Excuse Me Odisha

ଯାହା କହିବୁ ସତ କହିବୁ

ବଡ଼ ଶୁକ୍ରବାର ଦିନ ଘରର ମୁଖ୍ୟଦ୍ୱାରରୁ ଫିଙ୍ଗି ଦିଅନ୍ତୁ ଏହି ଗୋଟିଏ ଜିନିଷ । ଦାରିଦ୍ର୍ୟତା ଭୁଲିଯିବ ଆପଣଙ୍କ ଘରର ରାସ୍ତା ।

ସେୟାର୍ କରନ୍ତୁ

କାହାକୁବା ଧନ ପ୍ରାପ୍ତିର ଇଚ୍ଛା ନଥାଏ ? ଧନ ଏକ ଏମିତି ଜିନିଷ ଯାହା ପାଇଁ ଲୋକେ ଦିନରାତି ପରିଶ୍ରମ କରନ୍ତି । କିନ୍ତି କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଖରାପ କାମ କରି ଧନ ଅର୍ଜନ କରିବାକୁ ଚେଷ୍ଟା କରନ୍ତି । ଯେଉଁ କାରଣରୁ ଧନର ଦେବୀ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି । ଆଉ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଯେତେ ଟଙ୍କା ରୋଜଗାର କଲେବି ତାଙ୍କ ପାଖରେ ଟଙ୍କା ରହେନାହିଁ ଏବଂ ଶେଷ ହୋଇଯାଏ । ଏମିତିରେ ତ ଲକ୍ଷ୍ମୀ କିମ୍ବା ଟଙ୍କା ଚଞ୍ଚଳ । କିନ୍ତୁ ଅତିକମରେ ତାହା ମନୁଷ୍ୟର ଆବଶ୍ୟକତା ସମୟରେ ପ୍ରଯ୍ୟାପ୍ତ ପରିମାଣରେ ରହିବା ଉଚିତ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଶୁକ୍ର ଗ୍ରହକୁ ମଜବୁତ କରିବା ପାଇଁ ଏବଂ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କିଛି ସହଜ ଉପାୟ ବିଷୟରେ କହିବୁ ।

ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କିମ୍ବା ଶୁକ୍ର ଗ୍ରହକୁ ମଜବୁତ କରିବା ପାଇଁ ସକାଳୁ ଉଠି ଘରକୁ ଭଲଭାବରେ ପରିଷ୍କାର କରି ସାରିବା ପରେ ସ୍ନାନ କରନ୍ତୁ । ଏକ ଲୋଟା ଜଳରେ ପେଶା ହଳଦୀ ମିଶାଇ ରଖିବା ପରେ ମନ୍ଦିରକୁ ପରିଷ୍କାର କରନ୍ତୁ ଏବଂ ସବୁ ଦେବଦେବୀଙ୍କ ମୂର୍ତ୍ତିକୁ ଅଭିଷେକ କରନ୍ତୁ । ହଳଦୀ ମିଶା ଜଳ ଲୋଟାକୁ ଠାକୁର ଘରେ ତଳେ ଚାଉଳ କିମ୍ବା ଫୁଲ ପାଖୁଡ଼ା ଦେଇ ଗୋଟିଏ ଘିଅ ଦୀପ ଏବଂ ଗୋଟିଏ ଧୂପ ଜଳାଇ ଦିଅନ୍ତୁ । ଏତିକି କାମ କଲେ ପୂଜା ସପୂର୍ଣ୍ଣ ହୋଇଯିବ । ସର୍ବପ୍ରଥମେ ଭଗବାନ ଗଣେଶ ଏବଂ ତାପରେ ମାତା ଲକ୍ଷ୍ମୀଙ୍କୁ ତିଳକ କରି ପୂଜା କରନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କ ମନ୍ତ୍ର’ ଓଁ ହ୍ରୀଂ ଶ୍ରୀଙ୍ଗ କ୍ଲିଙ୍ଗ ‘ ୨୧ ଥର ଜପ କରନ୍ତୁ ।

ନିଜ ଇଷ୍ଟ ଦେବତାଙ୍କୁ ପୂଜା କରିବା ପରେ ହଳଦୀ ଲୋଟା ଜଳରୁ ଅଳ୍ପ ନେଇ ନିଜର ଦୁଇ ଆଖିରେ ଲଗାଇ ଘରର ମୁଖ୍ୟଦ୍ୱାରରେ ସିଞ୍ଚି ମାତା ଲକ୍ଷ୍ମୀଙ୍କୁ ଆବାହନ କରନ୍ତୁ ଏବଂ ଘରେ ସ୍ଥାୟୀ ବାସ କରିବାକୁ ପ୍ରାର୍ଥନା କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କର ସ୍ଥାୟୀ ବାସ ହୋଇଥାଏ ଏବଂ ଘର ଧନ ଧାନ୍ୟରେ ଭରିଯାଏ ଏବଂ ଘରେ କୌଣସି ପ୍ରକାରର ଅଭାବ ହୁଏନାହିଁ । ବଳକା ହଳଦୀ ପାଣକୁ ପୁରା ଘରେ ସିଞ୍ଚି ଦିଅନ୍ତୁ । ଏହାଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହୋଇଥାଏ ଏବଂ ଘରେ ଧନ ମଧ୍ୟ ସ୍ଥାୟୀ ହୋଇଥାଏ । ପୂଜାଘରେ ଥିବା ଜଳକୁ ଶେଷରେ ଆପଣ ନିଜେ ପ୍ରସାଦ ଆକାରରେ ଗ୍ରହଣ ମଧ୍ୟ କରି ପାରିବେ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଶେଷରେ ବଳକା ଜଳକୁ କୌଣସି ପରିଷ୍କାର ଗଛର ମୂଳରେ ଢ଼ାଳି ଦିଅନ୍ତୁ ।

ପ୍ରତ୍ୟେକ ଶୁକ୍ରବାର ଏବଂ ପୂର୍ଣ୍ଣିମା ଦିନ ଏହି ଉପାୟ କଲେ ଏହା ଅଧିକ ପ୍ରଭାବୀ ହେବ । ଆଉ ଏକ ଉପାୟ ଅନୁଯାୟୀ ପ୍ରତ୍ୟେକ ଦିନ ସକାଳୁ ଉଠି ସ୍ନାନ କରି ମାତାଙ୍କୁ ଘିଅ ଦୀପ ଅର୍ପିତ କରି କୋମଳ ବୀଜ ମାଳା ଧରି ୧୦୮ ଥର ମାତା ଲକ୍ଷ୍ମୀଙ୍କ ନାମ ଜପ କରିବା ଉଚିତ । ମନ୍ତ୍ରଟି ହେଉଛି ” ଓଁ ଶ୍ରୀଂ ଶ୍ରୀଂ ମହାଲକ୍ଷ୍ମୈ , ଓଁ ଶ୍ରୀଂ ଶ୍ରୀଂ ନମଃ ” । ଏହି ମନ୍ତ୍ର ପ୍ରତ୍ୟେକ ଦିନ ଜପ କଲେ ଧନର ଦେବୀ ମାତା ଲକ୍ଷ୍ମୀ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି ଏବଂ ଧନର ଅଭାବ ଦୂର ହୋଇଯାଏ ।ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଦକ୍ଷିଣାବର୍ତ୍ତି ଶଙ୍ଖରେ ଜଳ ନେଇ ଭଗବାନ ବିଷ୍ଣୁଙ୍କ ଅଭିଷେକ କରନ୍ତୁ । ପ୍ରତ୍ୟେକ ଶୁକ୍ରବାର ଏହି ଉପାୟ କରିବା ଦ୍ୱାରା ଘର ପରିବାର ଉପରେ ମାତା ଲକ୍ଷ୍ମୀଙ୍କ କୃପା ବଜାୟ ରହେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *