Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ଦିନ ଘରକୁ ଏହି ଗୋଟିଏ ଜିନିଷ ଆଣିଲେ ଦୂର ହୋଇଯିବ କରଜ । ନିଶ୍ଚୟ ଆଣନ୍ତୁ ।

ସେୟାର୍ କରନ୍ତୁ

ମୁଣ୍ଡରେ କରଜ କିମ୍ବା ଋଣ ରହିବା ଦ୍ୱାରା ମଣିଷ ମାନସିକ ଚିନ୍ତାଗ୍ରସ୍ତ ହୋଇଯାଏ । ବିନା କରଜରେ ଜୀବନ ବିତାଉ ଥିବା ଲୋକ ଖୁବ ସୁଖ ଶାନ୍ତିରେ ରହିଥାଏ । ମାତ୍ର କରଜରେ ବୁଡ଼ି ରହିଥିବା ଲୋକ କେବେବି ଶାନ୍ତିରେ ରହିପାରେ ନାହିଁ । ଅନେକ ସମୟରେ ଲୋକ ଏଭଳି ପରିସ୍ଥିତିରେ ପଡ଼ନ୍ତି ଯେ କରଜ ନେଇ ଆଉ ସୁଝି ନପାରି ସମସ୍ୟାରେ ପଡ଼ନ୍ତି । ଏମିତିକି ପୁରା ପରିବାର ପାଇଁ ମଧ୍ୟ ସମସ୍ୟା ବଢ଼ିଯାଏ । ଯେଉଁ କାରଣରୁ ଘରେ ଅଶାନ୍ତି ମଧ୍ୟ ଦେଖାଦିଏ । ତେଣୁ କରଜ ନେବା ସମୟରେ ଯଦି ମନୁଷ୍ୟ ସାମାନ୍ୟ ସତର୍କତା ଗ୍ରହଣ କରେ ତେବେ ଏଭଳି ସମସ୍ୟା ହୋଇ ନଥାଏ ।

ଶାସ୍ତ୍ରରେ ମଧ୍ୟ କରଜ ନେବା ସମୟରେ ଏବଂ ନେବା ପୂର୍ବରୁ କେଉଁ ସତର୍କତା ଅବଲମ୍ବନ କରିବା ଉଚିତ ତାହାକୁ ଜାଣିବା ଜରୁରୀ ଅଟେ । ଭୁଲରେବି ମଙ୍ଗଳବାର ଏବଂ ଶନିବାର ଦିନ କରଜ ନିଅନ୍ତୁ ନାହିଁ । ଏହିଦିନ ମାନଙ୍କରେ ନା କରଜ ନେବେ ନା କରଜ ଆବେଦନ କାଗଜରେ ଦସ୍ତଖତ କରିବେ । କାରଣ ଏହିଦିନ ନିଆଯାଉଥିବା କରଜର କେବେବି ସମାଧାନ ହୁଏନାହିଁ । ଏହାବ୍ୟତୀତ ୮ , ୨୬ ଇତ୍ୟାଦି କିଛି ତାରିଖରେ କରଜ ନେବା ଠାରୁ ଦୂରେଇ ରୁହନ୍ତୁ ଏବଂ କରଜ ନେବା ସମୟରେ କଳା ରଙ୍ଗର ପେନରେ ହସ୍ତାକ୍ଷର କରନ୍ତୁ ନାହିଁ । ଆପଣ କରଜ ନେବାକୁ ଚାହୁଁଥିଲେ ସୋମବାର , ବୁଧବାର ଏବଂ ଶୁକ୍ରବାର ଦିନ କରଜ ନେଇ ପାରିବେ ।

ଏସବୁ ପୂର୍ବରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଯେ କରଜ ନିମନ୍ତେ ହସ୍ତାକ୍ଷର ସମୟରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବାକୁ ଆଦୋୖ ଭୁଲନ୍ତୁ ନାହିଁ । ଅନେକ ସମୟରେ କରଜ ଏତେ ବଢ଼ିଯାଏ ଯେ ସେଥିରୁ ମୁକୁଳିବା କଷ୍ଟକର ହୋଇଯାଏ । ଏଭଳି ସମସ୍ୟା ଦେଖା ଦେଲେ କିଛି ଖାସ ଉପାୟ କରିବା ଉଚିତ । ଏହିସବୁ ଉପାୟ ପାଇଁ କିଛି ପାନ ପତ୍ର ନେଇ ଆସନ୍ତୁ । ବୁଧ ଗ୍ରହ ସହିତ ପାନର ଅନେକ ସଂଯୋଗ ରହିଛି ଯାହାକି କରଜ ସମସ୍ୟାରୁ ମୁକ୍ତି ଦେଇଥାଏ । ସେଥିରେ ଦୁଇଟି ଲବଙ୍ଗ ଏବଂ ଗୋଟିଏ ଅଳେଇଚ ରଖି ମୋଡ଼ି ଦିଅନ୍ତୁ ଏବଂ ମଙ୍ଗଳବାର ଦିନ ସନ୍ଧ୍ୟ ସମୟରେ ସ୍ନାନ କରି ପରିଷ୍କାର ବସ୍ତ୍ର ଧାରଣ କରି କୌଣସି ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ଚରଣରେ ଅର୍ପିତ କରନ୍ତୁ ।

ଏହି ଉପାୟ ଲଗାତାର ତିନି ମାସ ପ୍ରତ୍ୟକ ମଙ୍ଗଳବାର ଦିନ କରନ୍ତୁ । ଏହି ଉପାୟ ସମୟରେ ସାତ୍ଵିକତା ବଜାୟ ରଖନ୍ତୁ । ଅନେକ ସମୟରେ ବ୍ୟବସାୟରେ ବଡ଼ କ୍ଷତି ଦେଖା ଦେଇଥାଏ । ତେଣୁ ଏଭଳି ପରିସ୍ଥିତିରେ ଏକ ପାନ ପତ୍ର ଆଣି ଡେମ୍ଫ ବାହାର କରି ଚିକ୍କଣ ଅଂଶକୁ ତଳକୁ ରଖି ଖଦଡ଼ିଆ ପାର୍ଶ୍ଵ ଉପରେ ଦୁଇଟି ଲବଙ୍ଗ ରଖି ଭଗବାନଙ୍କୁ ପ୍ରାର୍ଥନା କରି କୌଣସି ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଏହି ଉପାୟ ଦ୍ୱାରା ଆପଣଙ୍କ ଜୀବନରେ କୌଣସିବି ସମସ୍ୟା ଏହି ପାନ ପତ୍ର ସହିତ ବୋହି ଯିବ । ଏହି ଉପାୟ ଦ୍ୱାରା ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ । ପୁରୁଷ ମାନେ ମଙ୍ଗଳବାର ଦିନ ଦକ୍ଷିଣବର୍ତ୍ତି ହନୁମାନଙ୍କୁ ସିନ୍ଦୁର ଅର୍ପିତ କରିବା ଉଚିତ ଏବଂ ନାଲି ଫୁଲ ଅର୍ପିତ କରିବା ସହିତ ସକାଳ ସନ୍ଧ୍ୟା ଶଙ୍ଖ ବଜାଇ କରଜ ମୁକ୍ତି ନିମିତ୍ତ ପ୍ରାର୍ଥନା କରିବା ଉଚିତ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *