Excuse Me Odisha

ଯାହା କହିବୁ ସତ କହିବୁ

ନଭେମ୍ବର ୨୨ ବଡ଼ ଗୁରୁବାର ଦିନ ଦିନ କରି ଦିଅନ୍ତୁ କେବଳ ଏହି କାମ । ସ୍ବୟଂ ମାତା ଲକ୍ଷ୍ମୀ କହିଛନ୍ତି ।

ସେୟାର୍ କରନ୍ତୁ

ଦେବଗୁରୁ ବୃହସ୍ପତି ପ୍ରସନ୍ନ ରହିଲେ ଜୀବନ ସହଜ ହୋଇଯାଏ । କିନ୍ତୁ ଗୁରୁବାର ଦିନ କିଛି ଏଭଳି ଅତି ସହଜ ଉପାୟ ରହିଛି ଯାହାକୁ ଯଦି ଆପଣ ଗୁରୁବାର ଦିନ କରନ୍ତି ତେବେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ହଳଦୀ ଏବଂ ଗୁରୁ ଗ୍ରହର ସମ୍ବନ୍ଧ ରହିଛି ତେଣୁ ଏହି ଗୁରୁବାର ଦିନ ହଳଦୀର ଉପଯୋଗ କରି କିଛି ଖାସ ଉପାୟ କରାଯାଇ ପାରିବ । ହଳଦୀର ଅନେକ ମହତ୍ତ୍ୱ ରହିଛି ତେବେ ତାହା ଆଧ୍ୟାତ୍ମିକ ହେଉ , ଆୟୁର୍ବେଦିକ ହେଉ କିମ୍ବା ବାସ୍ତୁ ଲାଭ ହେଉ । ପ୍ରତ୍ୟେକ ଦିନ ପୂଜା ସମୟରେ ମଥାରେ ହଳଦୀ ତିଳକ କଲେ ମାନସିକ ଶାନ୍ତି ମିଳିଥାଏ ।

ଏହା ସ୍ୱାସ୍ଥ୍ୟ ବର୍ଦ୍ଧକ ଭାବରେ ମଧ୍ୟ କାମ କରିଥାଏ । ହଲଦୀକୁ ଯଦି ମୌଲି ଗୁଡ଼ାଇ ମୁଣ୍ଡ ପାଖରେ ରଖାଯାଏ ତେବେ ଖରାପ ସ୍ୱପ୍ନ ମଧ୍ୟ ଆସିନଥାଏ । ପ୍ରତିଦିନ ଭଗବାନ ଗଣେଶଙ୍କୁ ଏକ ଚିମୁଟା ହଳଦୀ ଅର୍ପିତ କଲେ ବିବାହ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଏକ ଚିମୁଟା ହଳଦୀ କିଭଳି ଆପଣଙ୍କ ଜୀବନ ବଦଳାଇ ପାରିବ ।

୧ . ପ୍ରଥମତଃ ଯଦି ଆପଣ କୌଣସି ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି ତେବେ ପେଶା ହୋଇଥିବା ହଳଦୀ ଦାନ କରନ୍ତୁ । ଏହାଦ୍ବାରା ସବୁ ପ୍ରକାରର ଗମ୍ଭୀର ରୋଗରୁ ମୁକ୍ତି ମିଳିଥାଏ । ମଥାରେ ମଧ୍ୟ ହଳଦୀ ତିଳକ କଲେ ଦିନର ଶୁଭାରମ୍ଭ ହୋଇଥାଏ । ଏହାଦ୍ବାରା ନକରାତ୍ମକତା ଶକ୍ତି ମଧ୍ୟ ଦୂରରେ ଥାଏ ।

୨ . ଯଦି ଜାତକରେ ବୃହସ୍ପତି ଗ୍ରହ ଦୁର୍ବଳ ରହିଛି ତେବେ ଏକ ଗୋଟା ହଳଦୀ ନେଇ ଏକ ହଳଦିଆ କପଡ଼ାରେ ବାନ୍ଧି ନିଜ ବାହୁରେ ବାନ୍ଧି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ବୃହସ୍ପତି ମଜବୁତ ହେବ ଏବଂ ଆପଣଙ୍କୁ ସବୁ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିବ । ଏହି ଉପାୟ ପ୍ରତ୍ୟେକ ଗୁରୁବାର କଲେ ଆପଣଙ୍କୁ ଚାକିରୀ ବ୍ୟବସାୟ କିମ୍ବା ସବୁ କ୍ଷେତ୍ରରେ ସଫଳତା ମିଳିବ ।

୩ . ଯଦି ଆପଣଙ୍କ ମନ କୌଣସି ପ୍ରକାରର ନକରାତ୍ମକ ଚିନ୍ତାରେ ଭରି ରହିଛି ଏବଂ ଆପଣ ସବୁବେଳେ ଚିନ୍ତିତ ରହୁଛନ୍ତି ତେବେ ସ୍ନାନ କରିବା ସମୟରେ ସ୍ନାନ ପାଣିରେ ଏକ ଚିମୁଟା ହଳଦୀ ମିଶାଇ ଦିଅନ୍ତୁ । ଏହାଦ୍ବାରା ସବୁ ପ୍ରକାରର ନକରାତ୍ମକତା ଦୂରେଇ ଯିବ । ଏହାଦ୍ବାରା ହଳଦୀ ତିଳକ ମଥାରେ ଲଗାଇଲେ ଚାକିରୀ କ୍ଷେତ୍ରରେ ସଫଳତା ମିଳିଥାଏ ।

୪ . ଘରେ କୌଣସି ପ୍ରକାରର ନକରାତ୍ମକତା ଅନୁଭୂତ ହେଉଥିଲେ ଘରର ପାଚେରୀ କିମ୍ବା ମୁଖ୍ୟଦ୍ୱାର ପାଖରେ ହଳଦୀ ରେଖା ଟାଣି ଦିଅନ୍ତୁ । ଏହି ଉପାୟ ପ୍ରତ୍ୟେକ ଦିନ କଲେ କୌଣସି ନକରାତ୍ମକ ଶକ୍ତି ଆପଣଙ୍କ ଘରକୁ ପ୍ରବେଶ କରି ପାରିବ ନାହିଁ । କିମ୍ବା ଆପଣ ପ୍ରତ୍ୟେକ ଦିନ ଅଳ୍ପ ଅଳ୍ପ ହଳଦୀ ସିଞ୍ଚି ପାରିବେ ।

୫ . ଯଦି ଆପଣଙ୍କ ବିବାହରେ କୌଣସି ପ୍ରକାରର ସମସ୍ୟା ଦେଖା ଦେଉଛି , ବିବାହ ବିଳମ୍ବ ହେଉଛି କିମ୍ବା ମନ ପସନ୍ଦର ସାଥି ମିଳିବାରେ ସମସ୍ୟା ହେଉଛି ତେବେ ସକାଳ ସମୟରେ ଏକ ଲୋଟା ପାଣିରେ ହଳଦୀ ମିଶାଇ ସୂର୍ଯ୍ୟ ଦେବଙ୍କୁ ଅର୍ପିତ କରନ୍ତୁ । ଲୋଟାରେ ଲାଗିଥିବା ହଳଦୀକୁ ନେଇ ନିଜ ମଥାରେ ମଧ୍ୟ ଲଗାଇ ଦିଅନ୍ତୁ । ଏହାଦ୍ବାରା ବିବାହ ସମ୍ବନ୍ଧୀୟ କୌଣସିବି ସମସ୍ୟାର ସମାଧାନ ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *