Excuse Me Odisha

ଯାହା କହିବୁ ସତ କହିବୁ

ଚଳିତ ବର୍ଷ କେବେ ପଡୁଛି ମହା ପଞ୍ଚୁକ ବ୍ରତ । ଏହିଦିନ କେଉଁ କେଉଁ ଜାଗାରେ ଦୀପ ଜାଳିଲେ ମିଳିବ ପୁରା ବର୍ଷର ପୁଣ୍ୟ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ପଞ୍ଚୁକ ବ୍ରତର ଅନେକ ମହତ୍ତ୍ୱ ରହିଛି । କିନ୍ତୁ ଏହିଦିନ ପଞ୍ଚୁକ ବ୍ରତ ଏବଂ ପୂଜାର ଉଚିତ ବିଧି ଏବଂ ଏହାର କାରଣ ବିଷୟରେ ଜାଣିବା ନିତାନ୍ତ ଜରୁରୀ ଅଟେ । ତେଣୁ ଆଜିକାର ଲେଖାରେ ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ । ସବୁ ମାସ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ ବୋଲି ଶାସ୍ତ୍ରରେ କୁହାଯାଇଛି । ଏହି ମାସରେ ସବୁ ଦେବଦେବୀଙ୍କ କୃପା ପ୍ରାପ୍ତ କରିବା ପାଇଁ ବିଶେଷ କରି ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ କରିବା ପାଇଁ ସର୍ବୋତ୍ତମ ବୋଲି କୁହାଯାଏ । କାର୍ତ୍ତିକ ବ୍ରତ ଦ୍ୱାରା ମନୁଷ୍ୟର ଜୀବନ ଧାରା ବଦଳିବା ସହିତ ଧର୍ମ ମାର୍ଗ ଦୃଢ଼ ହୋଇଥାଏ । ଏହି ମାସରେ ପିତୃ ପୁରୁଷଙ୍କୁ ମଧ୍ୟ ପ୍ରସନ୍ନ କରିବା ପାଇଁ କିଛି ଉପାୟ କରାଯାଇଥାଏ । କହିରଖିବୁ ଯେ ଚଳିତ ମାସ ଅର୍ଥାତ ନଭେମ୍ବର ୨୩ ଗୁରୁବାର ଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହେଉଛି ।

ଯେଉଁମାନେ ପୁର କାର୍ତ୍ତିକ ମାସରେ ବ୍ରତ ପାଳନ କରି ପାରୁ ନାହାଁନ୍ତି ସେମାନେ ଏହି ଦିନ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବ୍ରତ ପାଳନ କରି ପୁରା ମାସର ପୁଣ୍ୟ ଫଳ ପାଇ ପାରିବେ । ଏହିଦିନ ପୂର୍ବରୁ ଶୟନରେ ଥିବା ଭଗବାନ ବିଷ୍ଣୁ ଜାଗ୍ରତ ଅବସ୍ଥାରେ ରହନ୍ତି । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୁର୍ଣିମା ପର୍ଯ୍ୟନ୍ତ ଏହି ବ୍ରତକୁ ଭୀଷ୍ମ ପଞ୍ଚୁକ ବ୍ରତ ମଧ୍ୟ କୁହାଯାଏ । ତେଣୁ ଏକାଦଶୀ ଦିନ ସକାଳୁ ସ୍ନାନ କରି ସର୍ବପ୍ରଥମେ ଭଗବାନ ସୂର୍ଯ୍ୟ ଦେବ , ପରେ ମାତା ବୃନ୍ଦାବତୀ ଏବଂ ତାପରେ ଭଗବାନ ବିଷ୍ଣୁଙ୍କୁ ନିଦ୍ରାରୁ ଜାଗ୍ରତ କରନ୍ତୁ । ଏହାପରେ ଭଗବାନ ବିଷ୍ଣୁଙ୍କୁ ସ୍ନାନ କରାଇ ପଞ୍ଚ ଉପଚାର ପୂଜା କରନ୍ତୁ ।

ଭଗବାନ ବିଷ୍ଣୁଙ୍କର ପାଞ୍ଚଟି ଜିନିଷ ଅତ୍ୟନ୍ତ ପ୍ରିୟ ଅଟେ । ତାହା ହେଉଛି ପଦ୍ମ ଫୁଲ , ତୁଳସୀ ପତ୍ର , ସୁଗନ୍ଧିତ ଚନ୍ଦନ , ଅଗସ୍ତି ଏବଂ ମାଳତୀ ଫୁଲ । ଏହିସବୁକୁ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ଭଗବାନଙ୍କ ପ୍ରିୟ ଜିନିଷ ଅର୍ପିତ କରିବା ସହିତ ସନ୍ଧ୍ୟା ସମୟରେ ଘିଅ ଦୀପ ପ୍ରଜ୍ୱଳନ କରନ୍ତୁ । ସଂଧ୍ୟାରେ ହବିଷ ଭକ୍ଷଣ କରିବା ସହିତ ସମ୍ପୂର୍ଣ୍ଣ ପାଞ୍ଚ ଦିନ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ । ଏହି ଭୀଷ୍ମ ପଞ୍ଚୁକର ପାଞ୍ଚ ଦିନରେ କିଛି ଖାସ କାମ ଯେପରିକି ପବିତ୍ର ନଦୀରେ ସ୍ନାନ କରିବା ଉଚିତ । ତାହା ସମ୍ଭବ ନହେଲେ ଘରେ ଶୁଦ୍ଧ ଜଳରେ ଗଙ୍ଗା ଜଳ ମିଶାଇ ସ୍ନାନ କରି ପାରିବେ ।

ଦ୍ୱିତୀୟ କାମ ହେଉଛି ତୁଳସୀ ପୂଜନ ଏବଂ ତୃତୀୟ କାମ ହେଉଛି ଅଁଳା କିମ୍ବା ଧାତ୍ରୀ ବୃକ୍ଷର ପୂଜନ ଏବଂ ଚତୁର୍ଥ କାମ ହେଉଛି ଭଗବାନ ବିଷ୍ଣୁଙ୍କ ପୂଜା କରିବା ଶ୍ରୀଜଗନ୍ନାଥଙ୍କ ପୂଜା କରିବା । ଯଦି ଆପଣ ବ୍ରତ ରଖୁ ନାହାଁନ୍ତି ତେବେ କେବଳ ଏହି ପଞ୍ଚୁକ ପାଞ୍ଚ ଦିନ ଭଗବାନ ବିଷ୍ଣୁଙ୍କୁ ନିଷ୍ଠାର ସହିତ ପୂଜା କରନ୍ତୁ । ଯାହାଦ୍ୱାରା ସମ୍ପୂର୍ଣ୍ଣ କାର୍ତ୍ତିକ ମାସର ପୁଣ୍ୟ ପ୍ରାପ୍ତ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *