Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱପ୍ନରେ ସାପ ଦେଖିଲେ ମିଳିଥାଏ ଏହି ପାଞ୍ଚଟି ସଙ୍କେତ । ଦୁର୍ଲଭ କରନ୍ତୁ ନାହିଁ ନଚେତ ମିଳିପାରେ ଦୁଃଖ ।

ସେୟାର୍ କରନ୍ତୁ

ପ୍ରତ୍ୟେକ ମନୁଷ୍ୟ କେବେ ନା କେବେ ସ୍ୱପ୍ନ ଦେଖିଥାଏ ଏବଂ ସେସବୁ ସ୍ୱପ୍ନ ନିଜ ମଧ୍ୟରେ ହିଁ ଅନେକ ରହସ୍ୟ ଲୁଚାଇ ରଖିଥାଏ । ଅନେକ ସମୟରେ ମନୁଷ୍ୟର ସ୍ୱପ୍ନରେ ଜୀବଜନ୍ତୁ ଆସିଥାଏ ଯାହାକି ଅନେକ ସଙ୍କେତ ଦେଇଥାଏ । କିନ୍ତୁ ମନୁଷ୍ୟ ସେହିସବୁ ସଙ୍କେତ ଜାଣିବାରେ ସମର୍ଥ ହୋଇପାରେ ନାହିଁ । ସେହିସବୁ ସଙ୍କେତ କେତେବେଳେ ଧନ ସମ୍ବନ୍ଧୀୟ ହୋଇଥାଏ ତ କେତେବେଳେ ସଫଳତା ସମ୍ବନ୍ଧୀୟ ହୋଇଥାଏ । ତାହା ପୁଣି ପ୍ରେମ କିମ୍ବା ପାରିବାରିକ ସମ୍ବନ୍ଧୀୟ ମଧ୍ୟ ହୋଇପାରେ । ଯାହାକୁ ମନୁଷ୍ୟ ବୁଝିବା ମଧ୍ୟ ନିତାନ୍ତ ଜରୁରୀ ଅଟେ । ଯାହାଦ୍ୱାରା ଜୀବନ ସହଜ ହୋଇ ପାରିବ ।

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସ୍ୱପ୍ନରେ ସାପ ଦେଖାଗଲେ କେଉଁ ଖାସ ସଙ୍କେତ ଦେଇଥାଏ ସେହି ବିଷୟରେ କହିବୁ ।

ସାଧରଣତଃ ସାପକୁ ଧୃତତ , ଦୁଷ୍ଟତା ଏବଂ ଧୋକାର କାରକ ମାନା ଯାଏ । ତେଣୁ ସ୍ୱପ୍ନରେ ସାପ ଦେଖାଗଲେ ତାହା ଶୁଭ ଖୁବ କମ ଏବଂ ଅଶୁଭ ଅଧିକ ହୋଇଥାଏ । କିନ୍ତୁ ଭବିଷ୍ୟ ପୁରାଣରେ ସାପକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନା ଯାଇଛି । ଏଭଳି ମାନ୍ୟତା ରହିଛି ଯେ ସାପ ମଧ୍ୟରେ ଅନେକ ଭୌତିକ ଶକ୍ତି ରହିଛି । ସାପ ପାଖରେ ଭବିଷ୍ୟତରେ ହେବାକୁ ଥିବା ଘଟଣାକୁ ଜାଣିବାର ଶକ୍ତି ରହିଥାଏ । ସାପ ମାନଙ୍କୁ ପୂର୍ବ ଜନ୍ମ ବିଷୟରେ ମଧ୍ୟ ଜ୍ଞାନ ରହିଥାଏ ।

୧ . ଯଦି ସ୍ୱପ୍ନରେ ଆପଣ ମୃତ ସାପ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରୁ ସବୁ ସମସ୍ୟା ବହୁତ ଜଲଦି ଦୂର ହୋଇଯିବ ।.

୨ . ସ୍ୱପ୍ନରେ ଯଦି ଆପଣ ସାପକୁ ଧରୁ ଥିବାର ଦେଖନ୍ତି ତେବେ ଏହା ମଧ୍ୟ ଶୁଭ ସଙ୍କେତ ହୋଇଥାଏ । ଏହାର ଅର୍ଥ ଆପଣ ଭବିଷ୍ୟତରେ ଅନେକ ଧନ ସମ୍ପତ୍ତି ଅର୍ଜନ କରିବେ ।

୩ . ସ୍ୱପ୍ନରେ ସାପ ଉଡୁ ଥିବାର ଦେଖିଲେ ତାହା ଉନ୍ନତି ଏବଂ ପ୍ରଗତିର ସଙ୍କେତ ଅଟେ ।

୪ . ସ୍ୱପ୍ନରେ କଳା ରଙ୍ଗର ସାପ ବାରମ୍ବାର ଦେଖା ଗଲେ ତାହା କାଳ ସର୍ପ ଦୋଷର ସଙ୍କେତ ହୋଇଥାଏ । କିନ୍ତୁ ଜ୍ୟୋତିଷରେ ଏହାର ନିବାରଣ ବିଷୟରେ ବର୍ଣ୍ଣନା କରାଯାଇଛି ।

୫ . ସ୍ୱପ୍ନରେ ସବୁଜ ରଙ୍ଗର ସାପ ଦେଖାଯିବା ମଧ୍ୟ ଶୁଭ ସଙ୍କେତ ଅଟେ ଏବଂ ଏହା ନିକଟ ଭବିଷ୍ୟତରେ ହେବାକୁ ଥିବା କୌଣସି ଶୁଭ ଘଟଣା ଦିଗରେ ଇଙ୍ଗିତ କରିଥାଏ । ଧଳା ରଙ୍ଗର ସାପ ଦେଖାଯିବା ମଧ୍ୟ ଶୁଭ ସଙ୍କେତ ହୋଇଥାଏ ।

୬ . ଯଦି ଆପଣ ସ୍ୱପ୍ନରେ ସାପ ଡରି ପଳାଉ ଥିବାର ଦେଖନ୍ତି ତେବେ ଏହା ଅଶୁଭ ସଙ୍କେତ ଅଟେ । ଏହାର ଅର୍ଥ ଆଗକୁ ଶତ୍ରୁଙ୍କ ସମ୍ମୁଖୀନ ହେବାକୁ ଯାଉଛନ୍ତି ।

୭ . ଯଦି ଆପଣ ସ୍ୱପ୍ନରେ ଦେଖନ୍ତି ଯେ ଆପଣଙ୍କୁ କୌଣସି ସାପ ଗୋଡ଼ାଉଛି କିମ୍ବା କାମୁଡ଼ି ଦେଉଛି ତେବେ ଏହା ମଧ୍ୟ ଅଶୁଭ ସଙ୍କେତ ଅଟେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *