Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ପୂର୍ଣ୍ଣିମା ରାତିରେ ଝାଡୁ ତଳେ ରଖି ଦିଅନ୍ତୁ ଏହି ଜିନିଷ । ଆପଣ ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ଧାର୍ମିକ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମାକୁ ଅତ୍ୟନ୍ତ ସ୍ୱତନ୍ତ୍ର ମାନାଯାଏ । ଏହାକୁ ଗଙ୍ଗା ସ୍ନାନ ଭାବରେ ମଧ୍ୟ ଜଣା ଯାଏ । ପୁରାଣ ଅନୁଯାୟୀ ଏହିଦିନ ସ୍ନାନ , ଦାନ , ବ୍ରତ ଏବଂ ତପର ଏହିଦିନ ବିଶେଷ ମହତ୍ତ୍ୱ ରହିଛି । ଯଦି ଆପଣ ଏହିଦିନ ପବିତ୍ର ନଦୀ ପୋଖରୀରେ ସ୍ନାନ କରି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପିତ କରନ୍ତି ତେବେ ପୁଣ୍ୟ ପ୍ରାପ୍ତ ହୋଇଥାଏ । ଏହିଦିନ ଦିଆଯାଉଥିବା ଦାନ କେବେ ବ୍ୟର୍ଥ ଯାଏ ନାହିଁ । ଏହାଦ୍ବାରା ପାପର ନାଶ ମଧ୍ୟ ହୋଇଥାଏ । ହିନ୍ଦୁ ପାଞ୍ଜି ଅନୁଯାୟୀ ଏହି କାର୍ତ୍ତିକ ପୂର୍ଣ୍ଣିମାରେ ଅନେକ ଦୁର୍ଲଭ ସଂଯୋଗ ରହିଛି । ଏହାକୁ ତ୍ରିପୁରା ପୂର୍ଣ୍ଣିମା ମଧ୍ୟ କୁହାଯାଇଥାଏ । ଘରେ ସ୍ନାନ କରୁଥିଲେ ଜଳରେ ଗଙ୍ଗା ଜଳ ମିଶାଇ ସ୍ନାନ କରିପାରିବେ ଏବଂ ଏହି ସ୍ନାନ ଏବଂ ଦାନ ପାଇଁ ଶୁଭ ମୁହୂର୍ତ୍ତ ହେଉଛି , ସକାଳ ଦେବ ମୁହୂର୍ତ୍ତରୁ ଦିନ ୨.୦୦ ।

ଏହାଦ୍ବାରା ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ । ଏହିଦିନ ବିନା ପିଆଜ ରସୁଣର ଖାଦ୍ୟ ଖାଆନ୍ତୁ । ଏହିଦିନ ଭଗବାନ ଶ୍ରୀହରିଙ୍କୁ ଅଭିଷେକ କରି ପୂଜା କରନ୍ତୁ । ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ଭୋଗ ଲଗାଇବା ବେଳେ ସେଥିରେ ନିଶ୍ଚୟ ତୁଳସୀ ପତ୍ର ପକାନ୍ତୁ । ଭଗବାନ ବିଷ୍ଣୁଙ୍କୁ କେବଳ ସାତ୍ଵିକ ଭୋଗ ଲଗାନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କୁ ଆରତୀ କରନ୍ତୁ । ଏହିଦିନ ଚନ୍ଦ୍ର ଉଦୟ ହେବା ପରେ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦିଅନ୍ତୁ ଏବଂ ପୂଜା କରନ୍ତୁ । ଏହାଦ୍ବାରା ପାପରୁ ମୁକ୍ତି ମିଳିଥାଏ ଏବଂ ମନ ସନ୍ତୁଷ୍ଟ ରହିଥାଏ । ଏହାଦ୍ବାରା ମାନସିକ କଷ୍ଟ ମଧ୍ୟ ଦୂର ହୋଇଥାଏ । ଏହିଦିନ ଘରର ଆଖାପାଖରେ ଥିବା ଗାଈକୁ ଖାଇବାକୁ ଦିଅନ୍ତୁ ।

ଏପରି କଲେ ଅନେକ ଦୋଷରୁ ମୁକ୍ତି ମିଳିଥାଏ । ଏହି ପୂର୍ଣ୍ଣିମା ଦିନ ରାତିରେ ଝାଡୁ ସହିତ କିଛି ଉପାୟ କରିବା ଅତ୍ୟନ୍ତ ଭଲ ହୋଇଥାଏ । ଏହାଦ୍ବାରା ଜୀବନରେ ଦାରିଦ୍ର୍ୟତା ଏବଂ ସମସ୍ୟା ଦୂର ହୋଇଯିବ । ଏଭଳି ମାନ୍ୟତା ରହିଛି ଯେ ଧନନ୍ତରୀ ମାତା ଲକ୍ଷ୍ମୀ ଝାଡୁରେ ଥାଆନ୍ତି । ପୂର୍ଣ୍ଣିମା ତିଥିରେ ଝାଡୁର ପ୍ରୟୋଗ କଲେ ସୁଖ ସମୃଦ୍ଧି ଆସିଥାଏ । ପୂର୍ଣ୍ଣିମା ଦିନ ସକାଳୁ କୌଣସି ମନ୍ଦିରକୁ ଏକ ନୂଆ ଝାଡୁ ନେଇ ମନ୍ଦିର ସଫା କରନ୍ତୁ ଏବଂ ସେହି ଝାଡୁକୁ ସେଠାରେ ଛାଡ଼ି ଆସନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନରେ ଖୁସି ଆସିଥାଏ । କିନ୍ତୁ ଏହି ସମୟରେ ଆପଣଙ୍କୁ ଯେମିତି କେହିବି ନଦେଖନ୍ତି । ଘରର କୌଣସି ସଦସ୍ୟଙ୍କ ଉପରେ ନଜର ଲାଗିଥିଲେ ଝାଡୁରେ ତିନି ଥର ଝାଡ଼ି ଦିଅନ୍ତୁ । ଏପରି କଲେ ନଜର ଦୋଷ ଦୂର ହୋଇଥାଏ ।

ଭୁଲରେବି ଝାଡୁ କାହାକୁ ଦିଅନ୍ତୁ ନାହିଁ । ନଚେତ ଆପଣଙ୍କ ଜୀବନରେ ସମସ୍ୟା ଦେଖା ଦେବ । ନୂଆ ଝାଡୁ କିଣିବା ପରେ ତାହାକୁ ବ୍ୟବହାର କରିବା ପୂର୍ବରୁ ରଙ୍ଗୀନ ସୂତା ବାନ୍ଧି ବ୍ୟବହାର କଲେ ଜୀବନରେ କେବେ ସମସ୍ୟା ଦେଖା ଦେବ ନାହିଁ । ଏହି ଉପାୟ ପୂର୍ଣ୍ଣିମା ଦିନ କରନ୍ତୁ । ଏହାଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଯିବ । ଖିରି ମାତା ଲକ୍ଷ୍ମୀଙ୍କର ପସନ୍ଦ ଅଟେ । ମାତା ଲକ୍ଷ୍ମୀଙ୍କୁ ଖିରି ଅର୍ପିତ କରନ୍ତୁ ଏବଂ ଘର ପାଖରେ ଥିବା ମନ୍ଦିରରେ ଗୋଟିର କିମ୍ବା ଦୁଇଟି ଝାଡୁ ଦାନ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *