Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ତକିଆ ତଳେ ରଖନ୍ତୁ ଏକ ଟଙ୍କିଆ କୋଏନ । ଏଭଳି ଚମକିବ ଭାଗ୍ୟ , ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।

ସେୟାର୍ କରନ୍ତୁ

ଜୀବନରେ ଚାଲିଥିବା ସବୁ ପ୍ରକାରର ସମସ୍ୟା ଗ୍ରହ ଦୋଷ କିମ୍ବା ବାସ୍ତୁ ଦୋଷ କାରଣରୁ ହୋଇଥାଏ । ଏହି କାରଣରୁ ଭାଗ୍ୟ ମଧ୍ୟ ନଷ୍ଟ ହୋଇଯାଏ । ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଥିବା କିଛି ବିଶେଷ ଉପାୟ ଦ୍ୱାରା ଆପଣ ଏହି ସମସ୍ୟାକୁ ଦୁରେଇ ଦେଇ ପାରିବେ । ମନୁଷ୍ୟ ନିଜ ଶୋଇବା ସମୟରେ କିଛି ବାସ୍ତୁ ଦୋଷ ପାଳନ କଲେ ଜୀବନରେ କୌଣସି ସମସ୍ୟା ଆସିବ ନାହିଁ । ଆପଣ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇ ପାରିବେ । କିନ୍ତୁ ଆପଣ ଦକ୍ଷିଣ ଦିଗକୁ ଗୋଡ଼ କରି ଶୋଇବା ଉଚିତ ନୁହେଁ । ଦକ୍ଷିଣ ଦିଗକୁ ଗୋଡ଼ କରି ଶୋଇଲେ ପୃଥିବୀର ଚୁମ୍ବକୀୟ ଧାରା ପ୍ରବହିତ ହୋଇଥାଏ । ଯାହାକି ଶରୀର ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଆପଣ ଚାହିଁଲେ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇ ପାରିବେ ।

ଏହାଦ୍ବାରା ସଠିକ ଭାବରେ ଶକ୍ତିର ପ୍ରବାହ ହୋଇଥାୟଏ । ପୂର୍ବକୁ ମୁଣ୍ଡ କରି ଶୋଇଲେ ମଣିଷର ଭୌତିକ କ୍ଷମତା ଶେଷ ହୋଇଥାଏ । ଏହାଦ୍ବାରା ଏକାଗ୍ରତା ମଧ୍ୟ ବଢ଼ିଥାଏ । ସକାଳୁ ଦିନର ଆରମ୍ଭ ସକାରାତ୍ମକ ଶକ୍ତି ସହିତ କରିବା ଉଚିତ । ତେଣୁ ରାତିରେ ଶୋଇବା ସମୟରେ ତକିଆ ତଳେ କୌଣସି ଲୁହା ଜିନିଷ ରଖି ଦିଅନ୍ତୁ । ଏହାଦ୍ବାରା କୌଣସି ନକରାତ୍ମକ ଶକ୍ତି ଆପଣଙ୍କୁ ସ୍ପର୍ଶ କରି ପାରିବ ନାହିଁ । ଯଦି ଆପଣ କୌଣସି କାର୍ଯ୍ୟ ଆରମ୍ଭ କରୁଛନ୍ତି ଏବଂ ସେଥିରେ ବାଧା ଆସୁଛି ତେବେ ରାତିରେ ଶୋଇବା ସମୟରେ ତକିଆ ତଳେ ସୁନା କିମ୍ବା ରୂପାର ମୁଦ୍ରା ରଖି ଦିଅନ୍ତୁ । ଏହାଦ୍ବାରା ଭାଗ୍ୟ ପରିବର୍ତ୍ତିତ ହେବା ସହିତ ମାତା ଲକ୍ଷ୍ମୀ ମଧ୍ୟ ସେହି ବ୍ୟକ୍ତି ଉପରେ ପ୍ରସନ୍ନ ହୁଅନ୍ତି ।

ଯଦି ଆପଣ ଖରାପ ସ୍ୱପ୍ନ ଦେଖୁଛନ୍ତି ତେବେ ତକିଆ ତଳେ ରସୁଣ ପାଖୁଡ଼ା ରଖି ଶୁଅନ୍ତୁ । ଏହାଦ୍ବାରା ନିଦ ଭଲ ଆସିବା ସହିତ ଜୀବନରେ ସକାରାତ୍ମକତା ବଜାୟ ରହିଥାଏ । ଯଦି ଆପଣ ଧନ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ମୂଳା ରଖି ଶୁଅନ୍ତୁ ଏବଂ ସକାଳୁ ତାହାକୁ କୌଣସି ଶିବ ମନ୍ଦିରରେ ଦାନ କରି ଦିଅନ୍ତୁ । ଏହାଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ । ଯଦି ଆପଣଙ୍କର ପାରିବାରିକ ସମସ୍ୟା ସହିତ ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ରାତିରେ ଶୋଇବା ପୂର୍ବରୁ ଏକ ସବୁଜ କପଡ଼ାରେ ମୁଗ ଡାଲି ବାନ୍ଧି ମାତା ଦୁର୍ଗାଙ୍କ ମନ୍ଦିରରେ ଅର୍ପିତ କରି ଦିଅନ୍ତୁ । ଏହାଦ୍ବାରା ବ୍ୟବସାୟରେ ଉନ୍ନତି ଆସିବା ସହିତ ସମ୍ପର୍କ ମଧ୍ୟ ମଧୁର ହେବ ।

ଯଦି ଆପଣ ହଠାତ ଭୟଭୀତ ହେଉଛନ୍ତି ଏବଂ ମୃତ୍ୟୁ ଭୟ ଆପଣଙ୍କ ମନକୁ ଆସୁଛି ତେବେ ରାତିରେ ଶୋଇବା ପୂର୍ବରୁ ହନୁମାନ ଚାଳିଶା ପାଠ କରନ୍ତୁ ।ଏହାଦ୍ବାରା ଭଗବାନ ହନୁମାନ ଆପଣଙ୍କ ମନକୁ ଆସୁଥିବା ଖରାପ ଭାବନା ଦୂର କରିବା ସହିତ ଶକ୍ତି ମଧ୍ୟ ପ୍ରଦାନ କରିବେ । ଯଦି ଆପଣ କରଜ ସମସ୍ୟାରେ ବୁଡ଼ି ରହିଛନ୍ତି ତେବେ ରାତିରେ ଶୋଇବା ସମୟରେ ତକିଆ ତଳେ ପାନମହୁରୀ ରଖି ଶୁଅନ୍ତୁ । ଆପଣଙ୍କ ସମସ୍ୟା ଦୂର ହୋଇଯିବ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *