Excuse Me Odisha

ଯାହା କହିବୁ ସତ କହିବୁ

ଗାଈକୁ ବାସୀ ରୋଟି ଖୁଆଇଲେ ବହୁତ ଜଲଦି ହୋଇଯିବେ କୋଟିପତି । ଜାଣନ୍ତୁ କାହିଁକି ??…….

ସେୟାର୍ କରନ୍ତୁ

ସନାତନ ଧର୍ମରେ ଗାଈକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନା ଯାଇଛି । ଏହାବ୍ୟତୀତ ପ୍ରତ୍ୟେକ ହିନ୍ଦୁ ଘରରେ ଗାଈର ସେବା ନିଃସ୍ୱାର୍ଥ ଭାବରେ କଲେ ଜୀବନ ବଦଳି ଯାଇଥାଏ । କିନ୍ତୁ ଗାଈ ରଖିବାକୁ ଅସମର୍ଥ ଥିଲେ ଘରେ ନରଖି ଅନ୍ୟର ଗାଈ କିମ୍ବା ଗୋଶାଳାରେ ଥିବା ଗାଈ ନିମିତ୍ତ ଖାଇବାକୁ ଦାନ କରି ପାରିବେ । ଏହାଦ୍ବାରା ମଧ୍ୟ ସମାନ ପୁଣ୍ୟ ପ୍ରାପ୍ତ ହୋଇଥାଏ । ଗାଈକୁ କେବେବି ପଚାସଢ଼ା , ବଳକା ଏବଂ ବାସୀ ଜିନିଷ ଖୁଆଇବା ଉଚିତ ନୁହେଁ । ବରଂ ପ୍ରତ୍ୟେକ ଦିନ ଘରେ ତିଆରି ହେଉଥିବା ପ୍ରଥମ ରୋଟି ଗାଈକୁ ଖୁଆଇ ଦିଅନ୍ତୁ । ଗାଈ ମଧ୍ୟରେ ତେତିଶ କୋଟି ଦେବଦେବୀ ବାସ କରନ୍ତି । ଗୁରୁବାର ଦିନ ରୋଟିରେ ଏକ ଚିମୁଟା ହଳଦୀ ଲାଗିଆ ଗାଈକୁ ଖୁଆଇଲେ ଗୁରୁ ଗ୍ରହ ମଜବୁତ ହୋଇଥାଏ ।

ମାନସିକ ଅସୁସ୍ଥତା ଥିଲେ ରୋଟିରେ ଗୁଡ଼ ଲଗାଇ ଖାଇବାକୁ ଦିଅନ୍ତୁ । ଗାଈକୁ ଅଶ୍ୱତ୍ଥ ପତ୍ର ଖୁଆଇବାକୁ ଚାହୁଁଥିଲେ ତାହାକୁ ତୋଳି ଖୁଆନ୍ତୁ ନାହିଁ । ଗାଈକୁ କ୍ଷୀର ଖୁଆଇବା ଉଚିତ ନୁହେଁ । ଆପଣ ଚାହିଁଲେ ଦହି ଭାତ ଖୁଆଇ ପାରିବେ । ନଚେତ ଘରକୁ ଦାରିଦ୍ର୍ୟତା ଆସିଥାଏ । ଗାଈ ଅତ୍ୟନ୍ତ ଶୁଭ ହୋଇଥାଏ ତେଣୁ କୌଣସି ଭୂଭାଗରେ ଘର ବନାଇବା ପୂର୍ବରୁ ସେଠାରେ ପ୍ରଥମେ ଗୋଟିଏ ଗାଈ ଏବଂ ବାଛୁରୀ କିଛି ଦିନ ପର୍ଯ୍ୟନ୍ତ ବାନ୍ଧି ଦିଅନ୍ତୁ । କୌଣସି ନକରାତ୍ମକତା ଥିଲେ ଦୂର ହୋଇଯିବ । ଏକା ସାଥିରେ ଗାଈ ବାଛୁରୀ ଦର୍ଶନ ଶୁଭ ହୋଇଥାଏ ଏବଂ ଘର ଚାରି ପଟେ ଗାଈ ଘୁରି ବୁଲିଲେ ଏହା ଘରକୁ ଆସୁଥିବା ଭଲ ସମୟର ସଙ୍କେତ ଦେଇଥାଏ ।

ଗାଈର ପାଖାପାଖି ରହିଲେ ସରଦି , କାଶ ଏବଂ ଥଣ୍ଡା ଭଳି ସମସ୍ୟା ଦୂର ହୋଇଥାଏ । ଗାଈ ଠାରୁ ମିଳୁଥିବା ପଞ୍ଚଗବ୍ୟ ଏକାଧିକ ରୋଗର ନିରାକରଣ ଅଟେ । ଅନେକ ସମୟରେ ମନୁଷ୍ୟ ଗୋମାତାଙ୍କୁ ଅଇଁଠା ଖାଦ୍ୟ ଖୁଆଇ ଥାଏ । କିନ୍ତୁ ବାସ୍ତବରେ ତ୍ରେତୟା ଯୁଗରେ ଗୋମାତାଙ୍କୁ ମିଳୁଥିବା ଅଭିଶାପ କାରଣରୁ ହିଁ ଗୋମାତାଙ୍କୁ ଅଇଁଠା ଖାଇବାକୁ ପଡ଼ିଥାଏ । ତ୍ରେତୟା ଯୁଗରେ ମାତା ସୀତା ରାମଚନ୍ଦ୍ର ଏବଂ ଲକ୍ଷ୍ମଣଙ୍କ ସହିତ ପିତୃ ପକ୍ଷରେ ପିତାଙ୍କ ଶ୍ରାଦ୍ଧ ପାଇଁ ଗୟାରେ ପହଞ୍ଚିଲେ । ଆବଶ୍ୟକୀୟ ଜିନିଷ ଯୋଗାଡ଼ ପାଇଁ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ଚାଲି ଯିବାରୁ ମାତା ସୀତା ଅପେକ୍ଷା କରି ରହିଥାନ୍ତି । କିନ୍ତୁ ସମୟ ଗଡ଼ିବାରୁ ଏବଂ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାର ଉଚିତ ସମୟ ଆସିବାରୁ ମାତା ସୀତା ଦଶରଥଙ୍କ ନାମରେ ଶ୍ରାଦ୍ଧ ଦେଲେ ତାହା ପୁଣି କେତକୀ ଫୁଲ , ଫାଲ୍ଗୁ ନଦୀ , ବଟ ବୃକ୍ଷ ଏବଂ ଗୋମାତାଙ୍କୁ ସାକ୍ଷୀ ରଖି ପିଣ୍ଡ ଦାନ କରିଦେଲେ ।

ଆଉ ଯେତେବେଳେ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ଆସି ଦେଖନ୍ତି ମାତା ସୀତା ପିଣ୍ଡ ଦାନ କରିଥିବା କହିଲେ । ପ୍ରମାଣ ସ୍ୱରୂପ ଯେତେବେଳେ ମାତା ସୀତା ସାକ୍ଷୀଙ୍କୁ ପଚାରିଲେ । କେବଳ ବଟ ବୃକ୍ଷକୁ ଛାଡ଼ି ଅନ୍ୟ ସମସ୍ତେ ମିଥ୍ୟା କହିଲେ ଯେ ମାତା ସୀତା ପିଣ୍ଡ ଦାନ କରି ନାହାଁନ୍ତି । ଯେଉଁ କାରଣରୁ ମାତା ସୀତା ସେ ସମସ୍ତଙ୍କୁ ଅଭିଶାପ ଦେଇଥିଲେ ଏବଂ ଗୋମାତାଙ୍କୁ ଦେଇଥିବା ଅଭିଶାପ ଅନୁଯାୟୀ ଗୋମାତା ପୂଜ୍ୟ ହୋଇ ମଧ୍ୟ ଅଇଁଠା ଖାଇବେ ବୋଲି କହିଥିଲେ । କେବଳ ବଟ ବିହାରୀ ବୃକ୍ଷଙ୍କୁ ଆଶୀର୍ବାଦ କରି ବରଦାନ ଦେଇଥିଲେ । ସେବେଠାରୁ ବର ଗଛର ମହତ୍ତ୍ୱ ଅନନ୍ୟ ଅଟେ ଏବଂ ଏହି ଗଛ ପୂଜ୍ୟ ଅଟେ । ଯଦି ଆପଣ ଗ୍ରହ ଦୋଷକୁ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ଗାଈକୁ ପ୍ରତ୍ୟେକ ଦିନ ଘରର ପ୍ରଥମ ରୋଟି ଖାଇବାକୁ ଦିଅନ୍ତୁ । ସବୁ ପ୍ରକାରର ଗ୍ରହ ଦୋଷ ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *