Excuse Me Odisha

ଯାହା କହିବୁ ସତ କହିବୁ

୨୩ ରୁ ୨୭ ନଭେମ୍ବର ପଞ୍ଚୁକ ବ୍ରତରେ କରନ୍ତୁ ନାହିଁ ଏହି ପାଞ୍ଚଟି ଭୁଲ । ନଚେତ ମାଡ଼ି ଆସିବ ବିପଦ ।

ସେୟାର୍ କରନ୍ତୁ

ପବିତ୍ର ପଞ୍ଚୁକ ବ୍ରତ ଚଳିତ ମାସ ନଭେମ୍ବର ୨୩ ଗୁରୁବାର ଠାରୁ ୨୭ ତାରିଖ ଶନିବାର ପର୍ଯ୍ୟନ୍ତ ପାଳିତ ହେବ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ପ୍ରତ୍ୟେକ ବ୍ୟକ୍ତି ସକାଳୁ ସ୍ନାନ ସହିତ ପାଞ୍ଚ ଦିନ ଧରି ପଞ୍ଚୁକ ବ୍ରତ ପାଳନ କରି ପାରିବେ । ପିତାମହ ଭୀଷ୍ମ ଭଗବାନ ଶ୍ରୀକୃଷ୍ଣଙ୍କୁ କାର୍ତ୍ତିକ ମାସ ପାଞ୍ଚ ଦିନ ବ୍ରତ ରଖି ବ୍ରତ ପାଳନ କରିବା ବିଷୟରେ କହିଥିଲେ । ତେଣୁ ଏହାକୁ ଭୀଷ୍ମ ପଞ୍ଚୁକ ବୋଲି କୁହାଯାଏ । ତେଣୁ ଏହିଦିନ କିଛି ଏଭଳି କାମ ଅଛି ଯାହାକୁ ଆଦୋୖ କରିବା ଉଚିତ ନୁହେଁ । ଏହାବ୍ୟତୀତ କଣ କଲେ ଘରକୁ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସହିତ ସୁଖ ସମୃଦ୍ଧି ଆସିବ ।

୧ . କାର୍ତ୍ତିକ ମାସ ପଞ୍ଚୁକରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ଅର୍ଚ୍ଚନା କରନ୍ତୁ । ପୂଜା କରିବା ସମୟରେ ଉଭୟ ରାଧା ଏବଂ କୃଷ୍ଣଙ୍କୁ ତୁଳସୀ କାଠରେ ଚନ୍ଦନ ଘୋରି ଲଗାନ୍ତୁ । ଏହାଦ୍ବାରା ରାଧା କୃଷ୍ଣ ଆପଣଙ୍କ ଉପରେ ପ୍ରସନ୍ନ ହେବେ ।

୨ . ପଞ୍ଚୁକର ପାଞ୍ଚ ଦିନ ସକାଳୁ ଶୀଘ୍ର ଉଠି ଘରକୁ ସଫା କରିବା ସହିତ ବାଡ଼ି ବଗିଚା ଘର ଚାରି ପାଖରେ ଅଳେଇ ସଫା କରି ନିଅନ୍ତୁ । ଏହାଦ୍ବାରା ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ ।

୩ . ଏହି ପାଞ୍ଚ ଦିନ ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସ୍ନାନ କରି ଚଉରା ପୂଜା କିମ୍ବା ତୁଳସୀ ପୂଜା କରନ୍ତୁ । ଏହାପରେ ଚଉରା ପାଖରେ ମୁରୁଜରେ ରଙ୍ଗୋଲି ବନାଇ ସେଥିରେ ପଞ୍ଚୁକ ବୋଲି ଲେଖନ୍ତୁ । ଏହାକୁ ସମସ୍ତ ପାଞ୍ଚ ଦିନ କରନ୍ତୁ । ଏହାଦ୍ବାରା ଆପଣଙ୍କ ମନସ୍କାମନା ପୂରଣ ହେବା ସହିତ ଦିନଟି ମଧ୍ୟ ବେଶ ଭଲଭାବରେ କଟିବ ।

୪ . ଏହି ପାଞ୍ଚ ଦିନରେ ଭଗବାନ ଶ୍ରୀ ଜଗନ୍ନାଥଙ୍କ ପାଖରେ ନୀଳ ଅପରାଜିତ ଫୁଲ ନେଇ ଅର୍ପଣ କରନ୍ତୁ । ଏହାଦ୍ବାରା ଭଗବାନ ଜଗନ୍ନାଥଙ୍କ କୃପା ପ୍ରାପ୍ତ ହେବ ।

୫ . ପଞ୍ଚୁକ ପାଞ୍ଚ ଦିନର ଶେଷ ଦିନ ଡଙ୍ଗା ଭସା ଦିନ ହୋଇଥାଏ । ଯେଉଁଦିନ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଡଙ୍ଗା ଭସାଇ ଥାଆନ୍ତି । ଯଦି ଆପଣ କଦଳୀ ପଟୁଆରେ ଡଙ୍ଗା ବନାଇ ଭସାନ୍ତି ତେବେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ । ସୋଲ ତିଆରି ଡଙ୍ଗା ଭସାଉ ଥିଲେ ତାହା ଯେମିତି ଜଳି ନଯାଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ନଚେତ ମନସ୍କାମନା ପୂରଣ ହେବ ନାହିଁ ଏବଂ ତାହା ଅଶୁଭ ମଧ୍ୟ ହୋଇଥାଏ ।

ଏହି ପାଞ୍ଚଟି କାମ ଭୁଲରେବି କରନ୍ତୁ ନାହିଁ ।

୧ . ପଞ୍ଚୁକ ଦିନରେ ଖଟ ଉପରେ ବସି କୌଣସିବି ମନ୍ତ୍ର ପଢ଼ିବାକୁ ମନା କରାଯାଏ । ଏହା ଶୁଭ ହୋଇ ନଥାଏ । ଏପରି ମନ୍ତ୍ର ପଢ଼ିବା ଦ୍ୱାରା ସଙ୍କଟ ଆସିଥାଏ ।

୨ . ଯେଉଁ ସମୟରେ ଧନିଷ୍ଟ ନକ୍ଷତ୍ରର ସମୟ ହୋଇଥାଏ ଜଳୁଥିବା ବସ୍ତୁ ଗୁଡ଼ିକୁ ଏକାଠି କରନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ ।

୩ . ପଞ୍ଚୁକରେ ଦକ୍ଷିଣ ଦିଗକୁ ଯାତ୍ରା କରିବା ଉଚିତ ମାନା ଯାଏ ନାହିଁ । କାରଣ ଏହି ଦିଗରେ ଯମଙ୍କର ବାସ ହୋଇଥାଏ । ନଭେମ୍ବର ୧୯ ପର୍ଯ୍ୟନ୍ତ କୌଣସି ଦକ୍ଷିଣ ଦିଗକୁ ଯାତ୍ରା କରନ୍ତୁ ନାହିଁ ।

୪ . ପଞ୍ଚୁକରେ ଯେତେବେଳେ ରେବତୀ ନକ୍ଷତ୍ର ଲାଗିଥାଏ ସେତେବେଳେ ଘରର ଛାତ ପକାଇବା ଉଚିତ ନୁହେଁ ।

୫ . ପଞ୍ଚୁକରେ ଶବ ସତ୍କାର ପୂର୍ବରୁ କୌଣସି ବଡ଼ ପଣ୍ଡିତଙ୍କ ପରାମର୍ଶ ନିଅନ୍ତୁ । ଏହି ଦିନ ଗୁଡ଼ିକରେ ବିବାହ , ନିର୍ବନ୍ଧ ଏବଂ ବ୍ୟାପାର କରିଲେ ଶୁଭ ଫଳ ମିଳିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *