Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ଦିନ ଶ୍ରୀହନୁମାନଙ୍କ ସକାଶେ କରି ଦିଅନ୍ତୁ ଏହି ଦୁଇଟି ଉପାୟ । ସାବ୍ୟସ୍ତ ହେବ ରାମବାଣ ଭଳି ଏବଂ ଦୂର ହେବ ସବୁ ସମସ୍ୟା ।

ସେୟାର୍ କରନ୍ତୁ

ଭଗବାନ ଶ୍ରୀହନୁମାନଙ୍କ ପରିପ୍ରେକ୍ଷୀରେ ପୂଜା ଅର୍ଚ୍ଚନା ପାଇଁ ମଙ୍ଗଳବାର ଉପଯୁକ୍ତ ଦିନ ବୋଲି କୁହାଯାଏ । କେବଳ ଭଗବାନ ଶ୍ରୀହନୁମାନ ହିଁ ସମଗ୍ର ଧରା ପୃଷ୍ଠରେ ସ୍ୱୟଂ ସ୍ଵଶରୀରରେ ଅଛନ୍ତି ବୋଲି ମାନ୍ୟତା ରହିଛି । ଭଗବାନ ଶ୍ରୀହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଖାସ ଉପାୟ କଲେ ଜୀବନରେ କେବେବି କୌଣସି ଅଭାବ ରହିବ ନାହିଁ ଏବଂ ଜୀବନରୁ ସବୁ ପ୍ରକାରର ସଙ୍କଟ ମଧ୍ୟ ଦୂରେଇ ଯିବ । ହନୁମାନ ମନ୍ଦିର ଗଲେ କିମ୍ବା ପୂଜା ସମୟରେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ । ଏମିତିରେ ଶ୍ରୀହନୁମାନ ମହାଦେବଙ୍କ ରୂପ ଅଟନ୍ତି ।

୧ . ଶ୍ରୀହନୁମାନଙ୍କୁ ଚୋଲା ଏବଂ ସିନ୍ଦୁର ଚଢ଼ାଇବା ପାଇଁ ମଙ୍ଗଳବାର ଅତ୍ୟନ୍ତ ଉତ୍ତମ ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଏହାଦ୍ବାରା ସବୁ ପ୍ରକାରର ସଙ୍କଟ ଦୂର ହୋଇଥାଏ । ପ୍ରତ୍ୟେକ ମଙ୍ଗଳବାର ସକାଳୁ ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି କୌଣସି ହନୁମାନ ମନ୍ଦିର ଯାଇ ଚମେଲି ତେଲ ଏବଂ ସିନ୍ଦୁର ଲେପନ କରି ଦିଅନ୍ତୁ । ମହିଳା ମାନେ ଏହା କରିବା ବର୍ଜିତ ଅଟେ । ଶ୍ରୀହନୁମାନ ବ୍ରହ୍ମଚାରୀ ଅଟନ୍ତି । କେବଳ ପୁରୁଷ ମାନେ ହିଁ ଏହି ପୂଜା କରିପାରିବେ । ନିଷ୍ଠାର ସହିତ ଶ୍ରୀହନୁମାନଙ୍କ ଆଖି ଏବଂ ମୁହଁ ଛାଡ଼ି ପାଦରୁ ମସ୍ତକ ପର୍ଯ୍ୟନ୍ତ ସିନ୍ଦୁର ଲଗାଇ ଚାଳିଶା ପାଠ ଜାରି ରଖନ୍ତୁ ଏବଂ ପରେ ଶ୍ରୀରାମଚନ୍ଦ୍ରଙ୍କ ନାମ ମଧ୍ୟ ଜପ କରନ୍ତୁ । ଦେଖିବେ ସବୁ ସମସ୍ୟା ଦୂର ହୋଇଯିବ ।

୨ . ଶ୍ରୀହନୁମାନଙ୍କୁ ପାନ ବିଡ଼ା ଏବଂ ସୁପାରି ଅର୍ପିତ କରିବା ସହିତ ହଳଦିଆ ବସ୍ତ୍ର ମଧ୍ୟ ଅର୍ପିତ କରି ପାରିବେ ।ଏହାପରେ ଶ୍ରୀହନୁମାନଙ୍କ ସାମ୍ନାରେ ବସି ସୁନ୍ଦରକାଣ୍ଡ ପାଠ କରନ୍ତୁ । ଏପରି କଲେ ଜୀବନର କୌଣସିବି ସଙ୍କଟ ରହିବ ନାହିଁ । ମଙ୍ଗଳବାର ପୂଜା ସମୟରେ ସୁନ୍ଦରକାଣ୍ଡ ପାଠ ସହିତ ଶ୍ରୀହନୁମାନଙ୍କୁ ଭୋଗରେ ମୋତି ଲଡୁ କିମ୍ବା କୌଣସି ପ୍ରିୟ ଜିନିଷ ଅର୍ପିତ କରନ୍ତୁ । କିନ୍ତୁ ଏହି ସମୟରେ ଶ୍ରୀହନୁମାନଙ୍କୁ ତାଙ୍କର ପ୍ରିୟ ତୁଳସୀ ଦଳ ଅର୍ପିତ କଲେ ଶ୍ରୀହନୁମାନ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ଏହାଡ଼ ମନସ୍କାମନା ମଧ୍ୟ ବହୁତ ଜଲଦି ପୂରଣ ହୋଇଥାଏ ଏବଂ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

୩ . ମଙ୍ଗଳବାର ଦିନ ହନୁମାନଙ୍କ ପୂଜା ସମୟରେ ଶୁଦ୍ଧ ଘିଅ କିମ୍ବା ଚମେଲି ତେଲ ଦୀପ ଅର୍ପିତ କରିବା ସହିତ ସ୍ୱରୂପ କିଛି ଟଙ୍କା ମଧ୍ୟ ରଖି ଦିଅନ୍ତୁ । ଶେଷରେ କର୍ପୂର ଲବଙ୍ଗ ଦେଇ ଆରତୀ କରନ୍ତୁ । ଶ୍ରୀହନୁମାନଙ୍କ ପ୍ରତିମାରୁ ଅଳ୍ପ ସିନ୍ଦୁର ନେଇ ନିଜ ମସ୍ତକରେ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କ ମନସ୍କାମନା ନିଶ୍ଚିତ ପୂରଣ ହେବ । ମନରେ ନକରାତ୍ମକ ଚିନ୍ତାଧାରା ରହିଥିଲେ ଶ୍ରୀହନୁମାନଙ୍କ ବାମ ଗୋଡ଼ରୁ ସିନ୍ଦୁର ନରି ନିଜ ମସ୍ତକରେ ଲଗାଇ ଦିଅନ୍ତୁ । ଧ୍ୟାନ ଦେବେ ଯେ ଯଦି ଆପଣ ମଙ୍ଗଳବାର ଦିନ ଶ୍ରୀହନୁମାନଙ୍କୁ ଚୋଲା ଚଢ଼ାଉଛନ୍ତି ତେବେ ଏହିଦିନ ସମ୍ପୂର୍ଣ୍ଣ ସାତ୍ଵିକତା ପାଳନ କରନ୍ତୁ । କାରଣ ସ୍ୱୟଂ ଶ୍ରୀହନୁମାନ ବ୍ରାହ୍ମଚାରି ଅଟନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *