Excuse Me Odisha

ଯାହା କହିବୁ ସତ କହିବୁ

ନଭେମ୍ବର ୨୭ କାର୍ତ୍ତିକ ପୂର୍ଣ୍ଣିମାରେ ମହା ସଂଯୋଗ । ଗାଈକୁ ଖୁଆଇ ଦିଅନ୍ତୁ କେବଳ ଏହି ଗୋଟିଏ ଜିନିଷ । ଗରିବ ମଧ୍ୟ ହୋଇଯିବ ଧୋନୀ ।

ସେୟାର୍ କରନ୍ତୁ

ହିନ୍ଦୁ ପାଞ୍ଜି ଅନୁଯାୟୀ କାର୍ତ୍ତିକ ମାସ ଶୁକ୍ଳପକ୍ଷ ପକ୍ଷ ପଞ୍ଚମୀ ତିଥିକୁ କାର୍ତ୍ତିକ ପୂର୍ଣ୍ଣିମା କିମ୍ବା ରାସ ପୂର୍ଣ୍ଣିମା କୁହାଯାଏ ଏବଂ ହିନ୍ଦୁ ଧର୍ମରେ କାର୍ତ୍ତିକ ପୂର୍ଣ୍ଣିମାରେ ବିଶେଷ ମହତ୍ତ୍ୱ ରହିଛି । ଏହି ଦିନଟି ଦେବଦେବୀଙ୍କ ଆଶୀର୍ବାଦ ପ୍ରାପ୍ତି ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ ଅଟେ । ଏହିଦିନରେ ସ୍ବୟଂ ମାତା ଲକ୍ଷ୍ମୀ ପୃଥିବୀରେ ବାସ କରନ୍ତି ଏବଂ ନିଜ ଭକ୍ତ ମାନଙ୍କୁ ଆଶୀର୍ବାଦ ଦିଅନ୍ତି । ଏହିଦିନ ଗାଈକୁ ଏକ ବିଶେଷ ଜିନିଷ ଖାଇବାକୁ ଦେଲେ ହଜାର ଗୁଣା ଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ଗାଈକୁ ପୂଜନୀୟ ମାନଯାଏ ଏବଂ ପ୍ରତ୍ୟେକ ହିନ୍ଦୁ ଘରେ ଗାଈ ରଖିବା ଶୁଭ ହୋଇଥାଏ । ଗାଈର ସେବା କରିବା ଦ୍ୱାରା ପୁଣ୍ୟ ମିଳିଥାଏ । ଯଦି ଆପଣ ସକାଳୁ ଘରେ ତିଆରି ହୋଇଥିବା ପ୍ରଥମ ରୋଟି ଗାଈକୁ ଖାଇବାକୁ ଦିଅନ୍ତି ତେବେ ଘରକୁ ସୁଖ ସମୃଦ୍ଧି ଆସିବ ଏବଂ ଜୀବନରେ କେବେବି ଅଭାବ ରହିବ ନାହିଁ ।

ଗାଈକୁ ଗୁରୁଙ୍କ ସହିତ ଯୋଡ଼ା ଯାଇଛି । ତେଣୁ ଗୁରୁବାର ଦିନ ରୋଟି ସହିତ ଏକ ଚିମୁଟା ହଳଦୀ ଦେଇ ଗାଈକୁ ଖାଇବାକୁ ଦିଅନ୍ତୁ । ମାନସିକ ରୂପରେ ଚିନ୍ତିତ ଥିବା ଲୋକ ରୋଟିରେ ଗୁଡ଼ ଲଗାଇ ଖାଇବାକୁ ଦେଇ ପାରିବେ । ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ । ଦୀର୍ଘ ଦିନରୁ ଘରେ କୌଣସି ଶୁଭ କାର୍ଯ୍ୟ ହୋଇପାରୁ ନଥିଲେ ଗାଈକୁ ପ୍ରତ୍ୟେକ ଦିନ ରୋଟି ଖାଇବାକୁ ଦିଅନ୍ତୁ ଏବଂ ଗାଈକୁ ପ୍ରଣାମ କରି ନିଜର ମନସ୍କାମନା କୁହନ୍ତୁ । ଗାଈକୁ ବାସୀ ରୋଟି ପଚା ସଢ଼ା ଖାଦ୍ୟ ଖୁଆନ୍ତୁ ନାହିଁ । ଏହାଦ୍ବାରା ଘର ଉପରକୁ ସମସ୍ୟା ଆସିଥାଏ । ଗାଈକୁ ଅଶ୍ୱତ୍ଥ ପତ୍ର ଗଛରୁ ନଛିଡ଼ାଇ ଗାଈକୁ ଖାଇବାକୁ ଦିଅନ୍ତୁ । ଗାଇକୁ କ୍ଷୀର ଖାଇବାକୁ ଦିଅନ୍ତୁ ନାହିଁ । ଯେଉଁ ଭୁଭାଗରେ ଘର କରିବାକୁ ଚାହୁଁଛନ୍ତି ସେହି ସ୍ଥାନରେ କିଛିଦିନ ପାଇଁ ଗାଈ ବାଛୁରୀକୁ ଏକାଠି ବାନ୍ଧି ଦେଲେ ସେହି ସ୍ଥାନ ପବିତ୍ର ହୋଇଯିବ ।

ଗାଈର ପିଠିରେ ସୂର୍ଯ୍ୟକେତୁ ନାଡି ରହିଥାଏ । ଘର ଚାରିପଟେ ଗାଈ ଘୁରି ବୁଲୁଥିଲେ ଆର୍ଥିକ ସମସ୍ୟା ଦୂର ହେବାକୁ ଯାଉଛି । ଗାଈକୁ ରୋଟି ଖୁଆଇଲେ ସବୁ ପ୍ରକାରର ଗ୍ରହ ନକ୍ଷତ୍ର ଦୋଷ ଦୂର ହୋଇଥାଏ । ଗାଈ ଠାରୁ ମିଳୁଥିବା ପଞ୍ଚ ଗବ୍ୟ ରୋଗର ନିରାକରଣ ଏବଂ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ । ଗାଈ ଗୋଠ ସନ୍ଧ୍ୟା ସମୟରେ ଫେରିବା ବେଳେ ଗାଈର ଖୁରାରୁ ଯେଉଁ ଧୂଳି ଉଡ଼ିଥାଏ , ତାହା ଅତ୍ୟନ୍ତ ପବିତ୍ର ହୋଇଥାଏ । ଆପଣ ଅତି କମରେ ଗାଈକୁ ପ୍ରତ୍ୟକ ଦିନ ରୋଟି ନିଶ୍ଚିତ ଖୁଆଇ ପାରିବେ । ଶାସ୍ତ୍ର ଅନୁଯାୟୀ ମଙ୍ଗଳ ଗ୍ରହ ଦୁର୍ବଳ ଥିଲେ କୌଣସି ବ୍ରାହ୍ମଣକୁ ଗୋଦାନ ମଧ୍ୟ କରି ପାରିବେ ।

ଯଦି ଘରେ ପିଲାମାନେ ଅଧିକ କ୍ରୋଧିତ ହୋଇ ଯାଉଛନ୍ତି ତେବେ ଘରକୁ ଗାଈ ଆଣି ସେହ ପିଲା ହାତରୁ ସ୍ପର୍ଶ କରାଇ ରୁଟି ଖାଇବାକୁ ଦିଅନ୍ତୁ । ଏପରି କରିବା ସନ୍ତାନ ପାଇଁ ଶୁଭ ହୋଇଥାଏ । ଗୋମାତାଙ୍କ ପିଠିରେ ଏକ ଚୁଡ଼ ରହିଥାଏ ସେଉଁଠି ସୂର୍ଯ୍ୟ କେତୁ ନାଡ଼ି ରହିଥାଏ । ସବୁଦିନ ତାହା ଉପରେ ସ୍ପର୍ଶ କରିବା ଦ୍ୱାରା ସବୁ ମନସ୍କାମନା ପୂରଣ ହୋଇଥାଏ । ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଥାଏ । ଘର ବନାଇବା ପୂର୍ବରୁ ସେହି ସ୍ଥାନରେ ଗାଈ ବାଛୁରୀ ବାନ୍ଧିଲେ ସେହି ସ୍ଥାନର ବାସ୍ତୁ ଦୋଷ ଦୂର ହୋଇଥାଏ । କାମରେ କୌଣସି ପ୍ରତିବନ୍ଧକ ଆସେନାହିଁ । ଗୋମାତାଙ୍କ ପଞ୍ଚଗବ୍ୟ ମଧ୍ୟ ସବୁ ରୋଗର ନିରାକରଣ ଅଟେ । ପଞ୍ଚାଗବ୍ୟ ଦ୍ୱାରା ସବୁ ପ୍ରକାରର ରୋଗ ନଷ୍ଟ ହୋଇଥାଏ । ତାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *