି ଆଣନ୍ତୁ । ଏହି ଦୁଇଟି ଶୁକ୍ର ଗ୍ରହର ସଙ୍କେତ ଅଟେ ଯାହାକି ତାଙ୍କୁ ମଜବୁତ କରିଥାଏ । ଆପଣ ଏହାକୁ ଆଣି ମହାଦେବଙ୍କୁ ଅର୍ପିତ କରିବା ସହିତ ବର୍ଷ ସାରା କାଚ ଡବାରେ ଷ୍ଟୋର କରି ରଖିଲେ ବର୍ଷ ସାରା ଧନ ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବ । ଏହାଦ୍ୱାରା ପୁରା ବର୍ଷ ଧନର ବର୍ଷା ହେବ ।

୪ . ଧଳା କିମ୍ବା କଳା ରଙ୍ଗର ରୁମାଲ:-

ଆପଣ ଏହିଦିନ ଧଳା କିମ୍ବା କଳା ରଙ୍ଗର ରୁମାଲ କିଣି ପାରିବେ । ଧଳା ରଙ୍ଗ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏହାଦ୍ବାରା ପୁରା ବର୍ଷ ମହାଦେବଙ୍କ କୃପା ପ୍ରାପ୍ତ ହେବ । ଏହାବ୍ୟତୀତ ଆପଣ କଳା ରାଶି ମଧ୍ୟ ଘରକୁ ଆଣି ଶିବଲିଙ୍ଗରେ ଅର୍ପିତ କରି ପାରିବେ ।

୫ . ଧୁତୁରା ଗଛର ଚେର:-

ଏହିଦିନ ଆପଣ ଧୁତୁରା ଗଛର ଚେର ଆଣି ତମ୍ବା କିମ୍ବା ରୁପାର ତାବିଜରେ ପୁରାଇ ଧାରଣ କରନ୍ତୁ । ଦେଖିବେ ଆପଣଙ୍କ ଭାଗ୍ୟ ବଦଳିଯିବ ଏବଂ ବର୍ଷ ସାରା ଆପଣ ଖୁସିରେ ରହିବେ । ଏହାବ୍ୟତୀତ ନବଗ୍ରହ ପୀଡ଼ାରୁ ମଧ୍ୟ ମୁକ୍ତି ମିଳିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *