Excuse Me Odisha

ଯାହା କହିବୁ ସତ କହିବୁ

ଲୁଣ ଡବାରେ ରଖନ୍ତୁ ଏହି ଗୋଟିଏ ଜିନିଷ । ଗଣି ଗଣି ଥକିବେ ଟଙ୍କା ।

ସେୟାର୍ କରନ୍ତୁ

ସାଧରଣତଃ ଲୁଣ ଆମ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହାବ୍ୟତୀତ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ଏକ ସାମୁଦ୍ରିକ ରସାୟନ ହୋଇଥିବା ବେଳର ସନ୍ଥ ମହାତ୍ମା ମାନେ ଏହାକୁ ଅତି ଜରୁରୀ ଜିନିଷ ମାନିଥାନ୍ତି । ମାତା ଲକ୍ଷ୍ମୀଙ୍କୁ ସମୁଦ୍ର ପୁତ୍ରୀ ମଧ୍ୟ କୁହାଯାଏ । ଯଦି ଆପଣ ଲୁଣର ଏହି ପ୍ରୟୋଗ କରି ଦିଅନ୍ତି ତେବେ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ନିଶ୍ଚୟ ମିଳିବ । ଲୁଣ ଆୟୁଷ ବଢ଼ାଇବା ସହିତ ଆୟୁଷ କମ ମଧ୍ୟ କରିଥାଏ । ଆଜିକାର ଲେଖାରେ ଆପଣଙ୍କୁ ଆମେ ଲୁଣର କିଛି ଜ୍ୟୋତିଷ ପ୍ରୟୋଗ ବିଷୟରେ କହିବୁ , ଯାହାକୁ ଯଦି ଆପଣ କରି ନିଅନ୍ତି ତେବେ ଆପଣଙ୍କୁ ଜୀବନରେ କେବେବି କୌଣସି ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ ।

ଲୁଣ ବିଭିନ୍ନ ପ୍ରକାରର ରହିଛି ଏବଂ ସେଥିମଧ୍ୟରୁ ପାହାଡ଼ି ଲୁଣ ଶରୀର ପାଇଁ ଅଧିକ ଉତ୍ତମ ଅଟେ । ଲୁଣକୁ ଶୁକ୍ର , ଚନ୍ଦ୍ର ଏବଂ ରାହୁର ପ୍ରତୀକ ମାନା ଯାଇଥାଏ । ତେଣୁ ଲୁଣର ପ୍ରୟୋଗ କରି ଏହିସବୁ ଗ୍ରହ ଥିଲେ ଶାନ୍ତ କରିହେବ । ଲୁଣକୁ ଭୁଲରେବି ଷ୍ଟିଲ କିମ୍ବା ଲୁହାର ପାତ୍ରରେ ନରଖି କାଚରେ ରଖିବା ଉତ୍ତମ ହୋଇଥାଏ । ଭୁଲରେବି ଲୁଣକୁ ତଳେ ପକାନ୍ତୁ ନାହିଁ । ଏହାଦ୍ବାରା ଦୁର୍ଭାଗ୍ୟ ଆସିଥାଏ । ଲୁଣକୁ କାହାକୁ ହାତରେ ଦେବା ଉଚିତ ନୁହେଁ । ଏହାଦ୍ବାରା ସମ୍ବନ୍ଧ ଖରାପ ହୋଇଥାଏ । ଲୁଣ ଡବାରେ ଏକ ଲବଙ୍ଗ ରଖିଦେଲେ ତାହା ଉତ୍ତମ ହୋଇଥାଏ ।

୧ . ଦାରିଦ୍ର୍ୟତା ଦୂର କରିବା ପାଇଁ ସପ୍ତାହରେ ଥରେ ପୋଛା ଲଗା ପାଣିରେ ଲୁଣ ମିଶାଇ ପୋଛା ଲଗାନ୍ତୁ । ଏହାଦ୍ବାରା ଘରର ନକରାତ୍ମକ ଶକ୍ତି ନଷ୍ଟ ହୋଇଯିବ , ମାତା ଲକ୍ଷ୍ମୀଙ୍କ ଆଗମନ ମଧ୍ୟ ହୋଇଥାଏ । ଏହାଦ୍ବାରା ଘରେ ଧନର ଅବିବୃଦ୍ଧି ହୋଇଥାଏ ।

୨ . ଧନରେ ବୃଦ୍ଧି କରିବା ପାଇଁ ଆଉ ଏକ ଉପାୟ ଅନୁଯାୟୀ ଏକ କାଚ ଗ୍ଲାସ ନିଅନ୍ତୁ ଏବଂ ସେଥିରେ ଅଳ୍ପ ପାଣି ନେଇ ସେଥିରେ ଲୁଣ ମିଶାଇ ଘରର ନୈରୁତ ଦିଗରେ ରଖି ଦିଅନ୍ତୁ । ଏହାଦ୍ବାରା ଘରେ ଧନରେ ବୃଦ୍ଧି ଘଟିବ ।

୩ . ଘରର ବାଥରୁମରେ ନକରାତ୍ମକତା ସବୁଠାରୁ ଅଧିକ ରହିଥାଏ । ତେଣୁ ବାଥରୁମରେ ଏକ କାଚ ପାତ୍ରରେ ସାଧାରଣ ଲୁଣ ରଖି ଦିଅନ୍ତୁ । ଏହାକୁ ପ୍ରତି ସପ୍ତାହ କିମ୍ବା ପ୍ରତି ମାସ ବଦଳାଇ ଦିଅନ୍ତୁ । ଦେଖିବେ ନକରାତ୍ମକତା ଦୂର ହୋଇଯିବ ।

୪ . ଘରେ ପିଲାଙ୍କୁ ନଜର ସମସ୍ୟା ଥିଲେ ଏକ ଚିମୁଟା ଲୁଣ ନେଇ ନଜର ଲାଗିଥିବା ବ୍ୟକ୍ତିର ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ପ୍ରବାହିତ ନଦୀ ଜଳ କିମ୍ବା ନାଳରେ ପକାଇ ଦିଅନ୍ତୁ । ନଜର ଦୋଷ ଦୂର ହୋଇଯିବ ।

୫ . ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ କିମ୍ବା ଉତ୍ତମ ନିଦ୍ରା ପାଇଁ ଶୋଇବା କକ୍ଷରେ ମୁଣ୍ଡ ପାଖରେ ଏକ କାଚ ଗ୍ଲାସରେ ପାଣିରେ ଲୁଣ ମିଶାଇ ରଖନ୍ତୁ । ଏହାଦ୍ବାରା ଶରୀର ଭଲ ରହିଥାଏ ।

୬ . ଜାତକରେ କୌଣସି ମଙ୍ଗଳ କିମ୍ବା ଚନ୍ଦ୍ର ଜନିତ ସମସ୍ୟା ଥିଲେ ୨୧ ଦିନ ପର୍ଯ୍ୟନ୍ତ ଲୁଣକୁ ନେଇ ନିଜ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ବୁଲାଇ ପାଣିରେ ପ୍ରବାହିତ କରି ଦିଅନ୍ତୁ ।

୭ . ମନ ଏବଂ ସ୍ଵାସ୍ଥ୍ୟ ସବୁବେଳେ ଖରାପ ରହୁଥିଲେ ଏକ ମୁଠା ଲୁଣ ନେଇ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ କୌଣସି ବୃକ୍ଷ ମୂଳରେ ପକାଇ ଦେଇ ଆସନ୍ତୁ । ଆପଣଙ୍କ ମନ ଶାନ୍ତ ରହିବ ।

୮ . ଘରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳି ଝଗଡ଼ା ହେଉଥିଲେ ଘରେ ସବୁ ସ୍ଥାନରେ ଅଳ୍ପ ଅଳ୍ପ ଲୁଣ ରଖି ଦିଅନ୍ତୁ ଏବଂ ପ୍ରତି ସପ୍ତାହ ତାହାକୁ ବଦଳାଇ ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *