Excuse Me Odisha

ଯାହା କହିବୁ ସତ କହିବୁ

ନଭେମ୍ବର ୨୭ କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ । ହେବ ଧନ ପ୍ରାପ୍ତି ।

ସେୟାର୍ କରନ୍ତୁ

ନଭେମ୍ବର ୨୭ ଶନିବାର ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା , ରାସ ପୂର୍ଣ୍ଣିମା ଏବଂ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ ହେବାକୁ ଯାଉଛି । ହିନ୍ଦୁ ଧର୍ମରେ କାର୍ତ୍ତିକ ପୂଜାର ବିଶେଷ ମହତ୍ତ୍ୱ ରହିଛି । ଏହିଦିନକୁ ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଶ୍ରେଷ୍ଠ ଦିନ ବୋଲି ବିଶ୍ୱାସ କରାଯାଏ । କାରଣ ଏହିଦିନ ମାନଙ୍କରେ ମାତା ଲକ୍ଷ୍ମୀ ଧରା ପୃଷ୍ଠରେ ବାସ କରଥାନ୍ତି । ଏହିଦିନ ଯଦି ଆପଣ ଗୋଟିଏ ଜିନିଷ ତୁଳସୀ ଗଛରେ ବାନ୍ଧି ଦିଅନ୍ତି ତେବେ ଏହା ଆପଣଙ୍କ ଜୀବନରେ ଖୁବ ପ୍ରଭାବୀ ହୋଇଥାଏ । ଘରେ ତୁଳସୀ ଗଛ ଥିଲେ ତାହା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସେହି ଗଛରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ବୋଲି କୁହାଯାଏ ।

ବେଦ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛକୁ ପୂଜା କରିବା ସହିତ ଏକ ଖାସ ଜିନିଷ ଏହି ଗଛରେ ବାନ୍ଧି ଦେଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ଅନେକ ଶୁଭ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ । ଖାଲି ଯେ ଭାରତରେ ଏହି ଗଛର ଅଧିକ ମହତ୍ତ୍ୱ ରହିଛି ତାହା ନୁହେଁ । ଦେଶ ବିଦେଶରେ ମଧ୍ୟ ଏହାର ଅନେକ ମହତ୍ତ୍ୱ ରହି ଆସିଛି । ତୁଳସୀକୁ ଅମୃତ ତୁଲ୍ୟ ମାନା ଯାଏ ଏବଂ ଏହି ଗଛରେ ସ୍ୱୟଂ ଭଗବାନ ବ୍ରହ୍ମା , ବିଷ୍ଣୁ ଏବଂ ମହେଶ୍ବର ବାସ କରିଥାନ୍ତି । ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେହି ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ । ତୁଳସୀ ଗଛକୁ ପୂଜା କରିବା ସହିତ ଚୁନି ଚଢ଼ାଇବା ଜରୁରୀ ଅଟେ । ଲୋକେ ସାଧରଣତଃ ଏହି ଭୁଲ କରି ଦିଅନ୍ତି । ଖାଲି ସେତିକି ନୁହେଁ ତୁଳସୀ ଏବଂ ଶାଳୀଗ୍ରାମ ବିବାହ କରାଇଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ ଏବଂ ଘରର ସଦସ୍ୟଙ୍କ ପାପ ମଧ୍ୟ ନଷ୍ଟ ହୋଇଥାଏ

ଯଦି ଆପଣ ଏହି କାର୍ତ୍ତିକ ପୂର୍ଣ୍ଣିମା ଦିନ ଜଳରେ କିଛି ବୁନ୍ଦା କ୍ଷୀର ମିଶାଇ ତୁଳସୀ ଗଛରେ ଅର୍ପିତ କରନ୍ତି ତେବେ ମାତା ଲକ୍ଷ୍ମୀ ଖୁସି ହେବେ । ଏହାଦ୍ବାରା ଘରେ ସୁଖ ସମୃଦ୍ଧି ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ । ତୁଳସୀଙ୍କୁ ବିଷ୍ଣୁ ପ୍ରିୟା ମଧ୍ୟ କୁହାଯାଏ । ତେଣୁ କ୍ଷୀର ଅର୍ପିତ କଲେ ତାହା ଭଗବାନ ବିଷ୍ଣୁଙ୍କୁ ପ୍ରାପ୍ତ ହୋଇଥାଏ । ଏହି ଉପାୟ ଗୁରୁବାର ଦିନ କଲେ ବୃହସ୍ପତି ଗ୍ରହ ମଜବୁତ ହୋଇଥାଏ । ଆଉ ଏକ ଉପାୟ ଅନୁଯାୟୀ ଏକ ନାଲି ସୂତା ତୁଳସୀ ଗଛରେ ବାନ୍ଧିବା ପରେ ସ୍ନାନ ସାରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ଏକ ମାଟି ହାଣ୍ଡି ନେଇ ଆସନ୍ତୁ । ସେଥିରେ ଚାଉଳ ଭର୍ତ୍ତି କରି କୋଏନ ଏବଂ ତିନୋଟି ତୁଳସୀ ପତ୍ର ପକାଇ ଏକ ଚୁନି ଘୋଡ଼ାଇ ଦିଅନ୍ତୁ । ଏହାପରେ ତାହାକୁ ମାତା ଲକ୍ଷ୍ମୀଙ୍କ ପାଖକୁ ନେଇ ଜୀବନରେ ଅର୍ଥର ଅଭାବକୁ ଦୂର କରିବାକୁ ପ୍ରାର୍ଥନା କରନ୍ତୁ ।

ତାହାକୁ ନେଇ ଘରେ ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହି ଉପାୟ ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ ଏବଂ ଆପଣଙ୍କ ଜୀବନରେ କେବେବି ଅର୍ଥର ଅଭାବ ରହିବ ନାହିଁ । ଘରେ ଏକାଧିକ ତୁଳସୀ ଗଛ ହେଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ଯାହାକି ମାତା ଲକ୍ଷ୍ମୀଙ୍କ ଆଗମନକୁ ସୂଚାଇ ଥାଏ ଏବଂ ଆପଣ ସେହି ଗଛକୁ କାହାକୁ ଦାନ ଆକାରରେ ଦେଇ ପାରିବେ । ଘରେ ବିଷମ ସଂଖ୍ୟାରେ ତୁଳସୀ ଗଛ ରହିବା ଶୁଭ ହୋଇଥାଏ । ତୁଳସୀ ଗଛ ପାଖରେ ଭୁଲରେବି ଶିବ ଲିଙ୍ଗ ଏବଂ ଗଣେଶଙ୍କ ପ୍ରତିମା ରଖନ୍ତୁ ନାହିଁ । ଏହା ବିନାଶର କାରଣ ହୋଇଥାଏ । ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇଲେ ମାତା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *