Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱପ୍ନରେ ମହାଦେବଙ୍କର ଏହି ଆଠଟି ଜିନିଷ ଦେଖିଲେ ବୁଝି ଯାଆନ୍ତୁ ଯେ , ମହାଦେବ ହୋଇଛନ୍ତି ପ୍ରସନ୍ନ । ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଶିବ ପୁରାଣ ଅନୁଯାୟୀ ମନୁଷ୍ୟ ଯେଉଁ ସ୍ୱପ୍ନ ଦେଖିଥାଏ କିମ୍ବା ଜୀବନରେ ଯେଉଁ ସବୁ ଘଟଣା ଘଟିଥାଏ , ତାହା ମନୁଷ୍ୟର ବାସ୍ତବ ଜୀବନ ସହିତ ଜଡ଼ିତ ହୋଇଥାଏ । ଅନେକ ସମୟରେ ମନୁଷ୍ୟର ସ୍ୱପ୍ନରେ ଅଜବ ଜିନିଷ ଦେଖା ଯାଇଥାଏ । ଭିନ୍ନ ଭିନ୍ନ ସ୍ବପ୍ନର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଥାଏ । ଏହିସବୁ ସ୍ୱପ୍ନ ଅନେକ ମହତ୍ତ୍ୱପୂର୍ଣ୍ଣ ସଙ୍କେତ ଦେଇଥାନ୍ତି । ସ୍ବପ୍ନକୁ କେବେବି ଅଣଦେଖା କରିବା ଉଚିତ ନୁହେଁ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ପଶୁ ଏବଂ ବସ୍ତୁ ବିଷୟରେ କହିବୁ , ଯାହାକୁ ଯଦି ଆପଣ ସ୍ୱପ୍ନରେ ଦେଖିଲେ ତାହାର କିଛି ବିଶେଷ ସଙ୍କେତ ମିଳିଥାଏ ।

୧ . ଶିବଲିଙ୍ଗ:-

ସ୍ୱପ୍ନରେ ବାରମ୍ବାର ଶିବଲିଙ୍ଗ ଦେଖାଦେବା ଆପଣଙ୍କ ପୂର୍ବ ଜନ୍ମ ପ୍ରତି ଇସାରା କରିଥାଏ । ଏହାର ଅର୍ଥ ଆପଣ ପୂର୍ବ ଜନ୍ମରେ ଶିବ ଭକ୍ତ ଥିଲେ । ଏପରି ହେଲେ ଆପଣ ବୁଝି ଯାଆନ୍ତୁ ଯେ ଆପଣଙ୍କର କୌଣସି ମନସ୍କାମନା ବହୁତ ଜଲଦି ପୂରଣ ହେବାକୁ ଯାଉଛି ।

୨ . ତ୍ରିଶୁଳ:-

ସ୍ୱପ୍ନରେ ତ୍ରିଶୁଳ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଅତୀତ , ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ କହିଥାଏ । ସ୍ୱପ୍ନରେ ତ୍ରିଶୁଳ ଦେଖିବା ଅର୍ଥ ଆପଣଙ୍କର କୌଣସି ଅଟକି ରହିଥିବା କାମ ବହୁତ ଜଲଦି ଶେଷ ହେବାକୁ ଯାଉଛି । ଆପଣଙ୍କ ଭବିଷ୍ୟତରେ ମଧ୍ୟ ସୁଖ ସମୃଦ୍ଧି ଆସିବ ।

୩ . ଚନ୍ଦ୍ରମା:-

ଯଦି ଆପଣ ସ୍ୱପ୍ନରେ ମହାଡଦେବଙ୍କ ମସ୍ତକରେ ଅର୍ଦ୍ଧ ଚନ୍ଦ୍ର ଶୋଭା ପାଉଥିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କର କୌଣସି ସମସ୍ୟାର ବହୁତ ଜଲଦି ସମାଧାନ ହେବାକୁ ଯାଉଛି । ଘରେ ଝଗଡ଼ା ହେଉଥିଲେ ତାହା ମଧ୍ୟ ଶେଷ ହେବ ।

୪ . ଡମରୁ:-

ସ୍ୱପ୍ନରେ ମହାଦେବଙ୍କ ଡମରୁ ଦେଖିଲେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । ଏହା ଆପଣଙ୍କ ଜୀବନରୁ ନକରାତ୍ମକତାକୁ ଦୂର କରିଦେବ ଏବଂ ଆପଣଙ୍କର ଉନ୍ନତି ହେବ ।

୫ . ଗଙ୍ଗା ନଦୀ:-

ମାତା ଗଙ୍ଗା ମହାଦେବଙ୍କ ଜଟାରେ ବାସ କରନ୍ତି । ଯଦି ସ୍ୱପ୍ନରେ ଆପଣ ଏହି ନଦୀର ଦର୍ଶନ କରନ୍ତି ତେବେ ଏହାର ଅର୍ଥ ଆପଣଙ୍କ ମନ ଶୁଦ୍ଧ ଏବଂ ପବିତ୍ର ଅଟେ । ଆପଣଙ୍କ ମନରେ କୌଣସି କପଟ ଏବଂ ଛନ୍ଦ ନାହିଁ । ଭଗବାନ ଶିବ ଆପଣଙ୍କ ଭକ୍ତିରେ ପ୍ରସନ୍ନ ଅଟନ୍ତି । ଯଦି ଆପଣ ସ୍ୱପ୍ନରେ ଗଙ୍ଗା ନଦୀରେ ସ୍ନାନ କରୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କର ସବୁ ପାପ ନଷ୍ଟ ହୋଇଛି ଏବଂ ଆପଣଙ୍କ ମନ ପବିତ୍ର ହୋଇ ଯାଇଛି ।

୬ . ବାସୁକି ନାଗ:-

ସ୍ୱପ୍ନରେ ଯଦି ଆପଣ ବାସୁକି ନାଗ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆପଣ ବାସୁକି ନାଗକୁ ମହାଦେବଙ୍କ ବେକରେ କିମ୍ବା ଶିବଲିଙ୍ଗରେ ଗୁଡ଼ାଇ ହୋଇ ରହିଥିବାର ଦେଖନ୍ତି ତେବେ ଏହା ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କୁ ବଡ଼ ଧନ ପ୍ରାପ୍ତି ହେବାକୁ ଯାଉଛି ।

୭ . ହିମାଳୟ ପର୍ବତ:-

ଯଦି ଆପଣ ସ୍ୱପ୍ନରେ ନିଜକୁ କୌଣସି ବରଫ ପାହାଡ଼ ଉପରେ ଚଢ଼ୁ ଥିବାର ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ । ଆପଣଙ୍କୁ ନିଜ କାର୍ଯ୍ୟରେ ସଫଳତା ମିଳିବାକୁ ଯାଉଛି ।

୮ . ମହାଦେବଙ୍କ ତାଣ୍ଡବ ନୃତ:-

ଯଦି ଆପଣ ସ୍ୱପ୍ନରେ ମହାଦେବଙ୍କ ତାଣ୍ଡବ ନୃତ୍ୟ ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କର ଶତ୍ରୁଙ୍କର ନାଶ ହେବାକୁ ଯାଉଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *