Excuse Me Odisha

ଯାହା କହିବୁ ସତ କହିବୁ

ନଭେମ୍ବର ୨୯ ବୁଧବାର ରାତିରେ ଶୋଇବା ପୂର୍ବରୁ ଏହି ସ୍ଥାନରେ ରଖି ଦିଅନ୍ତୁ , ଏକ ଲୋଟା ଜଳ । ପୁରା ଦୁନିଆ ରହିବ ଆପଣଙ୍କ ହାତ ମୁଠାରେ ।

ସେୟାର୍ କରନ୍ତୁ

ଆପଣ କରୁଥିବା କୌଣସି ପ୍ରୟୋଗ ସେତେବେଳେ ପ୍ରଭାବୀ ହୋଇଥାଏ ଯେତେବେଳେ ଆପଣ ସମ୍ପୂର୍ଣ୍ଣ ନିଷ୍ଠା ଏବଂ ବିଶ୍ୱାସର ସହିତ ସେହି ପ୍ରୟୋଗକୁ କରନ୍ତି । ପୂର୍ଣ୍ଣ ବିଶ୍ୱାସ ଦ୍ୱାରା କରାଯାଉଥିବା କାର୍ଯ୍ୟର ଫଳ ମଧ୍ୟ ବେଶ ଶୁଭ ରହିଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏକ ପ୍ରୟୋଗ ବିଷୟରେ କହିବୁ , ଯାହାକୁ ଯଦି ଆପଣ ପୂର୍ଣ୍ଣ ବିଶ୍ୱାସର ସହିତ କରନ୍ତି ତେବେ ଆପଣ ନିଜ ଭାଗ୍ୟକୁ ବଦଳାଇ ପାରିବେ । ପାଣିର ପ୍ରୟୋଗ କରି ଆପଣ ନିଜ ଜୀବନର ସମସ୍ୟାକୁ ବଦଳାଇ ପାରିବେ । ଜଳର ଗୁଣ ଏହା ଯେ କୌଣସି ସ୍ଥାନରେ ରହିଲେ ତାହା ସେହି ଅନୁଯାୟୀ ନିଜକୁ ଆକୃତି ଦେଇଥାଏ ଏବଂ ମିଶିବା ଯୋଗ୍ୟ ସବୁ ଜିନିଷ ସହିତ ମିଶି ଯାଇଥାଏ ।

ଯଦି ଘରେ ପିଲାର ପାଠ ପଢ଼ାରେ ମନ ଲାଗୁନାହିଁ ତେବେ ଏକ କାଚ ଗ୍ଲାସରେ ପାଣି ନେଇ ସେହି ପାଣିରେ ନିଜ ମୁହଁକୁ ଦେଖି କହି ଦିଅନ୍ତୁ ଯେ ମୋର ପାଠ ପଢ଼ାରେ ମନ ଲାଗୁନାହିଁ ଏବଂ ମୁଁ ଏଥର ପ୍ରତ୍ୟେକ ଦିନ ଏତିକି ଘଣ୍ଟା ପାଠ ପଢ଼ିବି ଏବଂ ଉନ୍ନତି ଆଣିବାକୁ ଚେଷ୍ଟା କରିବି । ଏହିଭଳି ସ୍ମରଣ କରି ସେହି ପାଣିକୁ ଦେଖି ଅଭିମନ୍ତ୍ରିତ କରି ଦିଅନ୍ତୁ ଏବଂ ସେହି ପିଲାକୁ ପିଆଇ ଦିଅନ୍ତୁ । ଏହା ଏକ ଶକ୍ତିଶାଳୀ ପ୍ରୟୋଗ ଅଟେ ଏବଂ ଏହା କରିବାର କିଛି ଦିନ ମଧ୍ୟରେ ହିଁ ଏହାର ପରିଣାମ ନଜର ଆସିବ । ଘରେ କେହି ପିଲା ଅନ୍ଧାରକୁ ଭୟ କରୁଥିଲେ ଅନ୍ଧାର କଠୋରିରେ ଏକ ଗ୍ଲାସ ପାଣି ନେଇ ପାଣିକୁ ଚାହିଁ ଅନ୍ଧାରକୁ ଭୟ ନଥିବା କହି ସେହି ବ୍ୟକ୍ତିକୁ ପିଆଇ ଦିଅନ୍ତୁ ।

ଆପଣଙ୍କ ସମସ୍ୟା ଦୂର ହୋଇଯିବ । ଶରୀରରେ ଜଳର ଅଭାବ ଏକ ବଡ଼ ସମସ୍ୟା ଅଟେ । ସେହିଭଳି ଜଳ ମନୁଷ୍ୟର ଶାରୀରିକ ଆର୍ଥିକ ଏବଂ ଅନେକ ସମସ୍ୟାର କାରଣ ହୋଇଥାଏ । ଆପଣଙ୍କ ଶରୀରରେ ଥିବା ଜଳ ଜାତକରେ ଚନ୍ଦ୍ରମାକୁ ମଧ୍ୟ ମଜବୁତ କରିଥାଏ । ଯଦି ଆପଣ କୌଣସି ସମସ୍ୟାରେ ପଡ଼ିଛନ୍ତି ତେବେ ଆପଣ ଏକ ଗ୍ଲାସ ପାଣି ନେଇ ମନେ ମନେ ନିଜର ସମସ୍ୟାକୁ ସ୍ମରଣ କରି ସମସ୍ୟାର ମୁକ୍ତି ପାଇଁ ପ୍ରାର୍ଥନା କରି ନିଜେ ସେହି ଜଳକୁ ପିଇ ଯାଆନ୍ତୁ । ଲଗାତାର ସାତ ଦିନ ପର୍ଯ୍ୟନ୍ତ ଏହି ଉପାୟ କଲେ ସମସ୍ୟା ଦୂର ହୋଇଯିବ ।

ଆପଣ ନିଜର ଅଭିମନ୍ତ୍ରିତ ଜଳ କାହାକୁ ପିଆଇ ଦିଅନ୍ତି ତେବେ ସେହି ଜଳ ସେହି ବ୍ୟକ୍ତିର ଶରୀରରେ ପ୍ରବାହିତ ହୋଇଥାଏ ଏବଂ ସେ ଆପଣଙ୍କ ଅନୁରୂପ ହିଁ କାମ କରିବାରେ ଲାଗିଥାଏ । ଆର୍ଥିକ ସମସ୍ୟା କିମ୍ବା ଶାରୀରିକ ସମସ୍ୟା ଥିଲେ ସୋମବାର ଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ବିଛଣା ମୁଣ୍ଡ କରିବା ଦିଗରେ ଏକ ତମ୍ବା ଲୋଟାରେ ଜଳ ଭରି ରଖି ଦିଅନ୍ତୁ । ଶୋଇବା ପୂର୍ବରୁ ଲଗାତାର ପାଞ୍ଚ ମିନିଟ ପର୍ଯ୍ୟନ୍ତ ନିଜର ମନସ୍କାମନାକୁ ଚିନ୍ତା କରି ଅଭିମନ୍ତ୍ରିତ କରି ନିଅନ୍ତୁ । ସକାଳୁ ସେହି ପାଣିକୁ ଗଛ ମୂଳରେ ଢ଼ାଳି ପଛକୁ ନବୁଲି ଘରକୁ ଚାଲି ଆସନ୍ତୁ । ଏହାଦ୍ବାରା ଗଛରେ ଥିବା ଅତୃପ୍ତ ଆତ୍ମା ତୃପ୍ତ ହୋଇ ଚାଲି ଯାଆନ୍ତି । ଯାହାଦ୍ୱାରା ଆପଣଙ୍କର ସବୁ ଇଚ୍ଛା ତୃପ୍ତ ହେବାରେ ଲାଗିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *