Excuse Me Odisha

ଯାହା କହିବୁ ସତ କହିବୁ

ଅଁଳା ନବମୀ ଦିନ କରି ଦିଅନ୍ତୁ କେବଳ ଏହି ଗୁପ୍ତ ଉପାୟ । ପୁରା ବର୍ଷ ମିଳିବ ଟଙ୍କା ପଇସା ।

ସେୟାର୍ କରନ୍ତୁ

ଆଜିର ଭିଡ଼ିଓରେ ଆମେ ଆପଣଙ୍କୁ ଅଁଳା ନବମୀ ଦିନ କରାଯାଉଥିବା କିଛି ଗୁପ୍ତ ଉପାୟ ବିଷୟରେ କହିବୁ । ଯାହାଦ୍ୱାରା ବ୍ୟକ୍ତିର ଭାଗ୍ୟ ଚମକିବା ସହିତ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହାବ୍ୟତୀତ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରପ୍ତ ହୋଇଥାଏ । ଭଗବାନ ବିଷ୍ଣୁ ଅଁଳା ବୃକ୍ଷରେ ବାସ କରିଥାନ୍ତି ତେଣୁ ଅଁଳା ନବମୀ ଦିନ ସକାଳୁ ଉଠି ସ୍ନାନ କରି ବ୍ରତ ସଂକଳ୍ପ ନେବାର ବିଧାନ ରହିଛି । ପରିଷ୍କାର ବସ୍ତ୍ର ଧାରଣ କରି ଅଁଳା ଗଛରେ ସିନ୍ଦୁର କୁମକୁମ ଲଗାଇ ଭୋଗ ଏବଂ ଧୂପ ଦୀପ ଅର୍ପିତ କରିବା ପରେ ଗାୟତ୍ରୀ ଫିତା ବାନ୍ଧି ଆଠ ଥର ପରିକ୍ରମା କରନ୍ତୁ । ଏହାବ୍ୟତୀତ ଯଦି ଆପଣ ପୁରା ପରିବାର ସହିତ ଏହିଦିନ ଅଁଳା ଗଛ ମୂଳରେ ବସି ଭୋଜନ କରନ୍ତି ତେବେ ମଧ୍ୟ ଭଗବାନ ବିଷ୍ଣୁ ପ୍ରସନ୍ନ ହେବେ ଏବଂ ଜୀବନର ସବୁ ସମସ୍ୟା ଦୂର ହୋଇଯିବ ।

ଏହିଦିନ କୌଣସି ବ୍ରାହ୍ମଣ ମହିଳାଙ୍କୁ ସୁହାଗ ଜିନିଷ ଦାନ କରନ୍ତୁ । କହିରଖିବୁ ଯେ ଅଁଳା ଗଛ ମୂଳରେ ପୂଜା ଏବଂ ଭୋଜନ ନିୟମ ପ୍ରଥମେ ମାତା ଲକ୍ଷ୍ମୀ ହିଁ ବାହାର କରିଥିଲେ । ପ୍ରତ୍ୟେକ ବ୍ୟକ୍ତି ଅଁଳା ନବମୀ କଥା ନିଶ୍ଚୟ ଜାଣିବା ଉଚିତ । ଶାସ୍ତ୍ର ଅନୁଯାୟୀ ଥରେ ମାତା ଲକ୍ଷ୍ମୀ ପୃଥିବୀ ପୃଷ୍ଠକୁ ଆସି କିଭଳି ଏକା ସାଙ୍ଗରେ ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବଙ୍କୁ ପୂଜା କରିବେ ଭାବି ଚିନ୍ତିତ ଥିଲେ । ଏହାପରେ ସେ ଜାଣିଲେ ଯେ ଉଭୟ ତୁଳସୀ ଯାହାକି ଭଗବାନ ବିଷ୍ଣୁଙ୍କୁ ପ୍ରିୟ ଏବଂ ବେଲ ଯାହାକି ମହାଦେବଙ୍କୁ ପ୍ରିୟ ଏହି ଉଭୟ ବୃକ୍ଷର ଗୁଣ ଅଁଳା ଗଛରେ ରହିଥାଏ । ଏହାପରେ ଏହି ଗଛକୁ ମାତା ଲକ୍ଷ୍ମୀ ପୂଜା କରିବା ପରେ ଭୋଜନ ବନାଇ ବିଷ୍ଣୁ ଏବଂ ମହାଦେବଙ୍କୁ ସେହି ଅଁଳା ଗଛ ମୂଳରେ ଭୋଜନ କରାଇବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ମହାଦେବ ଉଭୟ ପ୍ରସନ୍ନ ହୋଇଥିଲେ।

ତେଣୁ ଯଦି ଆପଣ ଅଁଳା ଗଛକୁ ପୂଜା କରନ୍ତି ତେବେ ଭଗବାନ ବିଷ୍ଣୁ ଏବଂ ମହାଦେବଙ୍କ କୃପା ପ୍ରାପ୍ତ ହେବ । ଏହିଦିନ ମହିଳା ମାନେ ସନ୍ତାନ ମାନଙ୍କ ଦୀର୍ଘ ଆୟୁଷ କାମନା କରି କିଛି ଉପାୟ ମଧ୍ୟ କରି ପାରିବେ । ଏହିଦିନ ଦାନର ଅନେକ ମହତ୍ତ୍ୱ ରହିଛି ଏବଂ ଆପଣ ଏହିଦିନ ନିଜ ସାମ୍ୟର୍ଥ ଅନୁଯାୟୀ କିଛି ଦାନ କରି ପାରିବେ । ଯାହାଦ୍ୱାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହେବା ସହିତ ଜୀବନ କାଳରେ ସୁଖ ସମୃଦ୍ଧି ନିଶ୍ଚୟ ଆସିବ । ଯଦି ଆପଣ ଅଁଳା ନବମୀ ଦିନ ଅଁଳା ଗଛ ମୂଳରେ ଏକ ଶୁଦ୍ଧ ଘିଅ ଦୀପ ଜାଳି ସେଥିରେ ହଳଦୀ ପକାନ୍ତି ତେବେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ ।

ଏହାବ୍ୟତୀତ ଯଦି ଆପଣଙ୍କ ଜୀବନରେ ଦୀର୍ଘ ଦିନ ହେବସମସ୍ୟା ରହିଛି ଏବଂ ଆପଣଙ୍କ ମନସ୍କାମନା ପୂରଣ ହୋଇ ପାରୁ ନାହିଁ ତେବେ ନଅଟି କଞ୍ଚା ହଳଦୀ ନେଇ ଏକ ମାଳା ତିଆରି କରି ଅଁଳା ଗଛରେ ବାନ୍ଧି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ସମସ୍ତ ପ୍ରକାରର ମନସ୍କାମନା ପୂରଣ ହୋଇଥାଏ । ଏହାଦ୍ବାରା ସବୁ ପ୍ରକାରର ସମସ୍ୟା ଦୂର ହେବା ସହିତ କୋର୍ଟ କଚେରୀର ମାମଲା ଦୂର ହୋଇଥାଏ । ଏହାଦ୍ବାରା ବ୍ୟକ୍ତିର ଭାଗ୍ୟ ମଧ୍ୟ ଖୋଲିଯାଏ । ଏକ ଗୁପ୍ତ ଉପାୟ ଅନୁଯାୟୀ ଏହିଦିନ ଗୋମାତାଙ୍କୁ ମଧ୍ୟ ଅଁଳା ଗଛ ତଳେ ବାନ୍ଧି ଗଛ ସହିତ ସାତ ଥର ପରିକ୍ରମା କରି ଦିଅନ୍ତୁ । ଏହାଦ୍ବାରା ବ୍ୟକ୍ତିର ସାତ ଜନ୍ମର ପାପ ଦୂର ହୋଇଯିବ ଏବଂ ଜୀବନ ସମ୍ପୂର୍ଣ୍ଣ ବଦଳି ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *