ଡିସେମ୍ବର ୧୨ ମଙ୍ଗଳବାର ଦିନ ରହିଛି ମହାସଂଯୋଗ । ଘରେ ଏହି ସ୍ଥାନରେ ରଖି ଦିଅନ୍ତୁ ଗୋଟିଏ ଲବଙ୍ଗ । ରହିବ ନାହିଁ ଧନ ଜନିତ ସମସ୍ୟା ।
ପ୍ରାଚୀନ କାଳରୁ ହୋଇ ଆସୁଥିବା ଦୁଇଟି ଲବଙ୍ଗକୁ ନେଇ କରାଯାଉଥିବା ଏକ ଖାସ ଉପାୟ ଦ୍ୱାରା ଆପଣ ସ୍ୱୟଂ ଭଗବାନ ଶ୍ରୀହନୁମାନଙ୍କ କୃପା ପାଇବା ସହିତ ନିଜ ଜୀବନର ସବୁ ସମସ୍ୟା ଦୂର କରି ପାରିବେ । ସବୁ ବାର ଭଳି ମଙ୍ଗଳବାର ଏକ ବିଶେଷ ଦିନ ଏବଂ ଏହି ଦିନଟି ଭଗବାନ ଶ୍ରୀହନୁମାନଙ୍କର ବୋଲି ମାନା ଯାଇଥାଏ । ଶ୍ରୀହନୁମାନଙ୍କର ପ୍ରିୟ ଜିନିଷ ହେଉଛି ଲବଙ୍ଗ । ତେଣୁ ଏହିଦିନ ଆପଣ ଶ୍ରୀହନୁମାନଙ୍କୁ ଏହି ଲବଙ୍ଗ ଦ୍ୱାରା ପ୍ରସନ୍ନ କରି ପାରିବେ । କାରଣ ଲବଙ୍ଗର ଆକାର ଶ୍ରୀହନୁମାନଙ୍କ ଗଦା ଭଳି । ଲବଙ୍ଗରେ ଅନେକ ଦିବ୍ୟ ଶକ୍ତି ମାନଙ୍କର ବାସ ହୋଇଥାଏ ।
ତେଣୁ ତାନ୍ତ୍ରିକ ମାନେ ମଧ୍ୟ ଲବଙ୍ଗର ମାଳା ପିନ୍ଧିଥାନ୍ତି । ଆଜିକାର ଲେଖାରେ ଆମେ ଆପଣଙ୍କୁ ସେହି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ । ଏହି ଉପାୟ ଦ୍ୱାରା ଆପଣଙ୍କ ଉପରେ ଭଗବାନ ଶ୍ରୀହନୁମାନ ପ୍ରସନ୍ନ ହେବା ସହିତ ଆପଣଙ୍କ ଜାତକରେ ମଙ୍ଗଳ ଦୃଢ଼ ମଧ୍ୟ ହେବ ।
୧ . ଚାକିରୀ ପ୍ରାପ୍ତିର ମହାଉପାୟ:-
ଏହି ଉପାୟକୁ କରିବା ପାଇଁ କୌଣସି ମଙ୍ଗଳବାର ଦିନ ଏକ ଲେମ୍ବୁ , ଗୋଟିଏ ନାଲି କପଡ଼ା ଏବଂ ଚାରୋଟି ଲବଙ୍ଗ ନେଇ ହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ । ହନୁମାନଙ୍କ ସାମ୍ନାରେ ଏକ ଚମେଲି ତେଲ ଦୀପ ଜାଳି ପ୍ରଥମେ ଲେମ୍ବୁକୁ ଦୁଇ ଭାଗ କରି ଦିଅନ୍ତୁ । ଗୋଟିଏ ଭାଗକୁ କୌଣସି ପ୍ରବାହିତ ଜଳରେ ଭସାଇ ଅନ୍ୟ ଭାଗରେ ଚାରୋଟି ଲବଙ୍ଗ ପୋତି ଶ୍ରୀହନୁମାନଙ୍କ ବୀଜ ମନ୍ତ୍ର ” ଶ୍ରୀ ହନୁମତେ ନମଃ ” ଜପ କରନ୍ତୁ । ଏହାପରେ ତାହାକୁ ନାଲି କପଡ଼ାରେ ଗୁଡ଼ାଇ ଯେଉଁଦିନବି କୌଣସି ଚାକିରୀ ଇଣ୍ଟରଭିଉ ପାଇଁ ଯିବେ ସାଙ୍ଗରେ ନେଇ ଯାଆନ୍ତୁ । ଦେଖିବେ ଆପଣ ନିଶ୍ଚୟ ସଫଳ ହେବେ ।
୨ . ଘରର ଉନ୍ନତି ପାଇଁ ମହାଉପାୟ:-
ଘରେ ସବୁବେଳେ କଳି ଝଗଡ଼ା ହେଉଥିଲା ତାହାର କାରଣ ହେଉଛି ନକରାତ୍ମକ ଶକ୍ତି ଏବଂ କଳାଯାଦୁର ପ୍ରଭାବ । ତେଣୁ କୌଣସି ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ଘରର ଦ୍ୱାର ଠାରୁ ପ୍ରତ୍ୟେକ କୋଣରେ ଗୋଟିଏ ଲେଖାଏଁ ସୋରିଷ ତେଲ ଦୀପ ଜାଳି ସେଥିରେ ଗୋଟିଏ ଲେଖାଏଁ ଲବଙ୍ଗ ପକାଇ ଦିଅନ୍ତୁ । ଦେଖିବେ ଘରର ନକରାତ୍ମକତା ନଷ୍ଟ ହୋଇଯିବ ଏବଂ ଭଗବାନ ଶ୍ରୀହନୁମାନଙ୍କ କୃପା ବର୍ଷା ମଧ୍ୟ ହେବ ।
୩ . ଭାଗ୍ୟର ସାଥ ପାଇଁ ମହାଉପାୟ:-
ଭାଗ୍ୟର ସାଥ ନଦେବା ଅର୍ଥ ମଙ୍ଗଳ ଗ୍ରହ ଦୁର୍ବଳ । ତେଣୁ ପାଞ୍ଚଟି ମଙ୍ଗଳବାର ପର୍ଯ୍ୟନ୍ତ ତାମସିକ ଭୋଜନ କରନ୍ତୁ ନାହିଁ ଏବଂ ପ୍ରଥମ ମଙ୍ଗଳବାର ଦିନ ସକାଳୁ ସ୍ନାନ କରି ଏକ ଚମେଲି ତେଲ ଦୀପ ଜାଳି ହନୁମାନ ମନ୍ଦିରକୁ ନେଇ ଯାଆନ୍ତୁ ଏବଂ ହାତରେ ଦୁଇଟି ଲବଙ୍ଗ ଧରି ୧୧ ଥର ହନୁମାନ ଚାଳିଶା ପାଠ କରି ସେହି ଦୀପରେ ପକାଇ ଦିଅନ୍ତୁ । ଏହିପରି ପାଞ୍ଚଟି ମଙ୍ଗଳବାର ପର୍ଯ୍ୟନ୍ତ କରନ୍ତୁ । ଦେଖିବେ ଭାଗ୍ୟ ପ୍ରବଳ ହେବ ଏବଂ ଧନ ଜନିତ ସମସ୍ୟା ରହିବ ନାହିଁ ।