Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଗଶିର ମାସରେ ଏହି ଦୁଇଟି ଭୁଲ କଲେ ହୋଇଯିବେ ଲକ୍ଷ୍ମୀଛଡ଼ା । ଧ୍ୟାନ ଦିଅନ୍ତୁ ।

ସେୟାର୍ କରନ୍ତୁ

ସମଗ୍ର ଓଡ଼ିଶାରେ ମାର୍ଗଶିର ମାସ ଗୁରୁବାର ପାଳିତ ହୋଇଥାଏ ଯାହାକି ଓଡ଼ିଆ ସଂସ୍କୃତି ପରମ୍ପରା ଖାଦ୍ୟପେୟ ଏବଂ ଆନନ୍ଦ ଉଲ୍ଲାସର ଏକ ପରିଚୟ ଅଟେ । ଚାରୋଟି ଗୁରୁବାର କିମ୍ବା ପାଞ୍ଚଟି ଗୁରୁବାର ମାଣ ବସା ଯାଇଥାଏ ଏବଂ ଏହାକୁ ସବୁ ବର୍ଗର ଲୋକେ ନିଶ୍ଚିତ ଭାବରେ ପାଳନ କରିଥାନ୍ତି । ଏହି ମାଣବସା ଓଷା ମାତା ଲକ୍ଷ୍ମୀଙ୍କୁ ଅର୍ପିତ ଅଟେ ଯିଏକି ଧନ ବୈଭବର ଦେବୀ ଅଟନ୍ତି । ଚାରି ଗୁରୁବାର ଯେଉଁ ମାଣ ବସା ଯାଇଥାଏ ତାହାକୁ ଚାରି ପାଳି କୁହାଯାଏ । ମାଣ ବିସର୍ଜନ କରାଯାଉଥିବା ପାଳିକୁ ମାଣ ବିସର୍ଜନ ପାଳି କୁହାଯାଏ । ମାର୍ଗଶୀର ମାସର ପ୍ରଥମ ଗୁରୁବାର ଲିପା ପୋଛା କରି ଚାଉଳ ପୀଠଉରେ ଚିତା ଅଙ୍କା ଯାଇଥାଏ ।

ମାତା ଲକ୍ଷ୍ମୀ ସ୍ୱଚ୍ଛତାର ପ୍ରତୀକ ଅଟନ୍ତି । ତେଣୁ ନାଲି ମାଟିରେ ଲିପି ଅଗଣା ଠାରୁ ଦ୍ୱାର ପର୍ଯ୍ୟନ୍ତ ଝୁଣ୍ଟି ଦିଆଯାଇ ମାତାଙ୍କ ପାଦ ଚିହ୍ନ କରାଯାଇଥାଏ । ଗୁରୁବାର ପୂର୍ବ ରାତିରେ ମାଣ ଆଣି ଏବଂ ଖଟୁଲିକୁ ଆଣି ଭଲଭାବରେ ଧୋଇ ସେଥିରେ ମାଟି ଲିପି ଚିତା ଦିଆଯାଇଥାଏ । ସେଥିରେ ଦେଉଳ ଆକାର କରି ଧାନ ରଖାଯାଏ ।

ତାପରେ ନୂଆ ଲୁଗାକୁ ନାରୀକୁ ସଜ୍ଜିତ କଲା ଭଳି ଘୋଡ଼ାଇ ଦିଆଯାଏ । ମାତାଙ୍କର ଯେକୌଣସି ପ୍ରକାରର ମୂର୍ତ୍ତି ମଧ୍ୟ ଆପଣ ରଖି ପାରିବେ । ସେହି ଧାନ ମାଣକୁ ନବବଧୂ ଭାବରେ ସଜାଇ ଦିଆଯାଏ । ତାପରେ ଚନ୍ଦନ , ସିନ୍ଦୁର , ଫୁଲ , ଧୂପ ଇତ୍ୟାଦି ଅର୍ପିତ କରାଯାଏ । ଏହି ସବୁ ନିୟମକୁ କିଭଳି ପାଳନ କରାଯିବ ତାହା ମାତା ଲକ୍ଷ୍ମୀ ସ୍ୱୟଂ କହିଛନ୍ତି ।

ପୂର୍ବରୁ ଗୋବର ଜଳକୁ ସିଞ୍ଚନ କରାଯାଉଥିଲା କିନ୍ତୁ ବର୍ତ୍ତମାନ ଲୋକେ ଗଙ୍ଗା ଜଳ ଏବଂ ଗୋବର ଜଳକୁ ସିଞ୍ଚନ କରି ପବିତ୍ର କରି ଚିତା ଦେଉଛନ୍ତି । ସେହି ଧାନ ମାଣ ଉପରେ ତିନୋଟି ଗୁଆ ହଳଦୀ ପାଣିରେ ଧୋଇ ରଖାଯାଏ । ଏହାପରେ ଧାନ ମେଣ୍ଡାକୁ ବାନ୍ଧି ଥୋଇ ଦିଅନ୍ତୁ । ସେହି ପାଖରେ ବିଭିନ୍ନ ଭୋଗ ରଖାଯାଏ । ମାତାଙ୍କର ପ୍ରିୟ ଫୁଲ ହେଉଛି ଗେଣ୍ଡୁ ଫୁଲ । ତେଣୁ ହଳଦିଆ କିମ୍ବା ନାଲି ଗେଣ୍ଡୁ ଫୁଲ ଅର୍ପିତ କରାଯାଏ । ଏହି ପୂଜା ଚାରି କିମ୍ବା ପାଞ୍ଚ ପାଳି କରି ଧାନ ମାଣକୁ ପୂଜା କରାଯାଇ ମାତାଙ୍କୁ ପ୍ରାର୍ଥନା କରି ଆବାହନ କରାଯାଇଥାଏ । ଏହି ଦିନ ମାତାଙ୍କୁ ଦୀପ ଦାନ ମଧ୍ୟ କରାଯାଇଥାଏ । ମାତାଙ୍କୁ ଭୋଗରେ କୌଣସି ପ୍ରକାରର ଖଟା ଫଳ ଅର୍ପିତ କରାଯାଏ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *