Excuse Me Odisha

ଯାହା କହିବୁ ସତ କହିବୁ

ଲୁଣ ଡବାରେ ପକାଇ ରଖନ୍ତୁ ଏହି ଗୋଟିଏ ଜିନିଷ । ପ୍ରବଳ ହେବ ଆୟ , ଗଣି ଗଣି ଥକିବେ ।

ସେୟାର୍ କରନ୍ତୁ

ଲୁଣ ଆମ ଜୀବନରେ ଅନେକ ସ୍ୱତନ୍ତ୍ର ମହତ୍ତ୍ୱ ପ୍ରତିପାଦିତ କରିଥାଏ । ଲୁଣ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଅଛି । ଯେମିତିକି ପାହାଡ଼ି ଲୁଣ , ସମୁଦ୍ରି ଲୁଣ ଏବଂ କଳା ଲୁଣ ବିଶେଷ ଭାବରେ ବ୍ୟବହାର କରାଯାଏ । ଲୁଣ ସ୍ୱାସ୍ଥ୍ୟ ବର୍ଦ୍ଧକ ହୋଇଥିବା ସହିତ ଏହା ଆୟୁଷ ବଢ଼ାଇ ଥାଏ ଏବଂ ଆୟୁଷ କମ ମଧ୍ୟ କରିଥାଏ । ତେବେ ଏହି ସବୁ ଲୁଣକୁ କିଛି ଉପାୟରେ ବ୍ୟବହାର କରି ଆପଣ ନିଜ ଜୀବନର ସମସ୍ୟାକୁ ମଧ୍ୟ ଚୁଟକିରେ ଦୂର କରି ପାରିବେ । ଜାତକରେ ଚନ୍ଦ୍ରମା ଦୁର୍ବଳ ଥିଲେ ପାହାଡ଼ି ଲୁଣର ବ୍ୟବହାର କରି ପାରିବେ ଯାହାଦ୍ୱାରା ରକ୍ତଚାପର ସମସ୍ୟାରୁ ମୁକ୍ତି ମିଳିଥାଏ । ସେହିପରି ଘର କୋଣରେ କୌଣସି କାଚ ପାତ୍ରରେ ଲୁଣ ରଖିଲେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ।

ଏହାଦ୍ବାରା ଆପଣଙ୍କ ମନରେ ସୃଷ୍ଟି ହେଉଥିବା ନକରାତ୍ମକ ଚିନ୍ତାଧାରା ମଧ୍ୟ ଦୂର ହୋଇଥାଏ । ଷ୍ଟିଲ କିମ୍ବା ଲୁହା ପାତ୍ରରେ ଲୁଣ ରଖିବା ଦ୍ୱାରା ରାହୁ ଏବଂ ଶନିର ଦୋଷ ସୃଷ୍ଟି ହୋଇଥାଏ । କାଚ ପାତ୍ରରେ କ୍ରିସ୍ଟାଲ ଲୁଣ ରଖିବା ଦ୍ୱାରା ଘରୁ ସବୁ ପ୍ରକାରର ସୂକ୍ଷ୍ମ ଜୀବାଣୁ ଏବଂ ନକରାତ୍ମକତା ଦୂର ହେବା ସହିତ ସକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ । ନଚେତ ଆପଣ ରୋକ ସଲଟ ଲ୍ୟାମ୍ପ ମଧ୍ୟ ବ୍ୟବହାର କରି ପାରିବେ । ଭୁଲରେବି କାହାକୁ ସିଧା ହାତରେ ଲୁଣ ଦିଅନ୍ତୁ ନାହିଁ । ନଚେତ ଆପଣଙ୍କ ଭାଗ୍ୟ ଖରାପ ହୋଇପାରେ । ଘରର ମୁଖ୍ୟଦ୍ୱାର ପାଖରେ ଏକ କପଡ଼ାରେ କଳା ଲୁଣ ବାନ୍ଧି ଝୁଲାଇ ଦେଲେ କୌଣସି ନକରାତ୍ମକ ଶକ୍ତି କିମ୍ବା ଭୂତ ପ୍ରେତକୁ ଆସିବାକୁ ଦିଏନାହିଁ ।

ଲୁଣ ଡବାରେ ଲବଙ୍ଗ ପକାଇ ରଖିଲେ ଆର୍ଥିକ ସମସ୍ୟା ରହେନାହିଁ । ଏକ ଗ୍ଲାସ ପାଣିର ଲୁଣ ମିଶାଇ ଘରର ନୈରୁତ କୋଣରେ ରଖି ତାପଖରେ ଏକ ରେଡ଼ ଲାଇଟ ଜାଳି ପାରିବେ । ନଚେତ ରୋକ ସଲଟ ଲ୍ୟାମ୍ପ ମଧ୍ୟ ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ । ସର୍ବଦା ଘରେ ପୋଛା ମାରୁଥିବା ପାଣିରେ ଲୁଣ ମିଶାଇ ପୋଛା ମାରିବା ଉଚିତ । ଯାହାଦ୍ୱାରା ଘରେ ଥିବା ନକରାତ୍ମକତା ନଷ୍ଟ ହୋଇଯିବ । ଘରେ କୌଣସି ବ୍ୟକ୍ତି ଉପରେ ନଜର ଲାଗିଥିଲେ ଏକ ମୁଠା ଲୁଣ ନେଇ ନଜର ଉତାରି ତାହାକୁ ଜଳରେ ପ୍ରବାହିତ କରିବା ଦ୍ୱାରା ନଜର ଦୋଷ ଦୂର ହୋଇଥାଏ । ସପ୍ତାହରେ ଥରେ ସ୍ନାନ କରୁଥିବା ପାଣିରେ ଲୁଣ ମିଶାଇ ସ୍ନାନ କଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

ଏହାଦ୍ବାରା ଆଲର୍ଜି ସମସ୍ୟା ମଧ୍ୟ ହୁଏନାହିଁ । ମାନସିକ ଚିନ୍ତା ଡିପ୍ରେସନ ଥିଲେ ରାତିରେ ଶୋଇବା ପୂର୍ବରୁ ଲୁଣ ପାଣିରେ ହାତ ମୁଁହ ଧୋଇ ଶୋଇଲେ ତାହା ପ୍ରଭାବୀ ହୋଇଥାଏ । ଲୁଣ ମିଶା ପାଣିରେ ସ୍ନାନ କଲେ ଶରୀର ଶୁଦ୍ଧ ହୋଇଥାଏ ଏବଂ ମନରେ ଶାନ୍ତି ଆସିଥାଏ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ହେଉଥିଲେ ବେଡ଼ ରୁମରେ କୌଣସି କୋଣରେ ସିନ୍ଧା ଲୁଣର ଏକ ଟୁକୁଡ଼ା ରଖିଦେଲେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଭଲ ହୋଇଥାଏ । ପ୍ରତ୍ୟେକ ମାସ ତାହାକୁ ବଦଳାଇ ପୁରୁଣା ଲୁଣକୁ ଫ୍ଲସ କରି ଦିଅନ୍ତୁ । ଆପଣ ଚାହିଁଲେ ଶୋଇବା ସମୟରେ ମୁଣ୍ଡ ପାଖରେ ମଧ୍ୟ ଲୁଣ ରଖି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *