ନୂଆବର୍ଷ ୨୦୨୪ ରେ ଭାଗ୍ୟଶାଳୀ ହେବେ ଏହି ପାଞ୍ଚଟି ରାଶି । ଏମାନଙ୍କ ଉପରେ ମାତା ଲକ୍ଷ୍ମୀ କରିବେ କୃପା ବର୍ଷା ।
ଆସନ୍ତା ୨୦୨୪ ନୂତନ ବର୍ଷରେ ମାତା ଲକ୍ଷ୍ମୀ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ସୁଲଭ ଉପରେ ନିଜର କୃପାଦ୍ରୁଷ୍ଟି ବର୍ଷିବାକୁ ଯାଉଛନ୍ତି । ତେବେ ଆଜିକାର ଲେଖାରେ ଆମେ ଆପଣଙ୍କୁ ସେହି କେତୋଟି ରାଶି ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ଭାଗ୍ୟ ନୂଆ ବର୍ଷରେ ବଦଳିବାକୁ ଯାଉଛି ।
୧ . ତୁଳା ରାଶି:-
୨୦୨୪ ର ନୂତନ ବର୍ଷ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଭଲ ହେବାକୁ ଯାଉଛି । ଏମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ବର୍ଷା ହେବାକୁ ଯାଉଛି ଏବଂ ଘରକୁ ସୁଖ ସମୃଦ୍ଧି ଆସିବାକୁ ଯାଉଛି । ଆର୍ଥିକ ସ୍ଥିତି ଭଲ ରହିବ ଏବଂ ବ୍ୟବସାୟ କରିଥିବା ବ୍ୟକ୍ତିଙ୍କୁ ଇଚ୍ଛା ଅନୁଯାୟୀ ଲାଭ ମିଳିବ । କୌଣସି ନୂଆ ଯାନ ବାହନ କିମ୍ବା ଇଲେକ୍ଟ୍ରୋନିକ ଜିନିଷ କିଣି ପାରନ୍ତି । ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବେ । ପୂର୍ବରୁ ରହିଥିବା ଶାରୀରିକ ସମସ୍ୟା ଦୂର ହେବ । ବେରୋଜଗାରୀଙ୍କୁ ମନ ମୁତାବକ ଚାକିରୀ ମିଳିବାକୁ ଯାଉଛି ।
୨ . ବୃଷ ରାଶି:-
ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ବର୍ଷା ହେବାକୁ ଯାଉଛି । ୨୦୨୪ ଏମାନଙ୍କ ପାଇଁ ଭଲ ରହିବ ଏବଂ ହଠାତ ଧନ ପ୍ରାପ୍ତର ଯୋଗ ରହିଛି । ଚାକିରୀ କରୁଥିବା ବ୍ୟକ୍ତି ମାନେ ପ୍ରମୋଶନ ପାଇବେ । ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିବାକୁ ଯାଉଛି । ଘର ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ସହିତ ପ୍ରେମ ସମ୍ପର୍କ ଦୃଢ଼ ହେବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ କୃପାରୁ ଦାମ୍ପତ୍ୟ ଜୀବନ ସୁଖମୟ ହେବାକୁ ଯାଉଛି । ବିଦ୍ୟାର୍ଥୀ ମାନଙ୍କ ପାଇଁ ୨୦୨୪ ଅତ୍ୟନ୍ତ ଭଲ ରହିବ ।
୩ . କନ୍ୟା ରାଶି:-
୨୦୨୪ ନୂତନ ବର୍ଷ ଠାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି । କାହାଠାରୁ ଧାର ନେଇଥିବା ଟଙ୍କା ଫେରାଇ ଦେବେ । ମନ ପ୍ରସନ୍ନ ରହିବ ଏବଂ ଅଧିକ ଧନ ଲାଭ ହେବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ବ୍ୟବସାୟୀଙ୍କୁ ଲାଭ ମିଳିବ ଏବଂ ଅଟକି ରହିଥିବା କାର୍ଯ୍ୟ ସଫଳତା ପୂର୍ବକ ଶେଷ ହେବ । ଏହି ୨୦୨୪ ରେ ମାତା ଲକ୍ଷ୍ମୀଙ୍କ କୃପା ମିଳିବାକୁ ଯାଉଛି ।
୪ . ସିଂହ ରାଶି:-
ନୂଆ ବର୍ଷରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ବର୍ଷିବାକୁ ଯାଉଛି । ଆପଣଙ୍କୁ ହଠାତ ଧନ ଲାଭ ହେବାର ସୁଯୋଗ ପ୍ରାପ୍ତ ହେବ । ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବାକୁ ଯାଉଛି । ବେରୋଜଗାରଙ୍କୁ ମନ ମୁତାବକ ଚାକିରୀ ମିଳିବାକୁ ଯାଉଛି । କୋର୍ଟ କଚେରୀ ମାମଲା ଥିଲେ ତାହା ସୁରୁଖୁରୁରେ ସମାପ୍ତ ହେବ ।
୫ . କୁମ୍ଭ ରାଶି:-
୨୦୨୪ ନୂଆବର୍ଷର ଆରମ୍ଭ ସହିତ ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଶୁଭ ଦିନ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏମାନେ ଆରମ୍ଭ କରିବାକୁ ଯାଉଥିବା ସମସ୍ତ କାର୍ଯ୍ୟ ସଫଳ ହେବ । ମାତା ଲକ୍ଷ୍ମୀଙ୍କ କୃପାରୁ କୌଣସି କାର୍ଯ୍ୟରେ ସମସ୍ୟା ରହିବ ନାହିଁ । ବ୍ୟାପାର ବାଣିଜ୍ୟ ବ୍ୟବସାୟ ଏବଂ ସବୁ କ୍ଷେତ୍ରରେ ସଫଳତା ନିଶ୍ଚିତ ଅଟେ । ଚାକିରୀ କରୁଥିବା ବ୍ୟକ୍ତିଙ୍କର ନିଶ୍ଚିତ ପ୍ରମଶନ ହେବ । ଏମାନଙ୍କର ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ । ଲୋକମାନେ ଏମାନଙ୍କ ମାର୍ଗ ଦର୍ଶନ ପାଇବା ଦ୍ୱାରା ନିଜକୁ ଭାଗ୍ୟଶାଳୀ ମନେ କରିବେ ।
୬ . ମିଥୁନ ରାଶି:-
୨୦୨୪ ର ନୂତନ ବର୍ଷରେ ଏମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଏମାନେ ନିଜର ଶକ୍ତି ବଳରେ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ନୂତନ କାର୍ଯ୍ୟ ଆରମ୍ଭ କଲେ ସେଥିରେ ସଫଳତା ମିଳିବ । ଏମାନଙ୍କୁ ଆଗାମୀ ସମୟରେ ଧନର କୌଣସି ଅଭାବ ରହିବ ନାହିଁ ଏବଂ ସୁଖ ଓ ଶାନ୍ତିର ପ୍ରତିଷ୍ଠା ହେବ ।